ସାଲେପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ସନ୍ଦେହ, ଦୁଇ ଜଣଙ୍କୁ ଅଟକ ରଖି ପୋଲିସର ଛାନଭିନ

ସାଲେପୁର: ସାଲେପୁରରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଚର୍ଚ୍ଚା । ଘଟଣା ସାମ୍ନାକୁ ଆସିବା ପରେ ପୋଲିସର ଛାନଭିନ୍ ଚଳାଇଛି। ମହିଳାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ସହ ପଚରାଉଚୁରା କରୁଛି ପୋଲିସ ।  ସୂଚନା ଅନୁଯାୟୀ, ସାଲେପୁର ନିକଟସ୍ଥ ବଜାରରେ ଜଣେ ଅଜଣା ମହିଳାଙ୍କୁ ଗତକାଲି ବିଳମ୍ବିତ ରାତିରେ ଏକ ଶାଢ଼ୀ ଦୋକାନ ବାରଣ୍ଡାରୁ ୬ ଜଣ ବ୍ୟକ୍ତି ଉଠାଇ ଆଣି ରାମେଶ୍ବର ହାଟ ଚାଳିରେ ଗଣ ଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି।  ପୋଲିସ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ସହ ମାମଲାର ତଦନ୍ତ ଚଳାଇଛି। ଏହି ଘଟଣାରେ ଦୁଇଜଣ ଯୁବକକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଶାଢ଼ୀ ଦୋକାନର ସିସିଟିଭିକୁ ସାଲେପୁର ପୋଲିସ ଯାଞ୍ଚ ସହ ହାଡଡିସ୍କକୁ ଜବତ କରିଛି ପୋଲିସ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହିଳା ଜଣକ ଛତିଶଗଡ଼ର। ତାଙ୍କୁ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରିଛନ୍ତି। ଏହାର ଦୃଶ୍ୟ ବଜାରର ଥିବା ଏକ ଲୁଗା ଦୋକାନର ସିସିଟିଭ ଫୁଟେଜରେ କଏଦ  ହୋଇଛି। ଏହାରି ଆଧାରରେ ଆମେ ଥାନାରେ କେସ୍ କରିଛୁ। 

ସାଲେପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ସନ୍ଦେହ, ଦୁଇ ଜଣଙ୍କୁ ଅଟକ ରଖି ପୋଲିସର ଛାନଭିନ

ସାଲେପୁର: ସାଲେପୁରରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଚର୍ଚ୍ଚା । ଘଟଣା ସାମ୍ନାକୁ ଆସିବା ପରେ ପୋଲିସର ଛାନଭିନ୍ ଚଳାଇଛି। ମହିଳାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ସହ ପଚରାଉଚୁରା କରୁଛି ପୋଲିସ ।  

ସୂଚନା ଅନୁଯାୟୀ, ସାଲେପୁର ନିକଟସ୍ଥ ବଜାରରେ ଜଣେ ଅଜଣା ମହିଳାଙ୍କୁ ଗତକାଲି ବିଳମ୍ବିତ ରାତିରେ ଏକ ଶାଢ଼ୀ ଦୋକାନ ବାରଣ୍ଡାରୁ ୬ ଜଣ ବ୍ୟକ୍ତି ଉଠାଇ ଆଣି ରାମେଶ୍ବର ହାଟ ଚାଳିରେ ଗଣ ଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି।  ପୋଲିସ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ସହ ମାମଲାର ତଦନ୍ତ ଚଳାଇଛି। 

ଏହି ଘଟଣାରେ ଦୁଇଜଣ ଯୁବକକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଶାଢ଼ୀ ଦୋକାନର ସିସିଟିଭିକୁ ସାଲେପୁର ପୋଲିସ ଯାଞ୍ଚ ସହ ହାଡଡିସ୍କକୁ ଜବତ କରିଛି ପୋଲିସ । 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହିଳା ଜଣକ ଛତିଶଗଡ଼ର। ତାଙ୍କୁ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରିଛନ୍ତି। ଏହାର ଦୃଶ୍ୟ ବଜାରର ଥିବା ଏକ ଲୁଗା ଦୋକାନର ସିସିଟିଭ ଫୁଟେଜରେ କଏଦ  ହୋଇଛି। ଏହାରି ଆଧାରରେ ଆମେ ଥାନାରେ କେସ୍ କରିଛୁ।