ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି…

କେସିଙ୍ଗା,୨୮ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଚାଷୀଙ୍କ ଅମଳ ଧାନର ଉଚିତ୍‌ ମୂଲ୍ୟ ପ୍ରଦାନ ଓ କଟ୍‌ନି ଛଟ୍‌ନ ବନ୍ଦ ବାବଦକୁ ନେଇ କେସିଙ୍ଗା ସହରରେ କଂଗ୍ରେସର ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୨୬କୁ ସକାଳ ୫ଟାରୁ ଶନିବାର ବସ୍‌ଷ୍ଟାଣ୍ଡ ନିକଟରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଦୀର୍ଘଦିନ ଧରି ଚାଷୀ ଅମଳ ଧାନକୁ ମିଲର୍ସ ଓ ପ୍ୟାକ୍ସ ଧାନ କୁଇଣ୍ଟାଲ ପିଛା ୭ କେଜିରୁ ଅଧିକ ଧାନ କଟାଯାଉଛି। ଧାନମଣ୍ଡିରେ […] The post ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି… appeared first on Dharitri Odia News.

ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି…

କେସିଙ୍ଗା,୨୮ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଚାଷୀଙ୍କ ଅମଳ ଧାନର ଉଚିତ୍‌ ମୂଲ୍ୟ ପ୍ରଦାନ ଓ କଟ୍‌ନି ଛଟ୍‌ନ ବନ୍ଦ ବାବଦକୁ ନେଇ କେସିଙ୍ଗା ସହରରେ କଂଗ୍ରେସର ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୨୬କୁ ସକାଳ ୫ଟାରୁ ଶନିବାର ବସ୍‌ଷ୍ଟାଣ୍ଡ ନିକଟରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଦୀର୍ଘଦିନ ଧରି ଚାଷୀ ଅମଳ ଧାନକୁ ମିଲର୍ସ ଓ ପ୍ୟାକ୍ସ ଧାନ କୁଇଣ୍ଟାଲ ପିଛା ୭ କେଜିରୁ ଅଧିକ ଧାନ କଟାଯାଉଛି। ଧାନମଣ୍ଡିରେ କୌଣସି ସୁବିଧା ନାହିଁ। ଧାନ ଖୋଲା ଆକାଶ ତଳେ ଶହଶହ କୁଇଣ୍ଟାଲ ଧାନ ପଡ଼ିରହିଛି। ବିଳମ୍ବରେ ମଣ୍ଡି ଖୋଲିଥିବାରୁ ଟୋକନ୍‌ର ସମୟ ସୀମାବୃଦ୍ଧି, ଚାଷୀଙ୍କ ଋଣ ଛାଡ଼ କରାଯାଉ,ଫସଲ ବୀମା ଦିଆଯାଉ ଦାବିରେ ଶନିବାର ସଦର ବିଧାୟକ ସାଗର ଚରଣ ଦାସଙ୍କ ଆହାନ କ୍ରମେ କେସିଙ୍ଗା ସହରରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ନଗର ସଭାପତି ସୁବାସ ଜୈନ ଓ ବିଜୟ ଦୀପଙ୍କ ନେତୃତ୍ୱରେ ବିଭିନ୍ନ ଛକ ଜାଗାରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଯାନବାହନ ରୋକିବା ସହିତ ଦୋକାନ ବଜାର ବନ୍ଦ କରିଥିଲେ। ଦୂର ଜାଗାକୁ ଯାଉଥିବା ଗାଡ଼ିମୋଟର ଯାତ୍ରୀମାନେ ବହୁ ହଇରାଣ ହରକତ ହୋଇଥିଲେ। ସହରରେ ବୋରିଙ୍ଗପଦର ଛକଠାରୁ ବଲାଙ୍ଗୀର ଛକ ଯାଏ ପ୍ରାୟ ୩ କିମି ଦୂର ଯାଏ ସମସ୍ତ ଯାନବାହନ ଅଟକି ରହିଛି। ଏହି ବନ୍ଦ ଡାକରାରେ ପୂର୍ବତନ ନଗର ପଲ ରାମଜୀ ମାତ୍‌ ଖଣ୍ଡିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମରାଲ ସୁନାନୀ, କଂଗ୍ରେସ ବ୍ଲକ ସଭାପତି ରାହାସ ସାହୁ, କାଉନସିଲର ରୋହିତ ଜୈନ, ପ୍ରତାପ ବାଗ୍‌, ହେମରାଜ ସାହା ପ୍ରମୁଖ ଉପସ୍ଥିତ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ସେହିପରି ଭବାନୀପାଟଣା ସହରରେ ମଧ୍ୟ ବନ୍ଦ କରାଯାଇଛି।

The post ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି… appeared first on Dharitri Odia News.