‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ରୋହିତଙ୍କୁ ତାଙ୍କ ନେତୃତ୍ୱରେ ଧୋନୀଙ୍କ ଭଳି କ୍ୱାଲିଟି ଆଣିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। ଟେଷ୍ଟରେ ଅଧିନାୟକ ଭାବେ ରୋହିତ ପ୍ରଭାବୀ ନିଷ୍ପତ୍ତି ନେଇ ନ ଥିଲେ। ଏହାକୁ ନେଇ ସଞ୍ଜୟ ମାଞ୍ଜରେକର ଟୁଇଟ୍‌ କରି କହିଥିଲେ ଯେ, ଧୋନୀଙ୍କ ପାଖରେ ସ୍ବତନ୍ତ୍ର କ୍ଷମତା […] The post ‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’ appeared first on Dharitri Odia News.

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ରୋହିତଙ୍କୁ ତାଙ୍କ ନେତୃତ୍ୱରେ ଧୋନୀଙ୍କ ଭଳି କ୍ୱାଲିଟି ଆଣିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।

ଟେଷ୍ଟରେ ଅଧିନାୟକ ଭାବେ ରୋହିତ ପ୍ରଭାବୀ ନିଷ୍ପତ୍ତି ନେଇ ନ ଥିଲେ। ଏହାକୁ ନେଇ ସଞ୍ଜୟ ମାଞ୍ଜରେକର ଟୁଇଟ୍‌ କରି କହିଥିଲେ ଯେ, ଧୋନୀଙ୍କ ପାଖରେ ସ୍ବତନ୍ତ୍ର କ୍ଷମତା ଥିଲା କି ସେ ଅଧିକ କ୍ଷତି ହେବା ପୂର୍ବରୁ ବୋଲରଙ୍କୁ ବଦଳାଇ ଦେଉଥିଲେ। ରୋହିତ ନିଜର ନେତୃତ୍ୱନେବା ଶୈଳୀରେ ସେଭଳି କ୍ୱାଲିଟି ଆଣନ୍ତୁ ବୋଲି ସେ କହିଥିଲେ।

କହିରଖୁଛୁ, ରୋହିତ ଏହି ଟେଷ୍ଟରେ ଅଧିନାୟକ ଭାବେ ଅନେକେ ଭୁଲ କରିଥିଲେ। ଟସ୍‌ ପରେ ଓଦା ପିଚ୍‌ରେ ବ୍ୟାଟିଂ ଚୟନ କରିବା ସବୁଠାରୁ ବଡ଼ ଭୁଲ ଥିଲା। ଏହାଯୋଗୁ ଦଳ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ପରେ ପିଚ୍‌ ଶୁଖି ଯାଇଥିଲା, ଯାହାର ଫାଇଦା ନ୍ୟୁଜିଲାଣ୍ଡ ଉଠାଇଛି।

The post ‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’ appeared first on Dharitri Odia News.