ଧାନ ଅମଳ ସରିଛି, ହେଲେ ଖୋଲୁନି ମଣ୍ଡି: ବର୍ଷା ଓ କୋହଲା ପାଗ ଯୋଗୁଁ କମିପାରେ ଧାନର ମାନ
କନକ ବ୍ୟୁରୋ: ଖୋଲୁନି ମଣ୍ଡି। ଚିନ୍ତାରେ ଚାଷୀକୁଳ । ଚାଷୀଙ୍କୁ ଡରାଉଛି ମଣ୍ଡିର କଟକଣା। ଏହାସହ ତୁହାକୁ ତୁହା ବର୍ଷା ଓ ହାତୀ ଉପଦ୍ରବ । ବାଧ୍ୟ ହୋଇ ଚାଷୀ ଶାଗମାଛ ଦରରେ ବାହାର ଦଲାଲଙ୍କୁ ବିକ୍ରି କରୁଛନ୍ତି ଝାଳବୁହା ପରିଶ୍ରମରେ କରିଥିବା ଧାନ । କେବେ ଖୋଲିବ ମଣ୍ଡି? ମଣ୍ଡି ଖୋଲିଲା ବେଳକୁ ସୁରକ୍ଷିତ ରହିଥିବ ତ ଅମଳ ଧାନ? ମଣ୍ଡିରେ ନେବେ ତ ଆମ ଧାନ, ଏଭଳି ଚିନ୍ତାରେ ରହିଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ଚାଷୀ। ଗୋଟିଏ ପଟେ ବର୍ଷା, ଅନ୍ୟପଟେ ହାତୀ। ଧାନ ଅମଳ ବେଳେ ଚାଷୀ ନାକେଦମ ହେଲେଣି। ହାତୀ ଦାଉରୁ ସୁରକ୍ଷିତ ଭାବେ ଫସଲ ଅମଳ କରିଛନ୍ତି ନୀଳଗିରି ଅଞ୍ଚଳର ଚାଷୀ। ହେଲେ ଏଯାଏଁ ମଣ୍ଡି ଖୋଲି ନଥିବାରୁ ଚାଷୀଙ୍କ କବାଟ ଠକ୍ଠକ୍ କଲେଣି ବାହାର ରାଜ୍ୟର ଦଲାଲ। ମଣ୍ଡି କଟକଣାକୁ ଡରି ଚାଷୀ ବାଧ୍ୟ ହୋଇ ୧୬ ଶହରୁ ୧୮ଶହ ଟଙ୍କାରେ ଦଲାଲଙ୍କୁ ବିକ୍ରି କରୁଛନ୍ତି। ଏ ଅଞ୍ଚଳରୁ ଟ୍ରକ୍ ଟ୍ରକ୍ ଧାନ ରାଜ୍ୟ ବାହାରକୁ ଯାଉଛି। ଗ୍ରାମାଞ୍ଚଳର ଚାଷୀ ମୁଖତଃ ଧାନ ଚାଷ ପାଇଁ ଧାର କରଜ କରିଥାନ୍ତି। ମାସିକ ଶହେ ଟଙ୍କାରେ ୪ରୁ ୫ ଟଙ୍କା ସୁଧ ଦେଇଥାନ୍ତି। ଧାନ ବିକିଲେ, କରଜ ଶୁଝିବା କଥା । ସୁଧ ଓ ମୂଳ ଟଙ୍କା ପାଇଁ ବାରମ୍ବାର ସାହୁକାର ତାଗିଦ କରୁଛନ୍ତି। ଏଣେ ମଣ୍ଡି ଖୋଲିନା ନାହିଁ । କୌଣସି ବିକଳ୍ପ ନପାଇ ଓ ସରକାରଙ୍କ ବୋନସ ଆଶା ଛାଡ଼ି ଦଲାଲଙ୍କୁ ଭରସା କରିଛନ୍ତି ଚାଷୀ । ୩୧ ଶହ ବଦଳରେ ୧୮ଶହ ଟଙ୍କାରେ ଧାନ ବିକି

