ଧାନ ଅମଳ ବେଳେ ବିଲ ଭିତରେ ଜଳିଗଲା ଧାନକଟା ମେସିନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଅମଲିପାଲି ପଞ୍ଚାୟତର କୁକେତିରା ଗ୍ରାମର ଭାଗ ଚାଷୀ ପିଛାଲୁ ବାଗଙ୍କ ଚାଷ ଜମିରେ ଧାନ ଅମଳ ବେଳେ ଧାନ କଟା ମେସିନ ଜଳିଯାଇଛି।  ରବିବାର ଅପରାହ୍ନ ୪ଟାରେ ପିଛାଲୁଙ୍କ ଚାଷ ଜମିରୁ  ଅଢେଇ ଏକର ଜମିର ଧାନ କଟା ସାରିଥିଲା। ହଠାତ୍ କୌଣସି କାରଣରୁ ମେସିନରେ ଶର୍ଟସର୍କିଟ ହୋଇ ନିଆଁ ଲାଗିଯିବାରୁ ହୁତୁ ହୁତୁ ହୋଇ ଜଳି ଉଠିଥିଲା। ନିଆଁକୁ ଆୟତ୍ତ କରି ନ ପାରି ତୁରନ୍ତ ଅତାବିରା ଅଗ୍ନିଶମ ବିଭାଗକୁ […]

ଧାନ ଅମଳ ବେଳେ ବିଲ ଭିତରେ ଜଳିଗଲା ଧାନକଟା ମେସିନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଅମଲିପାଲି ପଞ୍ଚାୟତର କୁକେତିରା ଗ୍ରାମର ଭାଗ ଚାଷୀ ପିଛାଲୁ ବାଗଙ୍କ ଚାଷ ଜମିରେ ଧାନ ଅମଳ ବେଳେ ଧାନ କଟା ମେସିନ ଜଳିଯାଇଛି।  ରବିବାର ଅପରାହ୍ନ ୪ଟାରେ ପିଛାଲୁଙ୍କ ଚାଷ ଜମିରୁ  ଅଢେଇ ଏକର ଜମିର ଧାନ କଟା ସାରିଥିଲା। ହଠାତ୍ କୌଣସି କାରଣରୁ ମେସିନରେ ଶର୍ଟସର୍କିଟ ହୋଇ ନିଆଁ ଲାଗିଯିବାରୁ ହୁତୁ ହୁତୁ ହୋଇ ଜଳି ଉଠିଥିଲା। ନିଆଁକୁ ଆୟତ୍ତ କରି ନ ପାରି ତୁରନ୍ତ ଅତାବିରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ମେସିନର ଅଧାରୁ ଅଧିକ ଅଂଶ ପୋଡ଼ି ନଷ୍ଟ ହେଇ ସାରିଥିଲା। ମେସିନରେ ଥିବା ପ୍ରା ୫ କୁଇଣ୍ଟାଲ ଧାନ ମଧ୍ୟ ପୋଡ଼ି ଯାଇ ନଷ୍ଟ ହୋଇଯାଇଥିଲା।