ଗୁଜରାଟରୁ ଧରାପଡ଼ିଲା ଆଉ ଜଣେ ଗୁପ୍ତଚର, ପାକିସ୍ତାନକୁ ପଠାଉ ଥିଲା BSF-ଭାରତୀୟ ନୌସେନା ସଂପର୍କିତ ସୂଚନା
କଚ୍ଛ : ଦେଶ ସହ ବିଶ୍ୱାସଘାତକତା କରିବା ତାଲିକାରେ ଏବେ ଗୁଜରାଟର ସହଦେବ ସିଂହ ଗୋହିଲଙ୍କର ନାଁ ମଧ୍ୟ ସାମିଲ ହୋଇ ଯାଇଛି। ତାଙ୍କ ଉପରେ ବିଏସଏଫ୍ ଓ ଭାରତୀୟ ନୌସେନା ସହ ଜଡ଼ିତ ସମ୍ୱେଦନଶୀଳ ସୂଚନା ପାକିସ୍ତାନକୁ ପଠାଇବାର ଅଭିଯୋଗ ରହିଛି। ଗୁଜରାଟ ଏଟିଏସ ଏସପି କେ ସିଦ୍ଧାର୍ଥ ଗିରଫଦାରୀ ବିଷୟରେ ସ୍ପଷ୍ଟ କରି କହିଛନ୍ତି ଯେ, ଗୁଜରାଟ ଏଟିଏସ କଚ୍ଛର ଜଣେ ମଲ୍ଟିପର୍ପସ ସ୍ୱାସ୍ଥ୍ୟ କର୍ମୀ ସହଦେବ ସିଂହ ଗୋହିଲଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି , ଆମକୁ ସୂଚନା ମିଳିଥିଲା ଯେ, ସେ ବିଏସଏଫ୍ ଓ ଭାରତୀୟ ନୌସେନା ସହ ଜଡ଼ିତ ସୂଚନା ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସେୟାର କରୁଛନ୍ତି। ସହଦେବ ସିଂହ ଗୋହିଲ କଚ୍ଛର ଜଣେ ମଲ୍ଟିପର୍ପସ ହେଲଥ୍ ୱାର୍କର। ଏଟିଏସ ଅନୁସାରେ, ଗୋହିଲଙ୍କୁ ୧ ମେ’ରେ ପ୍ରାରମ୍ଭିକ ଯାଞ୍ଚ ପାଇଁ ଡକାଯାଇ ଥିଲା, ଯେଉଁଠି ଜଣାପଡ଼ି ଥିଲା କି, ସେ ଜୁନ-ଜୁଲାଇ ୨୦୨୩ରେ ହ୍ୱାଟ୍ସଆପରେ ଅଦିତି ଭରଦ୍ୱାଜ ନାମକ ମହିଳାଙ୍କ ସଂପର୍କରେ ଆସି ଥିଲେ। ତାଙ୍କ ସହ କଥାବାର୍ତ୍ତା ପରେ ସେ ଜାଣି ପାରିଲେ, ସେ ଜଣେ ପାକିସ୍ତାନୀ ଏଜେଣ୍ଟ। ସେ ବିଏସଏଫ୍ ଓ ଭାରତୀୟ ନୌସେନାର ନିର୍ମାଣାଧୀନ ବା ନୂଆ ନିର୍ମିତ ସ୍ଥାନର ଫଟୋ ଓ ଭିଡ଼ିଓ ମାଗି ଥିଲେ। ଏହାପରେ ସେ ହ୍ୱାଟ୍ସଆପ୍ ମାଧ୍ୟମରେ ଫଟୋ ଓ ଭିଡ଼ିଓୋ ସେୟାର କରିବା ଆରମ୍ଭ କରି ଦେଇ ଥିଲେ। କେ ସିଦ୍ଧାର୍ଥ କହିଛନ୍ତି , ୨୦୨୫ ମସିହାର ଆରମ୍ଭରେ ଗୋହିଲ ନିଜର ଆଧାରକାର୍ଡ
କଚ୍ଛ : ଦେଶ ସହ ବିଶ୍ୱାସଘାତକତା କରିବା ତାଲିକାରେ ଏବେ ଗୁଜରାଟର ସହଦେବ ସିଂହ ଗୋହିଲଙ୍କର ନାଁ ମଧ୍ୟ ସାମିଲ ହୋଇ ଯାଇଛି। ତାଙ୍କ ଉପରେ ବିଏସଏଫ୍ ଓ ଭାରତୀୟ ନୌସେନା ସହ ଜଡ଼ିତ ସମ୍ୱେଦନଶୀଳ ସୂଚନା ପାକିସ୍ତାନକୁ ପଠାଇବାର ଅଭିଯୋଗ ରହିଛି। ଗୁଜରାଟ ଏଟିଏସ ଏସପି କେ ସିଦ୍ଧାର୍ଥ ଗିରଫଦାରୀ ବିଷୟରେ ସ୍ପଷ୍ଟ କରି କହିଛନ୍ତି ଯେ, ଗୁଜରାଟ ଏଟିଏସ କଚ୍ଛର