କନକ ବ୍ୟୁରୋ: ଖୋଲୁନି ମଣ୍ଡି। ଚିନ୍ତାରେ ଚାଷୀକୁଳ । ଚାଷୀଙ୍କୁ ଡରାଉଛି ମଣ୍ଡିର କଟକଣା। ଏହାସହ ତୁହାକୁ ତୁହା ବର୍ଷା ଓ ହାତୀ ଉପଦ୍ରବ । ବାଧ୍ୟ ହୋଇ ଚାଷୀ ଶାଗମାଛ ଦରରେ ବାହାର ଦଲାଲଙ୍କୁ ବିକ୍ରି କରୁଛନ୍ତି ଝାଳବୁହା ପରିଶ୍ରମରେ କରିଥିବା ଧାନ । କେବେ ଖୋଲିବ ମଣ୍ଡି? ମଣ୍ଡି ଖୋଲିଲା ବେଳକୁ ସୁରକ୍ଷିତ ରହିଥିବ ତ ଅମଳ ଧାନ? ମଣ୍ଡିରେ ନେବେ ତ ଆମ ଧାନ, ଏଭଳି ଚିନ୍ତାରେ ରହିଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ଚାଷୀ।
ଗୋଟିଏ ପଟେ ବର୍ଷା, ଅନ୍ୟପଟେ ହାତୀ। ଧାନ ଅମଳ ବେଳେ ଚାଷୀ ନାକେଦମ ହେଲେଣି। ହାତୀ ଦାଉରୁ ସୁରକ୍ଷିତ ଭାବେ ଫସଲ ଅମଳ କରିଛନ୍ତି ନୀଳଗିରି ଅଞ୍ଚଳର ଚାଷୀ। ହେଲେ ଏଯାଏଁ ମଣ୍ଡି ଖୋଲି ନଥିବାରୁ ଚାଷୀଙ୍କ କବାଟ ଠକ୍ଠକ୍ କଲେଣି ବାହାର ରାଜ୍ୟର ଦଲାଲ। ମଣ୍ଡି କଟକଣାକୁ ଡରି ଚାଷୀ ବାଧ୍ୟ ହୋଇ ୧୬ ଶହରୁ ୧୮ଶହ ଟଙ୍କାରେ ଦଲାଲଙ୍କୁ ବିକ୍ରି କରୁଛନ୍ତି। ଏ ଅଞ୍ଚଳରୁ ଟ୍ରକ୍ ଟ୍ରକ୍ ଧାନ ରାଜ୍ୟ ବାହାରକୁ ଯାଉଛି।
ଗ୍ରାମାଞ୍ଚଳର ଚାଷୀ ମୁଖତଃ ଧାନ ଚାଷ ପାଇଁ ଧାର କରଜ କରିଥାନ୍ତି। ମାସିକ ଶହେ ଟଙ୍କାରେ ୪ରୁ ୫ ଟଙ୍କା ସୁଧ ଦେଇଥାନ୍ତି। ଧାନ ବିକିଲେ, କରଜ ଶୁଝିବା କଥା । ସୁଧ ଓ ମୂଳ ଟଙ୍କା ପାଇଁ ବାରମ୍ବାର ସାହୁକାର ତାଗିଦ କରୁଛନ୍ତି। ଏଣେ ମଣ୍ଡି ଖୋଲିନା ନାହିଁ । କୌଣସି ବିକଳ୍ପ ନପାଇ ଓ ସରକାରଙ୍କ ବୋନସ ଆଶା ଛାଡ଼ି ଦଲାଲଙ୍କୁ ଭରସା କରିଛନ୍ତି ଚାଷୀ । ୩୧ ଶହ ବଦଳରେ ୧୮ଶହ ଟଙ୍କାରେ ଧାନ ବିକି ଦେଉଛନ୍ତି ।
ଚଳିତବର୍ଷ ନୀଳଗିରିରେ ୧୦ ହଜାର ୨୪୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ବାତ୍ୟା ଦାନାରେ ୧ ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ପ୍ରଭାବିତ ହୋଇଥିଲା । ଏହାସହ ହାତୀ ବି କିଛି କମ୍ କ୍ଷତି କରିନାହାନ୍ତି। ଏତେ ସବୁ ପରେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ବିଳମ୍ବିତ ମଣ୍ଡି ।