ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦ୍ୱିତୀୟ ଇନିଂସରେ ବଡ଼ ଟାର୍ଗେଟ ଦେବାକୁ ଯାଉଛନ୍ତି। ଚତୁର୍ଥ ଦିନ ଲଞ୍ଚ ସୁଦ୍ଧା ମାତ୍ର ୧୨ ରନ୍‌ର ଲିଡ୍‌ ରହିଥିଲା। ତେବେ ଏହି ପ୍ରଦର୍ଶନରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପ୍ରମୁଖ ଯୋଗଦାନ ରହିଥିଲା। ସେ ପୁଣିଥରେ ଆବଶ୍ୟକ ବେଳେ ଦଳ ପାଇଁ ଭଲ ଇନିଂସ ଖେଳିବାରେ ସଫଳ […] The post ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’ appeared first on Dharitri Odia News.

ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦ୍ୱିତୀୟ ଇନିଂସରେ ବଡ଼ ଟାର୍ଗେଟ ଦେବାକୁ ଯାଉଛନ୍ତି। ଚତୁର୍ଥ ଦିନ ଲଞ୍ଚ ସୁଦ୍ଧା ମାତ୍ର ୧୨ ରନ୍‌ର ଲିଡ୍‌ ରହିଥିଲା। ତେବେ ଏହି ପ୍ରଦର୍ଶନରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପ୍ରମୁଖ ଯୋଗଦାନ ରହିଥିଲା। ସେ ପୁଣିଥରେ ଆବଶ୍ୟକ ବେଳେ ଦଳ ପାଇଁ ଭଲ ଇନିଂସ ଖେଳିବାରେ ସଫଳ ହୋଇଥିଲେ।

ପନ୍ତ ନିଜ ଟେଷ୍ଟ କ୍ୟାରିୟରରେ ୧୨ତମ ଅର୍ଦ୍ଧଶତକ ମାରିଛନ୍ତି। ସେ ସରଫରାଜ ଖାନଙ୍କ ସହ ମିଶି ଟିମ୍‌ ଇଣ୍ଡିଆକୁ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲେ। ଉଭୟଙ୍କ ଭାଗିଦାରିକୁ ନେଇ ପନ୍ତ ସ୍ବତନ୍ତ୍ର ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଛନ୍ତି।

ପନ୍ତ ଏହି ଇନିଂସ ସମୟରେ ନିଜର ୨୫୦୦ ରନ୍‌ ପୂରଣ କରିଛନ୍ତି। ସେ ଭାରତ ଲାଗି ସବୁଠାରୁ ଦ୍ରୁତ ୨୫୦୦ ରନ୍‌ କରିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ୬୨ ଇନିଂସରେ ସେ ଏହି କାରନାମା କରି ଧୋନୀଙ୍କୁ ପଛରେ ପକାଇଛନ୍ତି। ଧୋନୀ ୬୯ତମ ଇନିଂସରେ ନିଜର ୨୫୦୦ ରନ୍‌ ପୂରଣ କରିଥିଲେ। ଏହାପୂର୍ବରୁ ପନ୍ତ ଭାରତ ଲାଗି ସବୁଠାରୁ ଦ୍ରୁତ ୫୦୦ ଟେଷ୍ଟ ରନ୍‌, ୧୦୦୦ ଟେଷ୍ଟ ରନ୍‌, ୧୫୦୦ ଟେଷ୍ଟ ରନ୍‌ ଏବଂ ୨୦୦୦ ଟେଷ୍ଟ ରନ୍‌ କରିଛନ୍ତି।

The post ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’ appeared first on Dharitri Odia News.