୩ ଦିନରେ ୧୨ ବିମାନକୁ ବୋମା ଧମକ...ଫେକ୍ କଲ୍ କରୁଥିବା ବ୍ୟକ୍ତି 'ନୋ-ଫ୍ଲାଇ' ଲିଷ୍ଟରେ ହେବେ ସାମିଲ
ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଏକ ଡଜନରୁ ଅଧିକ ବିମାନକୁ ବୋମା ଧମକ ମିଳିସାରିଛି । ତଦନ୍ତରେ ସବୁ ଧମକ ମିଛ ଜଣାପଡ଼ିଛି । ଗୋଟିଏ ପରେ ଗୋଟିଏ ମିଛ ଧମକ ପରେ ଏବେ ଗୃହ ମନ୍ତ୍ରଣାଳୟ ଆକ୍ସନ ମୋଡକୁ ଆସିଛି । ବୁଧବାର ଗୃହ ମନ୍ତ୍ରଣାଳୟ MoCA ଏବଂ BCAS ସହ ଫେକ୍ ବୋମା ଧମକ ଉପରେ ଚର୍ଚ୍ଚା କରିଛି ।ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ବୋମା ବିପଦ ଆକଳନ ସମିତି ଦ୍ୱାରା ସ୍ଥିତି ଉପରେ ମନ୍ଥନ କରାଯାଇଛି । ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଭିନ୍ନ ଏଜେନ୍ସି ସହ ମିଶି ଫେକ୍ କଲ୍ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ 'ନୋ-ଫ୍ଲାଇ ଲିଷ୍ଟ'ରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛି ।ବୁଧବାର ବି ଦୁଇ ବିମାନ (ଅକାସା ଏୟାର ଏବଂ ଇଣ୍ଡିଗୋ)କୁ ବୋମା ଧମକ ମିଳିଥିଲା । କିନ୍ତୁ ତଦନ୍ତରେ ଏହା ମିଛ ବୋଲି ଜଣାପଡ଼ିଛି । ଗତ ତିନି ଦିନ ମଧ୍ୟରେ ଏହା ୧୨ତମ ଘଟଣା । ଏହା ପୂର୍ବରୁ ମୁମ୍ୱାଇରୁ ଦିଲ୍ଲୀ ଉଡାଣ ଭରୁଥିବା ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିବା ପରେ ବିମାନକୁ ଅହମଦାବାଦ ଡାଇଭର୍ଟ କରାଯାଇଥିଲା । ପ୍ରାୟ ୨୦୦ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟଙ୍କୁ ନେଇ ବିମାନ ମଙ୍ଗଳବାର ରାତିରେ ମୁମ୍ୱାଇରୁ ଉଡାଣ ଭରିଥିଲା । ବୁଧବାର ବୋମା ଧମକ ଫେକ୍ ବୋଲି ଜଣାପଡ଼ିଥିଲା ।ସେହିପରି ବୁଧବାର ଅକାସା ଏୟାରକୁ ବୋମା ଧମକ ମିଳିବା ପରେ ଦିଲ୍ଲୀ ଫେରାଇ ଅଣାଯାଇଥିଲା । ୧୮୪ ଯାତ୍ରୀଙ୍କୁ ନେଇ ଯାଉଥିବା QP1335 ଦିଲ୍ଲୀରୁ ଉଡ
ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଏକ ଡଜନରୁ ଅଧିକ ବିମାନକୁ ବୋମା ଧମକ ମିଳିସାରିଛି । ତଦନ୍ତରେ ସବୁ ଧମକ ମିଛ ଜଣାପଡ଼ିଛି । ଗୋଟିଏ ପରେ ଗୋଟିଏ ମିଛ ଧମକ ପରେ ଏବେ ଗୃହ ମନ୍ତ୍ରଣାଳୟ ଆକ୍ସନ ମୋଡକୁ ଆସିଛି । ବୁଧବାର ଗୃହ ମନ୍ତ୍ରଣାଳୟ MoCA ଏବଂ BCAS ସହ ଫେକ୍ ବୋମା ଧମକ ଉପରେ ଚର୍ଚ୍ଚା କରିଛି ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ବୋମା ବିପଦ ଆକଳନ ସମିତି ଦ୍ୱାରା ସ୍ଥିତି ଉପରେ ମନ୍ଥନ କରାଯାଇଛି । ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଭିନ୍ନ ଏଜେନ୍ସି ସହ ମିଶି ଫେକ୍ କଲ୍ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ 'ନୋ-ଫ୍ଲାଇ ଲିଷ୍ଟ'ରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛି ।
ବୁଧବାର ବି ଦୁଇ ବିମାନ (ଅକାସା ଏୟାର ଏବଂ ଇଣ୍ଡିଗୋ)କୁ ବୋମା ଧମକ ମିଳିଥିଲା । କିନ୍ତୁ ତଦନ୍ତରେ ଏହା ମିଛ ବୋଲି ଜଣାପଡ଼ିଛି । ଗତ ତିନି ଦିନ ମଧ୍ୟରେ ଏହା ୧୨ତମ ଘଟଣା । ଏହା ପୂର୍ବରୁ ମୁମ୍ୱାଇରୁ ଦିଲ୍ଲୀ ଉଡାଣ ଭରୁଥିବା ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିବା ପରେ ବିମାନକୁ ଅହମଦାବାଦ ଡାଇଭର୍ଟ କରାଯାଇଥିଲା । ପ୍ରାୟ ୨୦୦ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟଙ୍କୁ ନେଇ ବିମାନ ମଙ୍ଗଳବାର ରାତିରେ ମୁମ୍ୱାଇରୁ ଉଡାଣ ଭରିଥିଲା । ବୁଧବାର ବୋମା ଧମକ ଫେକ୍ ବୋଲି ଜଣାପଡ଼ିଥିଲା ।
ସେହିପରି ବୁଧବାର ଅକାସା ଏୟାରକୁ ବୋମା ଧମକ ମିଳିବା ପରେ ଦିଲ୍ଲୀ ଫେରାଇ ଅଣାଯାଇଥିଲା । ୧୮୪ ଯାତ୍ରୀଙ୍କୁ ନେଇ ଯାଉଥିବା QP1335 ଦିଲ୍ଲୀରୁ ଉଡାଣ ଭରିଥିଲା ଏବଂ ଅପରାହ୍ମ ୧ଟା ୧୫ ମିନିଟରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ପରେ ତଦନ୍ତରେ ବୋମା ଧମକ ଫେକ୍ ବୋଲି ଜଣାପଡ଼ିଥିଲା ।
ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ୭ଟି ବିମାନକୁ ବୋମା ଧମକ ମିଳିଥିଲା । ଏଥିରେ ଦିଲ୍ଲୀ-ଶିକାଗୋ ଏୟାର ଇଣ୍ଡିଆ ବିମାନ, ଜୟପୁର-ବେଙ୍ଗାଲୁର ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଡମ୍ମନ-ଲକ୍ଷ୍ନୌ ଇଣ୍ଡିଗୋ ବିମାନ, ଦରଭଙ୍ଗା-ବିମାନ ସ୍ପାଇସଜେଟ୍, ଶିଲିଗୁଡ଼ି-ବେଙ୍ଗାଲୁରୁ ଅକାଶା ଏୟାର ବିମାନ ସାମିଲ ରହିଛି । ଏହା ପୂର୍ବରୁ ସୋମବାର ଇଣ୍ଡିଗୋର ଦୁଇଟି ଏବଂ ଏୟାର ଇଣ୍ଡିଆର ଗୋଟିଏ ବିମାନକୁ ମିଛ ବୋମା ଧମକ ମିଳିଥିଲା ।