ମହଙ୍ଗା ପଡ଼ିଲା ଅଦାଲତଙ୍କ ସମୟ ନଷ୍ଟ କରିବା; ପୋଷା କୁକୁର ମାଲିକଙ୍କୁ ଜରିମାନା
କଟକ: ମାଲିକଙ୍କୁ ମହଙ୍ଗା ପଡ଼ିଲା ଅଜଥାରେ ହାଇକୋର୍ଟଙ୍କ ସମୟ ନଷ୍ଟ କରିବା । ପୋଷା କୁକୁର ମାଲିକଙ୍କ ଉପରେ ଜରିମାନା ଲଗାଇଲେ କଟକ ଉଚ୍ଚ ଅଦାଲତ । ଏକ ହଜାର ଟଙ୍କାର ଫାଇନ୍ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ସୂଚନା ଅନୁଯାୟୀ, ୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ପୋଲିସ ଏହା ଉପରେ ଆକ୍ସନ ନେଇ ସମସ୍ତ ଯୌତୁକ ସମାଗ୍ରୀ କରିଥିଲା । ହେଲେ ବୋହୂ ଘର ଛାଡ଼ିବା ବେଳେ ଶାଶୁ ଘରର ପୋଷା କୁକୁରକୁ ସାଙ୍ଗରେ ନେଇଯାଇଥିବା ଅଭିଯୋଗ ହୋଇଥିଲା। ନିଜ ପୋଷା କୁକୁରକୁ ଫେରାଇବାକୁ ଟିଳୋତମା ପଢିହାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ମାମଲାକୁ ନେଇ ଉଚ୍ଚ ଅଦାଲତ ବିରକ୍ତି ପ୍ରକାଶ କରିଛନ୍ତି । ଅଜଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କ ଉପରେ ଏକ ହଜାର ଟଙ୍କା ଜୋରିମନା ଲଗାଇଛନ୍ତି । ଏହା ସହିତ ତୁରନ୍ତ ମାମଲା ପ୍ରତ୍ୟାହାର କରି ଧାର୍ଯ୍ୟ ସମୟ ଭିତରେ ଫାଇନ୍ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କଟକ: ମାଲିକଙ୍କୁ ମହଙ୍ଗା ପଡ଼ିଲା ଅଜଥାରେ ହାଇକୋର୍ଟଙ୍କ ସମୟ ନଷ୍ଟ କରିବା । ପୋଷା କୁକୁର ମାଲିକଙ୍କ ଉପରେ ଜରିମାନା ଲଗାଇଲେ କଟକ ଉଚ୍ଚ ଅଦାଲତ । ଏକ ହଜାର ଟଙ୍କାର ଫାଇନ୍ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନା ଅନୁଯାୟୀ, ୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ପୋଲିସ ଏହା ଉପରେ ଆକ୍ସନ ନେଇ ସମସ୍ତ ଯୌତୁକ ସମାଗ୍ରୀ କରିଥିଲା । ହେଲେ ବୋହୂ ଘର ଛାଡ଼ିବା ବେଳେ ଶାଶୁ ଘରର ପୋଷା କୁକୁରକୁ ସାଙ୍ଗରେ ନେଇଯାଇଥିବା ଅଭିଯୋଗ ହୋଇଥିଲା। ନିଜ ପୋଷା କୁକୁରକୁ ଫେରାଇବାକୁ ଟିଳୋତମା ପଢିହାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ମାମଲାକୁ ନେଇ ଉଚ୍ଚ ଅଦାଲତ ବିରକ୍ତି ପ୍ରକାଶ କରିଛନ୍ତି । ଅଜଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କ ଉପରେ ଏକ ହଜାର ଟଙ୍କା ଜୋରିମନା ଲଗାଇଛନ୍ତି । ଏହା ସହିତ ତୁରନ୍ତ ମାମଲା ପ୍ରତ୍ୟାହାର କରି ଧାର୍ଯ୍ୟ ସମୟ ଭିତରେ ଫାଇନ୍ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।