ଭାରତୀୟ ଟିମ୍‌ରେ ଚାପେଲ ଯୁଗ ଭଳି ସ୍ଥିତି; ଡ୍ରେସିଂ ରୁମ୍‌ ଅବସ୍ଥା ଚିନ୍ତାଜନକ; ବର୍ଷିଲେ ହରଭଜନ…

ନୂଆଦିଲ୍ଲୀ,୧୭।୧: ମୁଖ୍ୟ କୋଚ୍‌ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଭାରତୀୟ ଟିମ୍‌ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି। ଏଥିନେଇ ଡ୍ରେସିଂ ରୁମ୍‌ର ସ୍ଥିତି ବଦଳିବା ଭଳି ମନେ ହେଉଛି। କେତେବେଳେ ଖେଳାଳି ତ କେବେ ଖେଳାଳି-କୋଚ୍‌ଙ୍କ ମଧ୍ୟରେ ମତଭେଦ ନେଇ ଖବର ଆସୁଛି। ଯଦିଓ ଅଧିନାୟକ ରୋହିତ ଶର୍ମା ସବୁକିଛି ଠିକ୍‌ ଥିବା କହିଛନ୍ତି, ହେଲେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଏହାକୁ ନେଇ ଖପ୍ପା ହୋଇଛନ୍ତି। ହରଭଜନ କହିଛନ୍ତି, ଗତ […] The post ଭାରତୀୟ ଟିମ୍‌ରେ ଚାପେଲ ଯୁଗ ଭଳି ସ୍ଥିତି; ଡ୍ରେସିଂ ରୁମ୍‌ ଅବସ୍ଥା ଚିନ୍ତାଜନକ; ବର୍ଷିଲେ ହରଭଜନ… appeared first on Dharitri Odia News.

ଭାରତୀୟ ଟିମ୍‌ରେ ଚାପେଲ ଯୁଗ ଭଳି ସ୍ଥିତି; ଡ୍ରେସିଂ ରୁମ୍‌ ଅବସ୍ଥା ଚିନ୍ତାଜନକ; ବର୍ଷିଲେ ହରଭଜନ…

ନୂଆଦିଲ୍ଲୀ,୧୭।୧: ମୁଖ୍ୟ କୋଚ୍‌ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଭାରତୀୟ ଟିମ୍‌ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି। ଏଥିନେଇ ଡ୍ରେସିଂ ରୁମ୍‌ର ସ୍ଥିତି ବଦଳିବା ଭଳି ମନେ ହେଉଛି। କେତେବେଳେ ଖେଳାଳି ତ କେବେ ଖେଳାଳି-କୋଚ୍‌ଙ୍କ ମଧ୍ୟରେ ମତଭେଦ ନେଇ ଖବର ଆସୁଛି। ଯଦିଓ ଅଧିନାୟକ ରୋହିତ ଶର୍ମା ସବୁକିଛି ଠିକ୍‌ ଥିବା କହିଛନ୍ତି, ହେଲେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଏହାକୁ ନେଇ ଖପ୍ପା ହୋଇଛନ୍ତି।

ହରଭଜନ କହିଛନ୍ତି, ଗତ ୬-୮ ମାସ ମଧ୍ୟରେ ଦଳ ନେଇ ଯେଉଁ ଖବର ସାମ୍ନାକୁ ଆସୁଛି, ତାହା ଡ୍ରେସିଂ ରୁମ୍‌ରେ ମତଭେଦର ସଙ୍କେତ। ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନେକ ଜାତୀୟ ଗଣମାଧ୍ୟମରେ ଅନେକ ଦାବି କରାଯାଇଥିଲା। ଭାରତୀୟ ଦଳରେ ଫାଟ ସହ ଜଣେ ବରିଷ୍ଠ ଖେଳାଳି ନିଜକୁ ଟିମରେ ମିଷ୍ଟର ଫିକ୍ସିଷ୍ଟ ଭାବେ ଦର୍ଶାଉଥିଲେ, ଯିଏକି ରୋହିତଙ୍କ ସ୍ଥାନରେ ଅଧିନାୟକ ହୋଇଥାନ୍ତେ। ସିଡନୀ ଟେଷ୍ଟ ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ହେଲେ ମ୍ୟାଚ୍‌ର ଦ୍ୱିତୀୟ ଦିନ ରୋହିତ ନିଜେ ନିଜ ପ୍ରଦର୍ଶନକୁ ଦେଖି ଦଳରୁ ନିଜକୁ ବାହାରେ ରଖିଥିବା କହିଥିଲେ। ଅଷ୍ଟ୍ରେଲିଆରୁ ଫେରିବା ପରେ ଦଳକୁ ଅନୁଶାସନକୁ ଆଣିବାକୁ ବିସିସିଆଇ ପଦକ୍ଷେପ ନେବ ବୋଲି କୁହାଯାଉଥିଲା। ତାହା ହିଁ ହେଲା। ସେମାନଙ୍କ ଉପରେ ଅନେକ ନିୟମ ଲାଗିଲା।

ଏଥିନେଇ ହରଭଜନ କହିଛନ୍ତି, ପରଦା ପଛରେ କୌଣସି ଡ୍ରାମା ଚାଲିଥିଲା। ଗତ ୨ ମାସରେ ଅନେକ ରିପୋର୍ଟ ସାମ୍ନାକୁ କିଭଳି ଆସିଲା। ଝଗଡ଼ା ସବୁ ଘରେ ହୋଇଥାଏ, ହେଲେ ତାହା ଘର ଭିତରେ ରହିବା ଉଚିତ। ଏହାକୁ ନିଜ ନିଜ ମଧ୍ୟରେ ସମାଧାନ କରିନିଅ। ଏତେ ଡ୍ରାମା କାହିଁକି ହେଉଛି। ଯଦି ଅଜିତ ଅଗରକର କୁହନ୍ତି ଯେ ଏସବୁ କଥା ସରଫରାଜ ନୁହନ୍ତି ବରଂ କୋଚ୍‌ କହିଛନ୍ତି ତେବେ କ’ଣ ହେବ, ଜଣେ ଅନ୍ୟଜଣଙ୍କ ଉପରେ ଦୋଷ ଲଦିବାର କୌଣସି ଅର୍ଥ ନାହିଁ।

ହରଭଜନ ଏବେର ଭାରତୀୟ ଡ୍ରେସିଂ ରୁମ୍‌ର ସ୍ଥିତିକୁ ଗ୍ରେଗ୍‌ ଚାପେଲଙ୍କ ସମୟର ଡ୍ରେସିଂ ରୁମ୍‌ ସହ ତୁଳନା କରି କହିଛନ୍ତି, ମୁଁ ଏଭଳି ଆଭ୍ୟନ୍ତରିଣ ଝଗଡ଼ା ଦେଖିଛି। ଗମ୍ଭୀର ନୂଆ। ତାