‘ଇଭିଏମ୍‌ ଅଛି ତ ମୋଦି ଅଛନ୍ତି’

ନୂଆଦିଲ୍ଲୀ,୩୧।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପାର ବିଜୟକୁ ନେଇ ଉଭୟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ଖୋଲାଖୋଲି ଭାବେ ଅନେକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ସଞ୍ଜୟ କହିଛନ୍ତି ଯେ ଇଭିଏମ୍‌ ଅଛି ତ ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି। ସଞ୍ଜୟ ମେୟର ନିର୍ବାଚନର ତୁଳନା ସୀତା ହରଣ ସହ କରିଛନ୍ତି। ମଙ୍ଗଳବାର ଚଣ୍ଡିଗଡ଼ରେ ସୀତାହରଣ ହୋଇଛନ୍ତି। ଏବେଯାଏ ରାବଣ ସୀତା ହରଣ କରୁଥିଲେ। ହେଲେ ଏବେ ଯେଉଁମାନେ […] The post ‘ଇଭିଏମ୍‌ ଅଛି ତ ମୋଦି ଅଛନ୍ତି’ appeared first on Dharitri Odia News.

‘ଇଭିଏମ୍‌ ଅଛି ତ ମୋଦି ଅଛନ୍ତି’

ନୂଆଦିଲ୍ଲୀ,୩୧।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପାର ବିଜୟକୁ ନେଇ ଉଭୟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ଖୋଲାଖୋଲି ଭାବେ ଅନେକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ସଞ୍ଜୟ କହିଛନ୍ତି ଯେ ଇଭିଏମ୍‌ ଅଛି ତ ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି।

ସଞ୍ଜୟ ମେୟର ନିର୍ବାଚନର ତୁଳନା ସୀତା ହରଣ ସହ କରିଛନ୍ତି। ମଙ୍ଗଳବାର ଚଣ୍ଡିଗଡ଼ରେ ସୀତାହରଣ ହୋଇଛନ୍ତି। ଏବେଯାଏ ରାବଣ ସୀତା ହରଣ କରୁଥିଲେ। ହେଲେ ଏବେ ଯେଉଁମାନେ ନିଜକୁ ରାମ ଭକ୍ତ ବୋଲି କହିବୁଲୁଛନ୍ତି ସେମାନେ ହିଁ କରିଥିବା ସେ କହିଛନ୍ତି।

ସେହିଭଳି ମତଦାନର ପତ୍ରିକାକୁ ହଡ଼ପ କରି ଭାଜପା କ୍ଷମତାକୁ ଆସିଛି। ଉତ୍ତରପ୍ରଦେଶର ଏକ ଦୋକାନରୁ ଇଭିଏମ୍‌ର ୩୦୦ ମେଶିନ ମିଳିଛି। ଯଦି ଇଭିଏମ୍‌ ଅଛି ତେବେ ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି। ତେବେ ଯେଉଁମାନେ ପଲଟୁରାମ ହେବାକୁ ପ୍ରସ୍ତୁତ ନୁହନ୍ତି ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

କହିରଖୁଛୁ, ଭାଜପାର ବିଜୟକୁ ନେଇ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ନିଜର ଏକ୍ସରେ ପୋଷ୍ଟ ଶେୟାର କରି ଚଣ୍ଡିଚଡ଼ ମେୟର ନିର୍ବାଚନରେ କିଭଳି ଗଣତନ୍ତ୍ରକୁ ଦମନ କରାଯାଇଛି ତାହା ସମଗ୍ର ଦେଶ ଦେଖୁଛି। କ୍ଷମତା ଲାଗି ପ୍ରତ୍ୟେକ ନିୟମ, ଆଇନ, ଗଣତନ୍ତ୍ର ଏପରିକି ସମ୍ବିଧାନର ସମ୍ମାନ ମଧ୍ୟ ବାଜିରେ ଲାଗୁଥିବା ସେ କହିଛନ୍ତି।

The post ‘ଇଭିଏମ୍‌ ଅଛି ତ ମୋଦି ଅଛନ୍ତି’ appeared first on Dharitri Odia News.