ଧସିଲା ବାରିପଦାର ଐତିହାସିକ ଅଟ୍ଟାଳିକା ଜୁବୁଲି ଲାଇବ୍ରେରୀ
ବାରିପଦା: ଧସି ପଡ଼ିଲା ବାରିପଦାର ପ୍ରସିଦ୍ଧ ‘ଜୁବୁଲି ପାଠାଗାରା’ର ଛାତ। ୧୮୭୮ ମସିହାରେ ନିର୍ମିତ ଏହି ପ୍ରତିଷ୍ଠିତ ପାଠାଗାରାର ନାମକୁ ପରବର୍ତ୍ତନ କରି ପରବର୍ତ୍ତୀ ସମୟରେ ଜୁବୁଲି ଲାଇବ୍ରେରୀରୁ ‘ଶ୍ରୀରାମଚନ୍ଦ୍ର ପାଠାଗାର’ କରାଯାଇଥିଲା। ଦୀର୍ଘଦିନରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଦାବି ହୋ ହୋଇଆସୁଥିବାବେଳେ କିଛି ଦିନ ପୂର୍ବରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ଗୋଟିଏ ପଟୁ ଧସିପଡ଼ିବା ଫଳରେ ଭିତରେ ରହିଥିବା ଆସବାବପତ୍ର ଓ ଅନେକ ପୁସ୍ତକ ସବୁ ନଷ୍ଟ ହୋଇଥିବା ଜଣାପଡ଼ିଛି । ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ। ପ୍ରାୟ ୮ ବର୍ଷ ପୂର୍ବରୁ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇ ଅଧା ପନ୍ତରିଆ ହୋଇ ପଡ଼ିରହିଥିଲା । ବିଭିନ୍ନ ବିଭାଗର ବହୁ ମୂଲ୍ୟବାନ ବହି ସହିତ ପୁରାତନ ଗ୍ରନ୍ଥାବଳୀର ବିଶାଳ ସଂଗ୍ରହ ଏଠାରେ ରହିଛି। ସେଗୁଡ଼ିକ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇ ଗଲାଣି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ ଲାଇବ୍ରେରୀର ସଦସ୍ୟମାନେ ମଧ୍ୟ ପ୍ରଶାସନ ଉପରେ ଅସନ୍ତୋ ବ୍ୟକ୍ତ କରିଛନ୍ତି।
ବାରିପଦା: ଧସି ପଡ଼ିଲା ବାରିପଦାର ପ୍ରସିଦ୍ଧ ‘ଜୁବୁଲି ପାଠାଗାରା’ର ଛାତ। ୧୮୭୮ ମସିହାରେ ନିର୍ମିତ ଏହି ପ୍ରତିଷ୍ଠିତ ପାଠାଗାରାର ନାମକୁ ପରବର୍ତ୍ତନ କରି ପରବର୍ତ୍ତୀ ସମୟରେ ଜୁବୁଲି ଲାଇବ୍ରେରୀରୁ ‘ଶ୍ରୀରାମଚନ୍ଦ୍ର ପାଠାଗାର’ କରାଯାଇଥିଲା।
ଦୀର୍ଘଦିନରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଦାବି ହୋ ହୋଇଆସୁଥିବାବେଳେ କିଛି ଦିନ ପୂର୍ବରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ଗୋଟିଏ ପଟୁ ଧସିପଡ଼ିବା ଫଳରେ ଭିତରେ ରହିଥିବା ଆସବାବପତ୍ର ଓ ଅନେକ ପୁସ୍ତକ ସବୁ ନଷ୍ଟ ହୋଇଥିବା ଜଣାପଡ଼ିଛି ।
ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ। ପ୍ରାୟ ୮ ବର୍ଷ ପୂର୍ବରୁ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇ ଅଧା ପନ୍ତରିଆ ହୋଇ ପଡ଼ିରହିଥିଲା । ବିଭିନ୍ନ ବିଭାଗର ବହୁ ମୂଲ୍ୟବାନ ବହି ସହିତ ପୁରାତନ ଗ୍ରନ୍ଥାବଳୀର ବିଶାଳ ସଂଗ୍ରହ ଏଠାରେ ରହିଛି। ସେଗୁଡ଼ିକ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇ ଗଲାଣି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ ଲାଇବ୍ରେରୀର ସଦସ୍ୟମାନେ ମଧ୍ୟ ପ୍ରଶାସନ ଉପରେ ଅସନ୍ତୋ ବ୍ୟକ୍ତ କରିଛନ୍ତି।