ଧଳାଜହର ରେଡ୍ ବେଳେ ଆକ୍ରମଣ ଘଟଣା,ଜଣେ ମହିଳାଙ୍କ ସମେତ ୨ ଗିରଫ,ପୂର୍ବରୁ ଗିରଫ ହୋଇଛନ୍ତି ୧୦

ଭୋଗରାଇ ୧୦/୧: ବ୍ରାଉନସୁଗାର ରେଡ୍‌ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ । ମୁଖ୍ୟ ଅଭିଯୁକ୍ତ ମଲ୍ଲିକା ଓ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ପୋଲିସ । ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଞ୍ଚଳରେ ଚଢାଉ କରି ଗିରଫ କରିଛି ପୋଲିସ । ଗତ ଡିସେମ୍ବର ୨୩ରେ କମର୍ଦ୍ଦା ଥାନା କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର ବେପାର ଚାଲିଥିବା ଖବର ପାଇ ରେଡ୍‌ କରିବାକୁ ଯାଇଥିଲା ଅବକାରୀ ବିଭାଗ । ସେହି ସମୟରେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ହୋଇଥିଲା । ସେମାନଙ୍କ ଗାଡିର ଚାବି ଛଡାଇବା ସହ ଅଟକ ରଖାଯାଇଥିଲା । ପୂର୍ବରୁ ଏହି ଘଟଣାରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ ।  

ଧଳାଜହର ରେଡ୍ ବେଳେ ଆକ୍ରମଣ ଘଟଣା,ଜଣେ ମହିଳାଙ୍କ ସମେତ ୨ ଗିରଫ,ପୂର୍ବରୁ ଗିରଫ ହୋଇଛନ୍ତି ୧୦

ଭୋଗରାଇ ୧୦/୧: ବ୍ରାଉନସୁଗାର ରେଡ୍‌ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ । ମୁଖ୍ୟ ଅଭିଯୁକ୍ତ ମଲ୍ଲିକା ଓ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ପୋଲିସ । ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଞ୍ଚଳରେ ଚଢାଉ କରି ଗିରଫ କରିଛି ପୋଲିସ । 

ଗତ ଡିସେମ୍ବର ୨୩ରେ କମର୍ଦ୍ଦା ଥାନା କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର ବେପାର ଚାଲିଥିବା ଖବର ପାଇ ରେଡ୍‌ କରିବାକୁ ଯାଇଥିଲା ଅବକାରୀ ବିଭାଗ । ସେହି ସମୟରେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ହୋଇଥିଲା । ସେମାନଙ୍କ ଗାଡିର ଚାବି ଛଡାଇବା ସହ ଅଟକ ରଖାଯାଇଥିଲା । ପୂର୍ବରୁ ଏହି ଘଟଣାରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ ।