ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା
ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଯୁବରାଜ ନିଜେ ପ୍ରତିଷ୍ଠିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ସେ ନିଜକୁ ଏହିଁ ଟିମରେ ସାମିଲ କରି ନାହାନ୍ତି। ନିଜର ସର୍ବକାଳୀନ ଏକାଦଶ ଚୟନ କରିବା ବେଳେ ଏଥିରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଭାରତୀୟ ବ୍ୟାଟର ରହିଛନ୍ତି। ସଚିନ ଏବଂ […] The post ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା appeared first on Dharitri Odia News.
ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଯୁବରାଜ ନିଜେ ପ୍ରତିଷ୍ଠିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ସେ ନିଜକୁ ଏହିଁ ଟିମରେ ସାମିଲ କରି ନାହାନ୍ତି।
ନିଜର ସର୍ବକାଳୀନ ଏକାଦଶ ଚୟନ କରିବା ବେଳେ ଏଥିରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଭାରତୀୟ ବ୍ୟାଟର ରହିଛନ୍ତି। ସଚିନ ଏବଂ ରିଙ୍କି ପଣ୍ଟିଂଙ୍କୁ ଓପନିଂ ଚୟନ କରିଥିବା ବେଳେ ତୃତୀୟ ତଥା ଚତୁର୍ଥ ନମ୍ବର ପାଇଁ ରୋହିତ ଏବଂ ବିରାଟ କୋହଲିଙ୍କୁ ରଖିଛନ୍ତି। ପାଞ୍ଚ ନମ୍ବରରେ ସେ ଦକ୍ଷିଣ ଆଫ୍ରିକାର ଦୁର୍ଦଶ ବ୍ୟାଟର ଏବି ଡି ଭିଲିୟର୍ସଙ୍କୁ ରଖିଥିବା ବେଳେ ୱିକେଟ କିପର ସ୍ପେସିଆଲିଷ୍ଟ ଭାବେ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟଙ୍କୁ ସାମିଲ କରିଛନ୍ତି। ୭ ନମ୍ବରରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନ ବୋଲର ଶେନ ୱାର୍ନଙ୍କୁ ରଖିଥିବା ବେଳେ ଶ୍ରୀଲଙ୍କାର ମୁଥୟ ମୁରଲୀଧରନଙ୍କୁ ଅଷ୍ଟମ ସ୍ଥାନରେ ରଖିଛନ୍ତି। ପେଶ ବିଭାଗରେ ଅଷ୍ଟ୍ରେଲିଆର ଗ୍ଲେନ ମାକଗ୍ରାଥ ଏବଂ ୱାସିମ ଆକ୍ରମଙ୍କୁ ନବମ ଏବଂ ଦଶମ ସ୍ଥାନରେ ସାମିଲ କରିଛନ୍ତି। ଏକାଦଶ ସ୍ଥାନରେ ଇଂଲଣ୍ଡର ଅଲରାଉଣ୍ଡର ଆଣ୍ଡ୍ରୟୁ ଫ୍ଲିଣ୍ଟାଫଙ୍କୁ ରଖିଥିଲା ବେଳେ ନିଜକୁ ଦ୍ୱାଦଶ ସ୍ଥାନରେ ରଖିଛନ୍ତି।
— Dev
(@time__square) July 13, 2024
The post ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା appeared first on Dharitri Odia News.
(@time__square)