ଧସିଲା ସୁନାଖଣି, ୭୦ ମୃତ

ମାଳି,୨୫ା୧: ଆଫ୍ରିକାର ମାଳିରେ ଏକ ବେଆଇନ ସୁନା ଖଣି ଭୁଶୁଡ଼ିବା ଯୋଗୁ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖଣି ଭୁଶୁଡ଼ିବା ପରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଫ୍ରିକା ସରକାରଙ୍କ ଜାତୀୟ ଭୂତତ୍ତ୍ୱ ଏବଂ ଖଣି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କରିମ ବର୍ଥ ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। ତେବେ ଏହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। […] The post ଧସିଲା ସୁନାଖଣି, ୭୦ ମୃତ appeared first on Dharitri Odia News.

ଧସିଲା ସୁନାଖଣି, ୭୦ ମୃତ

ମାଳି,୨୫ା୧: ଆଫ୍ରିକାର ମାଳିରେ ଏକ ବେଆଇନ ସୁନା ଖଣି ଭୁଶୁଡ଼ିବା ଯୋଗୁ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖଣି ଭୁଶୁଡ଼ିବା ପରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ଆଫ୍ରିକା ସରକାରଙ୍କ ଜାତୀୟ ଭୂତତ୍ତ୍ୱ ଏବଂ ଖଣି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କରିମ ବର୍ଥ ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। ତେବେ ଏହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

ଅନ୍ୟପକ୍ଷରେ ଦେଶରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ସରକାର ପଦକ୍ଷେପ ନେବା ଉଚିତ ବୋଲି ଅଧିକାରୀମାନେ ଦାବି କରିଛନ୍ତି। ଯାହାଫଳରେ ଏହିପରି ଦୁର୍ଘଟଣାକୁ ଏଡ଼ାଯାଇପାରିବ। ଦେଶର ଖଣି ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି। ସୁରକ୍ଷା ଆବଶ୍ୟକତା ଅନୁସରଣ କରିବାକୁ ଖଣି ମାଲିକ ତଥା ଖଣି ସ୍ଥାନ ନିକଟରେ ରହୁଥିବା ଲୋକମାନଙ୍କୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

The post ଧସିଲା ସୁନାଖଣି, ୭୦ ମୃତ appeared first on Dharitri Odia News.