ଧୋତି ପିନ୍ଧିଥିବାରୁ ଚାଷୀଙ୍କୁ ମିଳିଲାନି ଏଣ୍ଟ୍ରି, ଭିଡିଓ ଭାଇରାଲ ପରେ ମଲ୍ ୭ ଦିନ ପାଇଁ ବନ୍ଦ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସ୍ଥିତି ଜଣାଶୁଣା ଜିଟି ମଲର ଏକ ଭିଡିଓ ସୋସୋଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଧୋତି ପନ୍ଧିଥିବା ଜଣେ ଚାଷୀଙ୍କୁ ମଲ୍ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା । ଏହି ଘଟଣାକୁ ଲୋକେ ନିନ୍ଦା କରିବା ସହ ହଙ୍ଗମା ହୋଇଥିଲା । କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ମଲ୍ ପ୍ରବନ୍ଧକଙ୍କ ବିରୋରେ ଆକ୍ସନ ପାଇଁ ଦାବି କରିଥିଲେ । ଏବେ କର୍ଣ୍ଣାଟକର ସିଦ୍ଦରମୈୟା ସରକାର ଆକ୍ସନ ନେଇଛନ୍ତି । ସରକାର ଜିଟି ମଲକୁ ସାତ ଦିନ ବନ୍ଦ ରଖିବା ପାଇଁ ଆଦେଶ ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବରିଷ୍ଠ ଚାଷୀଙ୍କୁ ତାଙ୍କ ପୋଷାକ ଯୋଗୁଁ ମଲ୍ ଭିତରକୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା । ଚାଷୀ ଜଣକ ନିଜ ପୁଅ ସହ ମଲରେ ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିଲେ । ଏହି ଘଟଣାରେ ମର୍ମାହତ ଚାଷୀ ଏବଂ ତାଙ୍କ ପୁଅ ଏକ ଭିଡିଓରେ ସୁରକ୍ଷାକର୍ମୀ ଏବଂ ମଲ୍ ପ୍ରବନ୍ଧକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ପିନ୍ଧିଥିବା ପୋଷାକ ପାଇଁ ମଲରେ ଏଣ୍ଟ୍ରି ଦିଆଯାଉନଥିବା ଭିଡିଓରେ ଦୁହେଁ ଅଭିଯୋଗ କରିଥିଲେ ।This mall should be fined!Elderly farmer denied entry to GT world shopping mall in #Bengaluru cuz he was wearing a Dhoti ????????♀️Fakeerappa, a farmer in his 70's was hoping to watch a movie with his
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସ୍ଥିତି ଜଣାଶୁଣା ଜିଟି ମଲର ଏକ ଭିଡିଓ ସୋସୋଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଧୋତି ପନ୍ଧିଥିବା ଜଣେ ଚାଷୀଙ୍କୁ ମଲ୍ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା । ଏହି ଘଟଣାକୁ ଲୋକେ ନିନ୍ଦା କରିବା ସହ ହଙ୍ଗମା ହୋଇଥିଲା । କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ମଲ୍ ପ୍ରବନ୍ଧକଙ୍କ ବିରୋରେ ଆକ୍ସନ ପାଇଁ ଦାବି କରିଥିଲେ । ଏବେ କର୍ଣ୍ଣାଟକର ସିଦ୍ଦରମୈୟା ସରକାର ଆକ୍ସନ ନେଇଛନ୍ତି । ସରକାର ଜିଟି ମଲକୁ ସାତ ଦିନ ବନ୍ଦ ରଖିବା ପାଇଁ ଆଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବରିଷ୍ଠ ଚାଷୀଙ୍କୁ ତାଙ୍କ ପୋଷାକ ଯୋଗୁଁ ମଲ୍ ଭିତରକୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା । ଚାଷୀ ଜଣକ ନିଜ ପୁଅ ସହ ମଲରେ ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିଲେ । ଏହି ଘଟଣାରେ ମର୍ମାହତ ଚାଷୀ ଏବଂ ତାଙ୍କ ପୁଅ ଏକ ଭିଡିଓରେ ସୁରକ୍ଷାକର୍ମୀ ଏବଂ ମଲ୍ ପ୍ରବନ୍ଧକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ପିନ୍ଧିଥିବା ପୋଷାକ ପାଇଁ ମଲରେ ଏଣ୍ଟ୍ରି ଦିଆଯାଉନଥିବା ଭିଡିଓରେ ଦୁହେଁ ଅଭିଯୋଗ କରିଥିଲେ ।
This mall should be fined!
Elderly farmer denied entry to GT world shopping mall in #Bengaluru cuz he was wearing a Dhoti ????????♀️
Fakeerappa, a farmer in his 70's was hoping to watch a movie with his family, had booked his ticket prior, but was stopped at the gates of GT mall… pic.twitter.com/xpKaeBJzzf— Nabila Jamal (@nabilajamal_) July 17, 2024
ବିବାଦ ଏତେ ବଡ଼ ହୋଇଥିଲା ଯେ ଏହି ପ୍ରସଙ୍ଗକୁ କର୍ଣ୍ଣାଟକ ବିଧାନସଭାରେ ମଧ୍ୟ ଉଠାଯାଇଥିଲା । କର୍ଣ୍ଣାଟକର ନଗର ଉନ୍ନୟନ ମନ୍ତ୍ରୀ ବିରଥି ସୁରେଶ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଧାନସଭାରେ ବିବୃତ୍ତି ରଖି ସେ କହିଛନ୍ତି, 'ଆଇନ ଅନୁସାରେ, ସରକାର ମଲକୁ ସାତ ଦିନ ପାଇଁ ବନ୍ଦ କରୁଛନ୍ତି ।' ମନ୍ତ୍ରୀଙ୍କ ଏହି ଘୋଷଣା ପରେ ବାଚସ୍ପତି ୟୁଟି ଖାଦର ଏହାକୁ ସ୍ୱାଗତ କରିଛନ୍ତି ଏବଂ ମନ୍ତ୍ରୀଙ୍କୁ ଏହା ତୁରନ୍ତ ଲାଗୁ କରିବା ପାଇଁ କହିଛନ୍ତି ।