ଧିଙ୍ଗିରି ଛତୁରୁ ଦମ୍ପତିଙ୍କୁ ପରିଚୟ

(ଧୀରେନ୍ଦ୍ର ସେନାପତି): ଏହି ଦମ୍ପତି ଖାଲି ଛତୁ ଛାଷ ସହିତ ଛତୁ ମଞ୍ଜି ତିଆରି କରି ବିଭିନ୍ନ ମହିଳା ଗୋଷ୍ଠୀ ବା ଅସହାୟ ମହିଳାମାନଙ୍କୁ ଛତୁ ମଞ୍ଜି ଯୋଗାଇ ଦେଇଥାନ୍ତି। ଏପରିକି ନିଜେ ଯାଇକି ସେମାନଙ୍କ ଘରେ ଛତୁ ଚାଷ ସମ୍ପର୍କରେ ତାଲିମ ଦେବା ସହ ଛତୁ ବେଡ ତିଆରି କରି ଆସିଥାନ୍ତି। ସେମାନେ ଛତୁ ବିକିବା ପରେ ଛତୁ ମଞ୍ଜିର ପଇସା ଦେଇଥାନ୍ତି। ଏତିକିରେ ଉକ୍ତ ଦମ୍ପତି ରହିଯାଇନାହାନ୍ତି ସେମାନେ ଗ୍ରାମ୍ୟ କୃଷି ବିକାଶ ପରିଷଦ […]

ଧିଙ୍ଗିରି ଛତୁରୁ ଦମ୍ପତିଙ୍କୁ ପରିଚୟ
Introducing the couple from Dhingiri mushroom

(ଧୀରେନ୍ଦ୍ର ସେନାପତି): ଏହି ଦମ୍ପତି ଖାଲି ଛତୁ ଛାଷ ସହିତ ଛତୁ ମଞ୍ଜି ତିଆରି କରି ବିଭିନ୍ନ ମହିଳା ଗୋଷ୍ଠୀ ବା ଅସହାୟ ମହିଳାମାନଙ୍କୁ ଛତୁ ମଞ୍ଜି ଯୋଗାଇ ଦେଇଥାନ୍ତି। ଏପରିକି ନିଜେ ଯାଇକି ସେମାନଙ୍କ ଘରେ ଛତୁ ଚାଷ ସମ୍ପର୍କରେ ତାଲିମ ଦେବା ସହ ଛତୁ ବେଡ ତିଆରି କରି ଆସିଥାନ୍ତି। ସେମାନେ ଛତୁ ବିକିବା ପରେ ଛତୁ ମଞ୍ଜିର ପଇସା ଦେଇଥାନ୍ତି। ଏତିକିରେ ଉକ୍ତ ଦମ୍ପତି ରହିଯାଇନାହାନ୍ତି ସେମାନେ ଗ୍ରାମ୍ୟ କୃଷି ବିକାଶ ପରିଷଦ ଗଠନ କରି ଅନେକ ମହିଳା ଓ ଚାଷୀଙ୍କୁ ବିଭିନ୍ନ ପନିପରିବା ଓ ଛତୁ ଚାଷ ସମ୍ପର୍କରେ ତାଲିମ ପ୍ରଦାନ କରି ଦମ୍ପତି ବେଶ ପରିଚିତ।

ନିଜେ ନିଜ ପରିବାର ଚଳାଇବା ସହିତ ଆଖପାଖ ଅଞ୍ଚଳରେ ଅନେକ ପରିବାରକୁ ରୋଜଗାର ବାଟ ଦେଖାଉଛନ୍ତି ଦମ୍ପତି ସଂଯୁକ୍ତା ପାହାନ୍ତାସିଂହ ଓ ପ୍ରତାପ ପାହାନ୍ତାସିଂହ। ବିଶେଷ କରି ଧିଙ୍ଗିରି ଛତୁ ଚାଷ ସମୟ ସରିଯାଇଥିଲେ ମଧ୍ୟ ଏବେ ବି ସେ ଧିଙ୍ଗିରି ଛତୁ ଫଳାଇବାରେ ସଫଳ। ମାତ୍ର ଶୀତ ନ ଥିବାରୁ ଧିଙ୍ଗିରି ଛତୁ କମି ଯାଇଛି। ମାତ୍ର ଧିଙ୍ଗିରି ଛତୁର ଚାହିଦା ଏବେ ବି ବଜାରରେ ରହିଛି। ଯେଉଁମାନେ ଧିଙ୍ଗିରି ଛତୁ ଖାଇଛନ୍ତି ସେମାନେ ଏବେ ବି ବଜାରରେ ଏହି ଦମ୍ପତିକୁ ଫୋନ କରି ଛତୁ ଅଛିକି ନାହିଁ ବୋଲି ପଚାରୁଛନ୍ତି। କାରଣ ଏହି ଛତୁ ଦର କମ ହୋଇଥିବା ବେଳେ ଏହି ଛତୁର ସ୍ୱାଦ ପାଳଛତୁ ଠାରୁ ଭିନ୍ନ ।

