ଧାନମଣ୍ଡିରେ ଅବ୍ୟବସ୍ଥା: ତାତିଲେ ଚାଷୀ
ପାରଳାଖେମୁଣ୍ଡି/ସାଲେପୁରର,୨୪।୨: ପୁଣି ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ। ଗଜପତି ଜିଲା ପାରଳାଖେମୁଣ୍ଡି କାଶୀନଗରରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ କାଶୀନଗର ବ୍ଲକ NAC କାର୍ଯ୍ୟାଳୟ ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଫଳରେ ସମ୍ପୃକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ପୋଲିସ କର୍ମଚାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରୁଛନ୍ତି। ହେଲେ ଚାଷୀଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ […] The post ଧାନମଣ୍ଡିରେ ଅବ୍ୟବସ୍ଥା: ତାତିଲେ ଚାଷୀ appeared first on Dharitri Odia News.
ପାରଳାଖେମୁଣ୍ଡି/ସାଲେପୁରର,୨୪।୨: ପୁଣି ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ। ଗଜପତି ଜିଲା ପାରଳାଖେମୁଣ୍ଡି କାଶୀନଗରରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ କାଶୀନଗର ବ୍ଲକ NAC କାର୍ଯ୍ୟାଳୟ ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଫଳରେ ସମ୍ପୃକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଖବର ପାଇ ପୋଲିସ କର୍ମଚାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରୁଛନ୍ତି। ହେଲେ ଚାଷୀଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷେ ମଣ୍ଡି ସମସ୍ୟାକୁ ନେଇ କଟକ ଜିଲା ସାଲେପୁରର ରାଇସୁଙ୍ଗୁଡାରେ ଶତାଧିକ ଚାଷୀ ଏକାଠି ହୋଇ ରାସ୍ତାରୋକୋ କରିଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା ଆରମ୍ଭ କରିଛି।
The post ଧାନମଣ୍ଡିରେ ଅବ୍ୟବସ୍ଥା: ତାତିଲେ ଚାଷୀ appeared first on Dharitri Odia News.