ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ତିନି ମହିଳାଙ୍କୁ କରିଥିଲେ ବିବାହ
ଭୁବନେଶ୍ୱର ୦୧।୦୯ : ନକଲି ବାବୁ ବେଶ୍ ରଙ୍ଗିଲା । ନିଜକୁ ପୋଲିସର ପରିଚୟ ଦେଇ ଏକାଧିକ ମହିଳାଙ୍କୁ ବିବାହ । ଆଉ ସତ ଜାଣିବା ପରେ ପୋଲିସ ବି ତାଜୁବ୍ । ଶେଷରେ ନକଲି ବାବୁଙ୍କୁ ଗିରଫ ପରେ ଥାନାରେ ଜେରା କରୁଛି ଖଣ୍ଡଗିରି ପୋଲିସ ।ଖବର ଅନୁଯାୟୀ, ନିଜକୁ ଜଣେ ପୋଲିସ ଅଧିକାରୀର ପରିଚୟ ଦେବା । ଆଉ ସେହି ବାହାରରେ ଜଣେ କି ଦୁଇ ଜଣ ନୁହଁ.. ଏକାଥରକେ ତିନି ଜଣ ମହିଳାଙ୍କୁ ବିବାହ କରିଛନ୍ତି । ନିଜକୁ ପୋଲିସ ଅଫିସର ପରିଚୟ ଦେଇ ସମସ୍ତ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫଶାଇ ବିବାହ କରିଛନ୍ତି ନକଲି ବାବୁ ସୁବାସ କଅଁର । ତେବେ କିଛି ଦିନ ତଳେ ଖଣ୍ଡଗିରି ଥାନାରେ ତୃତୀୟ ପତ୍ନୀ ଜଣଙ୍କ ଅଭିଯୋଗ କରିଥିଲେ । ଆଉ ପୋଲିସ ଅଭିଯୋଗକୁ ଆଧାର କରି ନକଲି ପୋଲିସ ବାବୁଙ୍କୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଛି । ଗିରଫ ହୋଇଥିବା ନକଲି ପୋଲିସ ବାବୁଙ୍କ ନାଁ ସୁବାଷ କଁଅର । କିନ୍ତୁ ସେ ନିଜକୁ ମନୋଜ ମିଶ୍ର ବୋଲି ପରିଚୟ ଦେଉଥିଲେ । ସେପଟେ ପୋଲିସ ଜେରା ସମୟରେ ଅନେକ କଥା ପଦାକୁ ଆସିଛି । ଏପିରିକି ଏହି ତିନି ଜଣ ମହିଳା ନୁହେଁ। ବରଂ ଆହୁରି ମହିଳାଙ୍କ ସହ ସଂପର୍କ ଥିବା ସୂଚନା ମିଳିଛି । ଏହାସହିତ ତାଙ୍କର ପ୍ରଥମ ପତ୍ନୀଙ୍କ ଏକ ଝିଅ ବି ରହିଛି । ଦେଖାଯାଉ ପୋଲିସ ତଦନ୍ତରେ ଆଗକୁ ଆଉ କେତେ ସତ ବାହାରୁଛି ।
ଭୁବନେଶ୍ୱର ୦୧।୦୯ : ନକଲି ବାବୁ ବେଶ୍ ରଙ୍ଗିଲା । ନିଜକୁ ପୋଲିସର ପରିଚୟ ଦେଇ ଏକାଧିକ ମହିଳାଙ୍କୁ ବିବାହ । ଆଉ ସତ ଜାଣିବା ପରେ ପୋଲିସ ବି ତାଜୁବ୍ । ଶେଷରେ ନକଲି ବାବୁଙ୍କୁ ଗିରଫ ପରେ ଥାନାରେ ଜେରା କରୁଛି ଖଣ୍ଡଗିରି ପୋଲିସ ।
ଖବର ଅନୁଯାୟୀ, ନିଜକୁ ଜଣେ ପୋଲିସ ଅଧିକାରୀର ପରିଚୟ ଦେବା । ଆଉ ସେହି ବାହାରରେ ଜଣେ କି ଦୁଇ ଜଣ ନୁହଁ.. ଏକାଥରକେ ତିନି ଜଣ ମହିଳାଙ୍କୁ ବିବାହ କରିଛନ୍ତି । ନିଜକୁ ପୋଲିସ ଅଫିସର ପରିଚୟ ଦେଇ ସମସ୍ତ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫଶାଇ ବିବାହ କରିଛନ୍ତି ନକଲି ବାବୁ ସୁବାସ କଅଁର । ତେବେ କିଛି ଦିନ ତଳେ ଖଣ୍ଡଗିରି ଥାନାରେ ତୃତୀୟ ପତ୍ନୀ ଜଣଙ୍କ ଅଭିଯୋଗ କରିଥିଲେ । ଆଉ ପୋଲିସ ଅଭିଯୋଗକୁ ଆଧାର କରି ନକଲି ପୋଲିସ ବାବୁଙ୍କୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଛି । ଗିରଫ ହୋଇଥିବା ନକଲି ପୋଲିସ ବାବୁଙ୍କ ନାଁ ସୁବାଷ କଁଅର । କିନ୍ତୁ ସେ ନିଜକୁ ମନୋଜ ମିଶ୍ର ବୋଲି ପରିଚୟ ଦେଉଥିଲେ ।
ସେପଟେ ପୋଲିସ ଜେରା ସମୟରେ ଅନେକ କଥା ପଦାକୁ ଆସିଛି । ଏପିରିକି ଏହି ତିନି ଜଣ ମହିଳା ନୁହେଁ। ବରଂ ଆହୁରି ମହିଳାଙ୍କ ସହ ସଂପର୍କ ଥିବା ସୂଚନା ମିଳିଛି । ଏହାସହିତ ତାଙ୍କର ପ୍ରଥମ ପତ୍ନୀଙ୍କ ଏକ ଝିଅ ବି ରହିଛି । ଦେଖାଯାଉ ପୋଲିସ ତଦନ୍ତରେ ଆଗକୁ ଆଉ କେତେ ସତ ବାହାରୁଛି ।