ଏହି ଛତୁ ଚାଷ କରିବା ପାଇଁ ସେପରି ଖର୍ଚ୍ଚ କମ ହୋଇଥାଏ । ସେହିପରି ଛତୁ ଚାଷ ପାଇଁ ବେଶି ଯାଗା ଦରକାର ହୋଇ ନ ଥାଏ। ନିଜର ଅଦରକାରୀ ଘର ବା ନିଜ ବାରି, ଅଗଣାରେ ମଧ୍ୟ ଏହି ଛତୁ ଚାଷ କରି ହେବ, ଖରା ନ ପଡୁଥିବା ବୋଲି ସଂଯୁକ୍ତା ପାହାନ୍ତାସିଂହ କହନ୍ତି। ଏହି ଦମ୍ପତି ଛତୁ ଚାଷ ସହିତ ବଡି, ପାମ୍ପଡ, ନଡିଆଖତାରେ ବିଭିନ୍ନ ସାମଗ୍ରୀ କିଆରି କରିବା, ଜେଲି, ଖଟା, ଆଚାର, ପାନୀୟ ଜଳ, କ୍ୱାସ, ସକ୍ସ, ସହିତ ଫିନାଇଲ, ଧୂପକାଠି, ପିଜୁଳି, ଆମ୍ବ, ଅଁଳା, ପୋଦିନା, ଧନିଆ ଆଦି ସମାଗ୍ରୀରେ ପାନୀୟ ଜଳ ପ୍ରସ୍ତୁତ କରିବା ସହିତ ସେଓରେ ରସଗୋଲା ତିଆରି କରିବା ସହିତ ଆଜିର ଦିନରେ ନିଜ ବାରିରେ ଥିବା ଶାଗ, ପନିପରିବାକୁ ନେଇ ବିଭିନ୍ନ ସ୍କ୍ୱାସ ବା ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ପ୍ରଣାଳୀ ମହିଳା ଗୋଷ୍ଠୀଙ୍କୁ ଶିଖାଉଛନ୍ତି। ଏବେ ସେ କଣାସ ବ୍ଳକର ବେଣାଗାଁରେ ମହିଳାଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ମାତ୍ର ସରକାରୀ ପ୍ରୋତ୍ସାହନ ପାଇଲେ ବା ତାଙ୍କୁ ଟ୍ରେନର ଭାବେ ମହିଳା ଗୋଷ୍ଠୀଙ୍କୁ ତାଲିମ ଦେବା ପାଇଁ ସରକାରଙ୍କ ଠାରୁ ଅନୁମତି ମିଳିଲେ ସେ ବେଶ ଖୁସି ହୋଇପାରନ୍ତେ ବୋଲି ସଂଯୁକ୍ତା ପାହାନ୍ତାସିଂହ କହିଛନ୍ତି। ଅନ୍ୟ ପକ୍ଷେ ଯେଉଁ ମହିଳା ଗୋଷ୍ଠୀ ବା ଯେଉଁ ମା’ ମାନେ ନିଜେ ଶିଖିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନେ ୯୪୩୭୮୬୦୯୦୮ ନମ୍ବରରେ ଯୋଗାଯୋଗ କରିଲେ ଆମେ ସେମାନଙ୍କୁ ତାଲିମ ଦେଇ ପାରିବୁ ବୋଲି ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂହ କହନ୍ତି।