ନିର୍ବାଚନ ପ୍ରଚାର କଲେ ମା’-ପୁଅ
ଭୁବନେଶ୍ୱର,୩୧।୩: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ନିର୍ବାଚନୀ ପ୍ରଚାର ମଧ୍ୟ ସରଗରମ ହେବାରେ ଲାଗିଛି। ଟିକେଟ ପାଇଥିବା ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଚିକିଟି ନିର୍ବାଚନ ମଣ୍ଡଳି ବିଜେଡି ପ୍ରାର୍ଥୀ ଚିନ୍ମୟ ସ୍ବରୁପ ଦେବ ଏବଂ ତାଙ୍କ ମା’ ଉଷା ଦେବୀ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷେ ଚିକିଟି ନିର୍ବାଚନ ମଣ୍ଡଳିରେ ରାଣୀ ଉଷା ଦେବୀ ଦୀର୍ଘ ୨୫ ବର୍ଷ ଧରି ବିଧାୟିକା ରହିଛନ୍ତି। […] The post ନିର୍ବାଚନ ପ୍ରଚାର କଲେ ମା’-ପୁଅ appeared first on Dharitri Odia News.
ଭୁବନେଶ୍ୱର,୩୧।୩: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ନିର୍ବାଚନୀ ପ୍ରଚାର ମଧ୍ୟ ସରଗରମ ହେବାରେ ଲାଗିଛି। ଟିକେଟ ପାଇଥିବା ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଚିକିଟି ନିର୍ବାଚନ ମଣ୍ଡଳି ବିଜେଡି ପ୍ରାର୍ଥୀ ଚିନ୍ମୟ ସ୍ବରୁପ ଦେବ ଏବଂ ତାଙ୍କ ମା’ ଉଷା ଦେବୀ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷେ ଚିକିଟି ନିର୍ବାଚନ ମଣ୍ଡଳିରେ ରାଣୀ ଉଷା ଦେବୀ ଦୀର୍ଘ ୨୫ ବର୍ଷ ଧରି ବିଧାୟିକା ରହିଛନ୍ତି। ଏପରିକି ସେ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସାମିଲ ଥିଲେ।
ପୁଅକୁ ଟିକେଟ ମିଳିବା ପରେ ମା’ ପୁଅ ଦୁହେଁ ମିଶି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ୨୦୧୯ରେ ପୁଅ ମା’ଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୁଅ ପାଇଁ ମା’ ଷ୍ଟାର ପ୍ରଚାରକ ସାଜିଛନ୍ତି। ଚିକିଟି ରାଜ ପରିବାରର ପ୍ରତ୍ୟେକ କାର୍ଯ୍ୟ କଳବାଡ଼ ପଞ୍ଚାୟତରୁ ଆରମ୍ଭ ହୋଇଥାଏ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ପ୍ରଚାର ମଧ୍ୟ କଳବାଡ ପଞ୍ଚାୟତରୁ ଆରମ୍ଭ କରାଯାଇଛି।
The post ନିର୍ବାଚନ ପ୍ରଚାର କଲେ ମା’-ପୁଅ appeared first on Dharitri Odia News.