ଧୁଲୁଣ୍ଡା ଗ୍ରାମରେ ରକ୍ତଦାନ ଶିବିର ୪୧ ୟୁନିଟ ରକ୍ତ ସଂଗ୍ରହ

ଝାରସୁଗୁଡା୨୮/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଚାରପାଲି ପଞ୍ଚାୟତ ଅନ୍ତର୍ଗତ ଧୁଲୁଣ୍ଡା ଗ୍ରାମରେ ସେବା ଭାରତୀ ଓଡିଶା, ପଶ୍ଚିମ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା । ବରଗଡ଼ ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ମାନେ ଆସି ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ଏକ ଟଙ୍କିଆ କ୍ଲିନିକ ର ଡାକ୍ତର ଶଙ୍କର ରାମଚନ୍ଦାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶିବିର […] The post ଧୁଲୁଣ୍ଡା ଗ୍ରାମରେ ରକ୍ତଦାନ ଶିବିର ୪୧ ୟୁନିଟ ରକ୍ତ ସଂଗ୍ରହ appeared first on Odisha.News.

ଧୁଲୁଣ୍ଡା ଗ୍ରାମରେ ରକ୍ତଦାନ ଶିବିର  ୪୧ ୟୁନିଟ ରକ୍ତ ସଂଗ୍ରହ

ଝାରସୁଗୁଡା୨୮/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଚାରପାଲି ପଞ୍ଚାୟତ ଅନ୍ତର୍ଗତ ଧୁଲୁଣ୍ଡା ଗ୍ରାମରେ ସେବା ଭାରତୀ ଓଡିଶା, ପଶ୍ଚିମ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା । ବରଗଡ଼ ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ମାନେ ଆସି ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ଏକ ଟଙ୍କିଆ କ୍ଲିନିକ ର ଡାକ୍ତର ଶଙ୍କର ରାମଚନ୍ଦାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶିବିର କୁ ଶୁଭ ଉଦଘାଟନ କରିଥିଲେ । ସେହିପରି ଡ଼.ଗିରିଶ ଚନ୍ଦ୍ର ରାଉତ, କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସମରେନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ଦେହେରୀ ସମ୍ମାନିତ ଅତିଥି ରୂପେ ଅଂଶଗ୍ରହଣ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ବେଳେ ନବୀନ ବିଶ୍ୱାଳ, ନିମାଇଁ ସାହୁ, ସମ୍ରାଟ ବିଶ୍ୱାଳ, ବିଶ୍ୱନାଥ ପଧାନ, ନିକେଶ ସାହୁ, ପିଙ୍କୁ ସାହୁ, କ୍ଷୀରସାଗର ପଧାନ,ସୁନୀଲ ଦାସ, ସୁଶାନ୍ତ ବିଶ୍ୱାଳ,ଜୟଦ୍ରଥ ସାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ତଥା ଅଞ୍ଚଳର ଯୁବଗୋଷ୍ଠୀ ର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

The post ଧୁଲୁଣ୍ଡା ଗ୍ରାମରେ ରକ୍ତଦାନ ଶିବିର ୪୧ ୟୁନିଟ ରକ୍ତ ସଂଗ୍ରହ appeared first on Odisha.News.