ଜଣେ ମଲ୍ଟିପର୍ପସ ସ୍ୱାସ୍ଥ୍ୟ କର୍ମୀ ସହଦେବ ସିଂହ ଗୋହିଲଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି , ଆମକୁ ସୂଚନା ମିଳିଥିଲା ଯେ, ସେ ବିଏସଏଫ୍ ଓ ଭାରତୀୟ ନୌସେନା ସହ ଜଡ଼ିତ ସୂଚନା ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସେୟାର କରୁଛନ୍ତି।
ସହଦେବ ସିଂହ ଗୋହିଲ କଚ୍ଛର ଜଣେ ମଲ୍ଟିପର୍ପସ ହେଲଥ୍ ୱାର୍କର। ଏଟିଏସ ଅନୁସାରେ, ଗୋହିଲଙ୍କୁ ୧ ମେ’ରେ ପ୍ରାରମ୍ଭିକ ଯାଞ୍ଚ ପାଇଁ ଡକାଯାଇ ଥିଲା, ଯେଉଁଠି ଜଣାପଡ଼ି ଥିଲା କି, ସେ ଜୁନ-ଜୁଲାଇ ୨୦୨୩ରେ ହ୍ୱାଟ୍ସଆପରେ ଅଦିତି ଭରଦ୍ୱାଜ ନାମକ ମହିଳାଙ୍କ ସଂପର୍କରେ ଆସି ଥିଲେ। ତାଙ୍କ ସହ କଥାବାର୍ତ୍ତା ପରେ ସେ ଜାଣି ପାରିଲେ, ସେ ଜଣେ ପାକିସ୍ତାନୀ ଏଜେଣ୍ଟ। ସେ ବିଏସଏଫ୍ ଓ ଭାରତୀୟ ନୌସେନାର ନିର୍ମାଣାଧୀନ ବା ନୂଆ ନିର୍ମିତ ସ୍ଥାନର ଫଟୋ ଓ ଭିଡ଼ିଓ ମାଗି ଥିଲେ। ଏହାପରେ ସେ ହ୍ୱାଟ୍ସଆପ୍ ମାଧ୍ୟମରେ ଫଟୋ ଓ ଭିଡ଼ିଓୋ ସେୟାର କରିବା ଆରମ୍ଭ କରି ଦେଇ ଥିଲେ।
କେ ସିଦ୍ଧାର୍ଥ କହିଛନ୍ତି , ୨୦୨୫ ମସିହାର ଆରମ୍ଭରେ ଗୋହିଲ ନିଜର ଆଧାରକାର୍ଡର ବ୍ୟବହାର କରି ଏକ ସିମ୍ କାର୍ଡ କିଣି ଥିଲେ ଏବଂ ଅଦିତି ଭରଦ୍ୱାଜଙ୍କ ବ୍ୟବହାର ପାଇଁ ସେହି ନମ୍ୱରରେ ହ୍ୱାଟ୍ସଆପ୍ ଆକାଉଣ୍ଟ ମଧ୍ୟ ଖୋଲି ଥିଲେ। ଏହାପରେ ଏହି ନମ୍ୱରରୁ ବିଏସଏଫ୍ ଓ ଆଇଏଏଫ୍ର ଭିତ୍ତିଭୂମି ସହ ଜଡ଼ିତ ଫଟୋ ଓ ଭିଡ଼ିଓ ସେୟାର କରାଗଲା, ଯାହାର ବ୍ୟବହାର ପାକିସ୍ତାନୀ ଏଜେଣ୍ଟ କରୁଥିଲେ। ଏଟିଏସ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଗୋହିଲଙ୍କୁ ଜଣେ ଅଜଣା ବ୍ୟକ୍ତି ୪୦,୦୦୦ ଟଙ୍କା ଦେଇଥିଲେ। କୁହାଯାଉଛି ଯେ, ଏହି ବ୍ୟକ୍ତି ମଧ୍ୟ ଗୁପ୍ତଚର ନେଟୱର୍କର ଅଂଶ ହୋଇପାରେ।
ସିଦ୍ଧାର୍ଥ ଆହୁରି କହିଛନ୍ତି , ଗୋହିଲଙ୍କର ଫୋନ୍ ଏଫଏସଏଲ୍କୁ ପଠାଯାଇ ଥିଲା। ଅଦିତି ଭରଦ୍ୱାଜଙ୍କ ନାମରେ ହ୍ୱାଟ୍ସଆପ୍ ନମ୍ୱର ପାକିସ୍ତାନରୁ ପରିଚାଳିତ କରାଯାଉ ଥିଲା। ଗୋହିଲ ଓ ପାକିସ୍ତାନୀ ଏଜେଣ୍ଟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୬୧ ଓ ୧୪୮ ଅନୁସାରେ ମାମଲା ରୁଜୁ କରାଯାଇଛି।