ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍ ଟିମ୍ରେ ଦେଖିବାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ସିଏସ୍କେ କୋଚ୍ ବଡ଼ ବୟାନ ଦେଇଛନ୍ତି। ଏହା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗିପାରେ। ଟିମ୍ର ହେଡ୍ କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, ଗତ ବର୍ଷ ଧୋନୀଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହାପରେ ତାଙ୍କର ସର୍ଜରୀ କରାଯାଇଥିଲା। ଏବେ ଯାଏ ଧୋନୀ ସେହି ସମସ୍ୟାରୁ […] The post ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍ କଲେ ବଡ଼ ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍ ଟିମ୍ରେ ଦେଖିବାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ସିଏସ୍କେ କୋଚ୍ ବଡ଼ ବୟାନ ଦେଇଛନ୍ତି। ଏହା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗିପାରେ।
ଟିମ୍ର ହେଡ୍ କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, ଗତ ବର୍ଷ ଧୋନୀଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହାପରେ ତାଙ୍କର ସର୍ଜରୀ କରାଯାଇଥିଲା। ଏବେ ଯାଏ ଧୋନୀ ସେହି ସମସ୍ୟାରୁ ମୁକୁଳି ନାହାନ୍ତି। ସେ ଏବେ ବି ସୁସ୍ଥ ହେଉଛନ୍ତି। ଦଳକୁ ତାଙ୍କର ଆବଶ୍ୟକତା ରହିଛି। ଏଣୁ ସେ ଅଧିକ ବ୍ୟାଟିଂ କଲେ ତାଙ୍କର ଆଘାତ ଉପରେ ପ୍ରଭାବ ପଡ଼ିପାରେ। ଧୋନୀ କେବଳ ଡେଥ୍ ଓଭର୍ରେ କାମିଓ ରୋଲ୍ ହିଁ ଜାରି ରଖିବେ। ଯଦି ସେ ଏଭଳି ଫିଟ୍ ରୁହନ୍ତି ତେବେ ଅନ୍ତିମ ୨-୩ ଓଭରରେ ସମସ୍ତଙ୍କ ମନୋରଞ୍ଜନ କରିବେ, ଯାହାକି ତାଙ୍କ ପ୍ରଶଂସକଙ୍କ ପାଇଁ ଆଶ୍ୱସ୍ତିକର କଥା ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ୪୨ ବର୍ଷୀୟ ଧୋନୀ ଚଳିତ ଆଇପିଏଲ୍ରେ ଜବରଦସ୍ତ ଫର୍ମରେ ଅଛନ୍ତି। ପୂର୍ବ ମ୍ୟାଚ୍ରେ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ୯ ବଲ୍ରେ ୨୮ ରନ୍ର ଇନିଂସ ଖେଳିଥିଲେ। ଫଳରେ ଚେନ୍ନାଇର ସ୍କୋର ୧୭୦ରେ ପହଞ୍ଚିଥିଲା। ଏହାପୂର୍ବରୁ ମୁମ୍ବାଇ ବିପକ୍ଷରେ ୪ ବଲ୍ରେ ୨୦ ରନ୍ କରି ସେ ଦଳର ସ୍କୋରକୁ ୨୦୦ ପାର୍ କରାଇଥିଲେ। ଗତ ଦୁଇ ଇନିଂସରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୩୦୦ରୁ ଅଧିକ ଥିଲା। ଏହି ସିଜନରେ ସେ ୭ ଚୌକା ଏବଂ ୮ ଛକା ମାରିଛନ୍ତି।
The post ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍ କଲେ ବଡ଼ ଖୁଲାସା appeared first on Dharitri Odia News.