ଭାରତ ବନ୍ଦକୁ ସମର୍ଥନ କଲେ ମାୟାବତୀ
ଲକ୍ଷ୍ନୌ,୨୧।୮: ସଂରକ୍ଷଣରେ ବର୍ଗୀକରଣ ବିରୋଧରେ ବହୁଜନ ସମାଜ ପାର୍ଟି (ବିଏସପି) ଭାରତ ବନ୍ଦକୁ ସମର୍ଥନ କରିଛି। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ ‘ଭାରତ ବନ୍ଦ’ ଅଧୀନରେ ସରକାରଙ୍କୁ ଏକ ସ୍ମାରକପତ୍ର ଦିଆଯାଉଛି ଯାହା ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସଂରକ୍ଷଣର ପରିବର୍ତ୍ତନକୁ ବନ୍ଦ କରିବାକୁ ଦାବି କରାଯାଇଛି, ଯାହା କୌଣସି ହିଂସା ବିନା ଶୃଙ୍ଖଳିତ ତଥା ଶାନ୍ତିପୂର୍ଣ୍ଣ ଢଙ୍ଗରେ କରାଯିବାକୁ ଆବେଦନ କରାଯାଇଛି। ବିଏସପି ମୁଖ୍ୟ ମାୟାବତୀ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ […] The post ଭାରତ ବନ୍ଦକୁ ସମର୍ଥନ କଲେ ମାୟାବତୀ appeared first on Dharitri Odia News.
ଲକ୍ଷ୍ନୌ,୨୧।୮: ସଂରକ୍ଷଣରେ ବର୍ଗୀକରଣ ବିରୋଧରେ ବହୁଜନ ସମାଜ ପାର୍ଟି (ବିଏସପି) ଭାରତ ବନ୍ଦକୁ ସମର୍ଥନ କରିଛି। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ ‘ଭାରତ ବନ୍ଦ’ ଅଧୀନରେ ସରକାରଙ୍କୁ ଏକ ସ୍ମାରକପତ୍ର ଦିଆଯାଉଛି ଯାହା ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସଂରକ୍ଷଣର ପରିବର୍ତ୍ତନକୁ ବନ୍ଦ କରିବାକୁ ଦାବି କରାଯାଇଛି, ଯାହା କୌଣସି ହିଂସା ବିନା ଶୃଙ୍ଖଳିତ ତଥା ଶାନ୍ତିପୂର୍ଣ୍ଣ ଢଙ୍ଗରେ କରାଯିବାକୁ ଆବେଦନ କରାଯାଇଛି।
ବିଏସପି ମୁଖ୍ୟ ମାୟାବତୀ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ବିଏସପି ଭାରତ ବନ୍ଦକୁ ସମର୍ଥନ କରୁଛି। କାରଣ ଭାଜପା ଏବଂ କଂଗ୍ରେସ ଆଦି ଦଳ ସଂରକ୍ଷଣ ବିରୋଧୀ ଷଡଯନ୍ତ୍ର ଏବଂ ଏହାକୁ ନିଷ୍ପ୍ରଭାବି କରି ଅନ୍ତତଃ ଶେଷ କରିବାର ଯୋଜନା କାରଣୁ ଅଗଷ୍ଟ ୨୦୨୪କୁ ଏସସି/ଏସଟି ଉପବର୍ଗୀକରଣ ଏବଂ ଏଥି ମଧ୍ୟରେ କ୍ରିମଲେୟର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ କ୍ରୋଧ ଏବଂ ଅସନ୍ତୋଷ ରହିଛି।
The post ଭାରତ ବନ୍ଦକୁ ସମର୍ଥନ କଲେ ମାୟାବତୀ appeared first on Dharitri Odia News.