୬ କୋଟି ଦେଇ ୩୦୦ ଟଙ୍କାର ଅଳଙ୍କାର କିଣିଲେ ବିଦେଶିନୀ, ଜଣାପଡ଼ିବା ପରେ…
ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଚେରିଶ୍ ନାମ୍ନୀ ଜଣେ ଆମେରିକୀୟ ମହିଳା ୬ କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି। ସ୍ଥାନୀୟ ମନାକ ଚୌକ୍ ଥାନା ଅନ୍ତର୍ଗତ ଜୋହରୀ ବଜାର ସ୍ଥିତ ଏକ ଅଳଙ୍କାର ଦୋକାନରୁ ସେ ଗତ ମାସରେ ୬ କୋଟି ଟଙ୍କା ମୂଲ୍ୟର ଗହଣା କିଣିଥିଲେ। ଏହାପରେ ସେ ଆମେରିକା ଫେରିଯାଇଥିଲେ। ସେଠାରେ ସେ ଏକ ପ୍ରଦର୍ଶନୀରେ କିଣିଥିବା ଗହଣା ଦେଖାଇବାରୁ ଏହା ନକଲି ହୋଇଥିବା ଜାଣିପାରିଥିଲେ। ତେଣୁ ଚେରିଶ୍ ପୁଣି ଜୟପୁରକୁ ଆସି […] The post ୬ କୋଟି ଦେଇ ୩୦୦ ଟଙ୍କାର ଅଳଙ୍କାର କିଣିଲେ ବିଦେଶିନୀ, ଜଣାପଡ଼ିବା ପରେ… appeared first on Dharitri Odia News.
ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଚେରିଶ୍ ନାମ୍ନୀ ଜଣେ ଆମେରିକୀୟ ମହିଳା ୬ କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି। ସ୍ଥାନୀୟ ମନାକ ଚୌକ୍ ଥାନା ଅନ୍ତର୍ଗତ ଜୋହରୀ ବଜାର ସ୍ଥିତ ଏକ ଅଳଙ୍କାର ଦୋକାନରୁ ସେ ଗତ ମାସରେ ୬ କୋଟି ଟଙ୍କା ମୂଲ୍ୟର ଗହଣା କିଣିଥିଲେ। ଏହାପରେ ସେ ଆମେରିକା ଫେରିଯାଇଥିଲେ। ସେଠାରେ ସେ ଏକ ପ୍ରଦର୍ଶନୀରେ କିଣିଥିବା ଗହଣା ଦେଖାଇବାରୁ ଏହା ନକଲି ହୋଇଥିବା ଜାଣିପାରିଥିଲେ। ତେଣୁ ଚେରିଶ୍ ପୁଣି ଜୟପୁରକୁ ଆସି ଠକାମିର ଶିକାର ହୋଇଥିବା ନେଇ ଅଭିଯୋଗ କରିବା ସହ ଦିଲ୍ଲୀରେ ଥିବା ଆମେରିକୀୟ ଦୂତାବାସର ସହଯୋଗ ଲୋଡ଼ିଛନ୍ତି। ଚେରିଶ୍ଙ୍କ ଅଭିଯୋଗ ପରେ ପୋଲିସ ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। ତେବେ ଉକ୍ତ ଅଳଙ୍କାର ଦୋକାନର ମାଲିକ ରାଜେନ୍ଦ୍ର ସୋନି ଓ ତାଙ୍କ ପୁଅ ଗୌରବ ବର୍ତ୍ତମାନ ଫେରାର ଥିବା ପୋଲିସ ସୂଚନା ଦେଇଛି। ଏହାସହ ଏହି ଅଳଙ୍କାର ଦୋକାନର ମିଥ୍ୟା ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ନନ୍ଦ କିଶୋର ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
The post ୬ କୋଟି ଦେଇ ୩୦୦ ଟଙ୍କାର ଅଳଙ୍କାର କିଣିଲେ ବିଦେଶିନୀ, ଜଣାପଡ଼ିବା ପରେ… appeared first on Dharitri Odia News.