୫ ବର୍ଷରେ ସୃଷ୍ଟି ହୋଇଛି ୮ କୋଟି ଚାକିରି, ଶ୍ରମ ମନ୍ତ୍ରଣାଳୟ କହିଲା କେଉଁଠୁ ଆସିଲା ରୋଜଗାର

ନୂଆଦିଲ୍ଲୀ: ଗ୍ଲୋବାଲ କ୍ୟାପେବିଲିଟି ସେଣ୍ଟର୍ସ (ଜିସିସି) ଏବଂ ଷ୍ଟାର୍ଟଅପ୍ସ ଭାରତରେ ନୂଆ ନିଯୁକ୍ତି ସୃଷ୍ଟି କରିବାରେ ପ୍ରମୁଖ ଖେଳାଳି ଭାବେ ଉଭା ହୋଇଛନ୍ତି । ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ସଚିବ ସୁମୀତା ଡାବରା ଏହି ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଏହି ଦୁଇ ମିଶି ଗତ ପାଞ୍ଚ ବର୍ଷରେ ପ୍ରାୟ ୮ କୋଟି ନୂଆ ଚାକିରି ସୃଷ୍ଟି କରିଛନ୍ତି ।ଗ୍ଲୋବାଲ କ୍ୟାପେବିଲିଟି ସେଣ୍ଟର ସାଧାରଣତଃ ସାରା ଦୁନିଆରେ ସଂଗଠନ କରିଥାଏ । ଏହାର ଉଦ୍ଦେଶ୍ୟ ବୈଶ୍ୱିକ ପ୍ରତିଭା, ସଂସାଧନ ଏବଂ ବିଶେଷଜ୍ଞଙ୍କ ସହ ସଠିକ୍ ବ୍ୟବହାର କରିବା ହୋଇଥାଏ । ଏହା ମୁଖ୍ୟତଃ ବଡ଼ କର୍ପୋରେସନ ଅଂଶ ହୋଇଥାଏ ଏବଂ ଆର ଆଣ୍ଡ ଡି, ଆଇଟି ସର୍ଭିସେସ୍, ବିଜନେସ୍ ପ୍ରୋସେସ ଆଉଟସୋର୍ସିଂ, ଇଞ୍ଜିନିୟରିଂ ସର୍ଭିସେସ୍ ପରି ଅନେକ ସେବା ଉପଲବ୍ଧ କରାଇଥାଏ ।ଶ୍ରମ ମନ୍ତ୍ରଣାଳୟର ସଚିବ ସୁମୀତା ଡାବରା ସିଆଇଆଇ ଏବଂ ଇଏଫଆଇର କାର୍ଯ୍ୟକ୍ରମ ପିଏଲଏଫଏସକୁ ଆଧାର କରି କହିଛନ୍ତି ଯେ ଗତ ୫ ବର୍ଷରେ ୮ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଡାବରା ଶ୍ରମ ଆଇନକୁ ଅପରାଧମୁକ୍ତ କରିବା ଏବଂ ମହିଳା କାର୍ଯ୍ୟବଳ ଭାଗିଦାରୀ ବୃଦ୍ଧି ନେଇ ମଧ୍ୟ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ମନ୍ତ୍ରଣାଳୟ ବ୍ୟବସାୟକୁ ସହଜ କରିବା ପାଇଁ ଅନେକ ସୁଧାର କରିଛି । ଡାବରା କହିଛନ୍ତି, ସାମାଜିକ ସୁରକ୍ଷା ଏବଂ ଶ୍ରମ କଲ୍ୟାଣ ପରି ସୁଧାରରେ ଭାରତରେ ସମାବେଶୀ ବିକାଶକୁ ବଳ ମିଳିବାର ଆ

୫ ବର୍ଷରେ ସୃଷ୍ଟି ହୋଇଛି ୮ କୋଟି ଚାକିରି, ଶ୍ରମ ମନ୍ତ୍ରଣାଳୟ କହିଲା କେଉଁଠୁ ଆସିଲା ରୋଜଗାର

ନୂଆଦିଲ୍ଲୀ: ଗ୍ଲୋବାଲ କ୍ୟାପେବିଲିଟି ସେଣ୍ଟର୍ସ (ଜିସିସି) ଏବଂ ଷ୍ଟାର୍ଟଅପ୍ସ ଭାରତରେ ନୂଆ ନିଯୁକ୍ତି ସୃଷ୍ଟି କରିବାରେ ପ୍ରମୁଖ ଖେଳାଳି ଭାବେ ଉଭା ହୋଇଛନ୍ତି । ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ସଚିବ ସୁମୀତା ଡାବରା ଏହି ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଏହି ଦୁଇ ମିଶି ଗତ ପାଞ୍ଚ ବର୍ଷରେ ପ୍ରାୟ ୮ କୋଟି ନୂଆ ଚାକିରି ସୃଷ୍ଟି କରିଛନ୍ତି ।

ଗ୍ଲୋବାଲ କ୍ୟାପେବିଲିଟି ସେଣ୍ଟର ସାଧାରଣତଃ ସାରା ଦୁନିଆରେ ସଂଗଠନ କରିଥାଏ । ଏହାର ଉଦ୍ଦେଶ୍ୟ ବୈଶ୍ୱିକ ପ୍ରତିଭା, ସଂସାଧନ ଏବଂ ବିଶେଷଜ୍ଞଙ୍କ ସହ ସଠିକ୍ ବ୍ୟବହାର କରିବା ହୋଇଥାଏ । ଏହା ମୁଖ୍ୟତଃ ବଡ଼ କର୍ପୋରେସନ ଅଂଶ ହୋଇଥାଏ ଏବଂ ଆର ଆଣ୍ଡ ଡି, ଆଇଟି ସର୍ଭିସେସ୍, ବିଜନେସ୍ ପ୍ରୋସେସ ଆଉଟସୋର୍ସିଂ, ଇଞ୍ଜିନିୟରିଂ ସର୍ଭିସେସ୍ ପରି ଅନେକ ସେବା ଉପଲବ୍ଧ କରାଇଥାଏ ।

ଶ୍ରମ ମନ୍ତ୍ରଣାଳୟର ସଚିବ ସୁମୀତା ଡାବରା ସିଆଇଆଇ ଏବଂ ଇଏଫଆଇର କାର୍ଯ୍ୟକ୍ରମ ପିଏଲଏଫଏସକୁ ଆଧାର କରି କହିଛନ୍ତି ଯେ ଗତ ୫ ବର୍ଷରେ ୮ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଡାବରା ଶ୍ରମ ଆଇନକୁ ଅପରାଧମୁକ୍ତ କରିବା ଏବଂ ମହିଳା କାର୍ଯ୍ୟବଳ ଭାଗିଦାରୀ ବୃଦ୍ଧି ନେଇ ମଧ୍ୟ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ମନ୍ତ୍ରଣାଳୟ ବ୍ୟବସାୟକୁ ସହଜ କରିବା ପାଇଁ ଅନେକ ସୁଧାର କରିଛି । ଡାବରା କହିଛନ୍ତି, ସାମାଜିକ ସୁରକ୍ଷା ଏବଂ ଶ୍ରମ କଲ୍ୟାଣ ପରି ସୁଧାରରେ ଭାରତରେ ସମାବେଶୀ ବିକାଶକୁ ବଳ ମିଳିବାର ଆଶା ରହିଛି ।