ପର୍ଯ୍ୟଟକଙ୍କୁ ଧରି ଯାଉଥିବା ମିନି ବସ୍‌ ଓଲଟିଲା

ଭଞ୍ଜନଗର,୫।୭: ଗଞ୍ଜାମ ଜିଲା ସୋରଡ଼ା ଥାନା ଖୁଣ୍ଟେଶ୍ବରୀ ପାହାଡ଼ ଉପରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ଧରି ଯାଉଥିବା ଏକ ମିନି ବସ୍‌ ପାହାଡ଼ ଉପରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ୧୦ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ସୋରଡ଼ା ପରେ ଏମ୍‌କେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପର୍ଯ୍ୟଟକମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ […] The post ପର୍ଯ୍ୟଟକଙ୍କୁ ଧରି ଯାଉଥିବା ମିନି ବସ୍‌ ଓଲଟିଲା appeared first on Dharitri Odia News.

ପର୍ଯ୍ୟଟକଙ୍କୁ ଧରି ଯାଉଥିବା ମିନି ବସ୍‌ ଓଲଟିଲା

ଭଞ୍ଜନଗର,୫।୭: ଗଞ୍ଜାମ ଜିଲା ସୋରଡ଼ା ଥାନା ଖୁଣ୍ଟେଶ୍ବରୀ ପାହାଡ଼ ଉପରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ଧରି ଯାଉଥିବା ଏକ ମିନି ବସ୍‌ ପାହାଡ଼ ଉପରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ୧୦ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ସୋରଡ଼ା ପରେ ଏମ୍‌କେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପର୍ଯ୍ୟଟକମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ପର୍ଯ୍ୟଟକଙ୍କୁ ଧରି ଯାଉଥିବା ମିନି ବସ୍‌ ଓଲଟିଲା appeared first on Dharitri Odia News.