ଉପରସେମ୍ବି ଗ୍ରାମ ଜଙ୍ଗଲରେ ପଡିରହିଛି ସୀମା ଚିହ୍ନଟ ଖୁଣ୍ଟି: ଫଟୋ,ଭିଡ଼ିଓ ଭାଇରାଲ

ପଟ୍ଟାଙ୍ଗି,୨୧ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଉପରସେମ୍ବି ଗ୍ରାମର ଜଙ୍ଗଲରେ ପଡି ରହିଥିବା ସୀମା ଚିହ୍ନଟ ଖୁଣ୍ଟିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ପଡୋଶୀ ଆନ୍ଧ୍ରର ସିପିଆଇଏମ୍‌ ଦଳ ପକ୍ଷରୁ ନିନ୍ଦା କରାଯାଇଥିବା ବେଳେ ଏହା କାହାର କାର୍ଯ୍ୟ ହୋଇଥିବା ନେଇ ପ୍ରଶ୍ନ ଉଠୁଛି। ପଡି ରହିଥିବା ସୀମା ଖୁଣ୍ଟି ଓ ପୋତା ହେବା ପୂର୍ବରୁ ଭିତ୍ତିପ୍ରସ୍ତର ପାଇଁ ଭଙ୍ଗା ଯାଇଥିବା ନଡିଆର ଭିଡ଼ିଓ […] The post ଉପରସେମ୍ବି ଗ୍ରାମ ଜଙ୍ଗଲରେ ପଡିରହିଛି ସୀମା ଚିହ୍ନଟ ଖୁଣ୍ଟି: ଫଟୋ,ଭିଡ଼ିଓ ଭାଇରାଲ appeared first on Dharitri Odia News.

ଉପରସେମ୍ବି ଗ୍ରାମ ଜଙ୍ଗଲରେ ପଡିରହିଛି ସୀମା ଚିହ୍ନଟ ଖୁଣ୍ଟି: ଫଟୋ,ଭିଡ଼ିଓ ଭାଇରାଲ

ପଟ୍ଟାଙ୍ଗି,୨୧ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଉପରସେମ୍ବି ଗ୍ରାମର ଜଙ୍ଗଲରେ ପଡି ରହିଥିବା ସୀମା ଚିହ୍ନଟ ଖୁଣ୍ଟିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ପଡୋଶୀ ଆନ୍ଧ୍ରର ସିପିଆଇଏମ୍‌ ଦଳ ପକ୍ଷରୁ ନିନ୍ଦା କରାଯାଇଥିବା ବେଳେ ଏହା କାହାର କାର୍ଯ୍ୟ ହୋଇଥିବା ନେଇ ପ୍ରଶ୍ନ ଉଠୁଛି। ପଡି ରହିଥିବା ସୀମା ଖୁଣ୍ଟି ଓ ପୋତା ହେବା ପୂର୍ବରୁ ଭିତ୍ତିପ୍ରସ୍ତର ପାଇଁ ଭଙ୍ଗା ଯାଇଥିବା ନଡିଆର ଭିଡ଼ିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏ ନେଇ ଓଡ଼ିଶାର ପ୍ରଶାସନ ନିକଟରେ କୌଣସି ଖବର ନ ଥିବା ଚର୍ଚ୍ଚା ଜୋର ଧରିଛି। ଏହି ଗ୍ରାମ ଜଙ୍ଗଲରେ ପଡିଥିବା ସୀମା ଚିହ୍ନଟ ଖୁଣ୍ଟିକୁ ନେଇ ଆନ୍ଧ୍ରର ସିପିଆଇଏମ୍‌ ଦଳର ସାଲୁର ବ୍ଲକ୍‌ର ସଚିବ ମାରି ଶ୍ରୀନିବାସ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ଦାବି କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ପଞ୍ଚାୟତର ସୀମା ବିବାଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମାଧାନ ହୋଇପାରୁ ନାହିଁ। ଏହି ସ୍ଥିତିରେ ସୀମାନ୍ତବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଜୀବନଯାପନ କରୁଥିବା ଓ ପୋଲିସ ଫୋର୍ସ ବଳରେ ଖଣି ସୀମା ଚିହ୍ନଟ ଖୁଣ୍ଟି ଲଗାଇବା ପରି କାର୍ଯ୍ୟ ଠିକ୍‌ ନୁହେଁ। ଏହିପରି କାର୍ଯ୍ୟକୁ ନେଇ ସୀମାନ୍ତରେ ଥିବା ଆଦିବାସୀମାନେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବେ ବୋଲି ସେ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଯୋଗାଯୋଗ କରାଯିବାରୁ ଏ ନେଇ ମୋ ନିକଟରେ କୌଣସି ସୂଚନା ନାହିଁ। ବ୍ଲକ୍‌ ପ୍ରଶାସନ ସହ ଆଲୋଚନା କରି ମତାମତ ଦେବି ବୋଲି କହିଛନ୍ତି।

The post ଉପରସେମ୍ବି ଗ୍ରାମ ଜଙ୍ଗଲରେ ପଡିରହିଛି ସୀମା ଚିହ୍ନଟ ଖୁଣ୍ଟି: ଫଟୋ,ଭିଡ଼ିଓ ଭାଇରାଲ appeared first on Dharitri Odia News.