ମୋଦି ନେଲେ ନିଷ୍ପତ୍ତି, ବଡ଼ କଥା କହିଦେଲା କଂଗ୍ରେସ
ନୂଆଦିଲ୍ଲୀ, ୧୦।୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। ଏହାର ଠିକ ଗୋଟିଏ ଦିନ ପରେ ଅର୍ଥାତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୧୭ତମ କିସ୍ତି ରିଲିଜ କରିବା ପାଇଁ ଏକ ଫାଇଲରେ ଦସ୍ତଖତ କରିଛନ୍ତି। ଏହାଦ୍ୱାରା ୯.୩ କୋଟି ଚାଷୀ ଉପକୃତ ହେବେ ଏବଂ ପ୍ରାୟ ୨୦ ହଜାର କୋଟି ଟଙ୍କା ବଣ୍ଟନ କରାଯିବ। […] The post ମୋଦି ନେଲେ ନିଷ୍ପତ୍ତି, ବଡ଼ କଥା କହିଦେଲା କଂଗ୍ରେସ appeared first on Dharitri Odia News.
ନୂଆଦିଲ୍ଲୀ, ୧୦।୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। ଏହାର ଠିକ ଗୋଟିଏ ଦିନ ପରେ ଅର୍ଥାତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୧୭ତମ କିସ୍ତି ରିଲିଜ କରିବା ପାଇଁ ଏକ ଫାଇଲରେ ଦସ୍ତଖତ କରିଛନ୍ତି। ଏହାଦ୍ୱାରା ୯.୩ କୋଟି ଚାଷୀ ଉପକୃତ ହେବେ ଏବଂ ପ୍ରାୟ ୨୦ ହଜାର କୋଟି ଟଙ୍କା ବଣ୍ଟନ କରାଯିବ।
ତେବେ ତୃତୀୟ ପାଳି ସରକାରରେ ମୋଦିଙ୍କ ଏହି ପ୍ରଥମ ନିଷ୍ପତ୍ତିକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି ଯେ, ‘ପିଏମ୍ କିଷାନ୍ ନିଧିର ୧୬ ତମ କିସ୍ତି ଜାନୁଆରୀ ୨୦୨୪ ରେ ରିଲିଜ୍ ହେବାର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଏହାର ଲାଭ ନେବାର ଥିଲା । ଏଥିପାଇଁ ଏଥିରେ ଗୋଟିଏ ମାସ ଡେରି କରିଥିଲେ । ୧୭ତମ କିସ୍ତି ଏପ୍ରିଲ କିମ଼୍ବା ମେ ମାସରେ ମିଳିବା କଥା, କିନ୍ତୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥିରେ ଡେରି ହୋଇଥିଲା । ତେଣୁ ଏହି ଫାଇଲ୍ରେ ଦସ୍ତଖତ କରି ସେ କାହା ଉପରେ ସେମିତି ବଡ଼ ଉପକାର କରିନାହାନ୍ତି । ଇଏ ତାଙ୍କ ନିଜ ନୀତି ଅନୁସାରେ କୃଷକଙ୍କ ଅଧିକାର । ସେ ସାମାନ୍ୟ ଏବଂ ନିୟମିତ ରୂପରେ ହେଉଥିବା ପ୍ରଶାସନିକ ନିର୍ଣ୍ଣୟକୁ ଲୋକଙ୍କୁ ଦିଆଯଉଥିବା ବଡ଼ ଉପହାର ଭଳି ପ୍ରଚାର କରିବା ଅଭ୍ୟାସ କରିଛନ୍ତି । କଥା ଏପରି ଯେ ସେ ଏବେ ନିଜକୁ ଜୈବିକ ନୁହେଁ, ବରଂ ଦେବୀ ଶକ୍ତି ମାନୁଛନ୍ତି ।’
ତେବେ ଫାଇଲରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ସେ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ କଲ୍ୟାଣ ପାଇଁ ଆମେ ଯଥାସମ୍ଭବ କାର୍ଯ୍ୟ କରିବାକୁ ଚାହୁଁଛୁ। ଆମ ସରକାର କ୍ରମାଗତ ଭାବରେ ଏହା ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ।
The post ମୋଦି ନେଲେ ନିଷ୍ପତ୍ତି, ବଡ଼ କଥା କହିଦେଲା କଂଗ୍ରେସ appeared first on Dharitri Odia News.