ଧୋନିଙ୍କ ସହ ଧ୍ରୁବଙ୍କୁ ତୁଳନା କରୁଛନ୍ତି ପ୍ରଶଂସକ

ରାଞ୍ଚି,୨୬।୨: ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଧ୍ରୁବ ଜୁରେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୯୦ ରନ ସ୍କୋର କରି ଟିମ ଇଣ୍ଡିଆକୁ ଖରାପ ପରିସ୍ଥିତିରୁ ଉଦ୍ଧାର କରିଥିଲେ। ଟିମ ଇଣ୍ଡିଆ ଏକ ସମୟରେ ୧୧୭ରନ ପାଇଁ ୭ ୱିକେଟ ହରାଇଥିଲା। ଏହା ପରେ ଜୁରେଲ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ସ୍ଥାପନ କରି ଭାରତୀୟ ଦଳକୁ ସମ୍ମାନଜନକ ସ୍ଥିତିକୁ ନେଇଗଲେ। ରାଞ୍ଚି ଟେଷ୍ଟରେ ଭାରତ ପ୍ରଥମ […] The post ଧୋନିଙ୍କ ସହ ଧ୍ରୁବଙ୍କୁ ତୁଳନା କରୁଛନ୍ତି ପ୍ରଶଂସକ appeared first on Dharitri Odia News.

ଧୋନିଙ୍କ ସହ ଧ୍ରୁବଙ୍କୁ ତୁଳନା କରୁଛନ୍ତି ପ୍ରଶଂସକ

ରାଞ୍ଚି,୨୬।୨: ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଧ୍ରୁବ ଜୁରେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୯୦ ରନ ସ୍କୋର କରି ଟିମ ଇଣ୍ଡିଆକୁ ଖରାପ ପରିସ୍ଥିତିରୁ ଉଦ୍ଧାର କରିଥିଲେ। ଟିମ ଇଣ୍ଡିଆ ଏକ ସମୟରେ ୧୧୭ରନ ପାଇଁ ୭ ୱିକେଟ ହରାଇଥିଲା। ଏହା ପରେ ଜୁରେଲ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ସ୍ଥାପନ କରି ଭାରତୀୟ ଦଳକୁ ସମ୍ମାନଜନକ ସ୍ଥିତିକୁ ନେଇଗଲେ।
ରାଞ୍ଚି ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୦୭ ରନ ସଂଗ୍ରହ କରିଥିଲା। ଏଠାରେ ଜୁରେଲ ସବୁଠୁ ବଡ଼ ଇନିଂସ ଖେଳିଥିଲେ। ସେ ୧୪୯ ବଲରେ ୯୦ ରନ ସଂଗ୍ରହ କରି ୬ ଚୌକା ଓ ୪ ଛକା ମାରିଥିଲେ। ଯଦିଓ ସେ ଏକ ଶତକ ସ୍କୋର କରିବାକୁ ମିସ କରିଥିଲେ। ଟମ ହାର୍ଟଲି ତାଙ୍କୁ ବୋଲ୍ଡ କରିଥିଲେ।
ଜୁରେଲଙ୍କ ଏହି ଇନିଂସ ପରେ କ୍ରିକେଟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି କ୍ରିକେଟ ପ୍ରେମୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। କେହି କେହି ତାଙ୍କ ଇନିଂସରେ ଅଭିବାଦନ ନେଉଥିବା ବେଳେ ଅନ୍ୟମାନେ ତାଙ୍କୁ ପରବର୍ତ୍ତୀ ଧୋନି ବୋଲି କହୁଛନ୍ତି।

The post ଧୋନିଙ୍କ ସହ ଧ୍ରୁବଙ୍କୁ ତୁଳନା କରୁଛନ୍ତି ପ୍ରଶଂସକ appeared first on Dharitri Odia News.