ଧର୍ମେନ୍ଦ୍ରଙ୍କୁ ଆଶୀର୍ବାଦ କଲେ ପୁରୀ ଶ୍ରୀମନ୍ଦିର ସେବାୟତ

ସମ୍ବଲପୁର,୧୨ା୫(ପ୍ରମୋଦ ବହିଦାର): କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଭାଜପା ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ରବିବାର ସନ୍ଧ୍ୟାରେ ସମ୍ବଲପୁରରେ ଭେଟିଥିଲେ। ସେବାୟତମାନେ ବିଭିନ୍ନ ମନ୍ତ୍ର ଉଚ୍ଚାରଣ ପୂର୍ବକ ଧର୍ମେନ୍ଦ୍ରଙ୍କ କାନ୍ଧରେ ବଡ଼ଠାକୁରଙ୍କ କରପଲ୍ଲବ, ଶ୍ରୀଅଙ୍ଗ ଖଣ୍ଡୁଆ, ଆଜ୍ଞମାଳ, ନୀଳଚକ୍ର ଧ୍ୱଜା ଦେଇ ମହାପ୍ରସାଦ ପ୍ରଦାନ ପୂର୍ବକ ଚଳିତ ନିର୍ବାଚନରେ କୃତକାର୍ଯ୍ୟ ହେବାକୁ ଆଶୀର୍ବାଦ ଦେଇଥିଲେ। କେଦାରନାଥ ଖୁଣ୍ଟିଆ, ରଘୁନାଥ ଗୁଚ୍ଚ୍ଜିକର, ଦୁର୍ଗା ମାଧବ ପଣ୍ଡା, ହପି ହଜୁରୀ, ଟୁକୁନ ପଣ୍ଡା […] The post ଧର୍ମେନ୍ଦ୍ରଙ୍କୁ ଆଶୀର୍ବାଦ କଲେ ପୁରୀ ଶ୍ରୀମନ୍ଦିର ସେବାୟତ appeared first on Dharitri Odia News.

ଧର୍ମେନ୍ଦ୍ରଙ୍କୁ ଆଶୀର୍ବାଦ କଲେ ପୁରୀ ଶ୍ରୀମନ୍ଦିର ସେବାୟତ

ସମ୍ବଲପୁର,୧୨ା୫(ପ୍ରମୋଦ ବହିଦାର): କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଭାଜପା ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ରବିବାର ସନ୍ଧ୍ୟାରେ ସମ୍ବଲପୁରରେ ଭେଟିଥିଲେ।

ସେବାୟତମାନେ ବିଭିନ୍ନ ମନ୍ତ୍ର ଉଚ୍ଚାରଣ ପୂର୍ବକ ଧର୍ମେନ୍ଦ୍ରଙ୍କ କାନ୍ଧରେ ବଡ଼ଠାକୁରଙ୍କ କରପଲ୍ଲବ, ଶ୍ରୀଅଙ୍ଗ ଖଣ୍ଡୁଆ, ଆଜ୍ଞମାଳ, ନୀଳଚକ୍ର ଧ୍ୱଜା ଦେଇ ମହାପ୍ରସାଦ ପ୍ରଦାନ ପୂର୍ବକ ଚଳିତ ନିର୍ବାଚନରେ କୃତକାର୍ଯ୍ୟ ହେବାକୁ ଆଶୀର୍ବାଦ ଦେଇଥିଲେ। କେଦାରନାଥ ଖୁଣ୍ଟିଆ, ରଘୁନାଥ ଗୁଚ୍ଚ୍ଜିକର, ଦୁର୍ଗା ମାଧବ ପଣ୍ଡା, ହପି ହଜୁରୀ, ଟୁକୁନ ପଣ୍ଡା ପ୍ରମୁଖ ଶ୍ରୀମନ୍ଦିର ସେବାୟତଙ୍କ ଏକ ଦଳ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ଆସିଥିଲେ ବୋଲି କହିଥିଲେ। ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ନିର୍ବାଚିତ ହୁଅନ୍ତୁ ବୋଲି ସେମାନ ଶୁଭକାମନା ଦେଇଥିଲେ। ଏହି ଅବସରରେ ସେମାନ କହିଲେ ଯେ ପ୍ରଧାନ ବିଜୟ ଲାଭ କରି କେନ୍ଦ୍ରମନ୍ତ୍ରୀ ପଦ ଅଳଙ୍କୃତ କଲେ ଓଡ଼ିଶାର ସାମଗ୍ରିକ ବିକାଶ ସହିତ ଜଗନ୍ନାଥ ସଂସ୍କୃତି ସୁରକ୍ଷିତ ରହିପାରିବ।

The post ଧର୍ମେନ୍ଦ୍ରଙ୍କୁ ଆଶୀର୍ବାଦ କଲେ ପୁରୀ ଶ୍ରୀମନ୍ଦିର ସେବାୟତ appeared first on Dharitri Odia News.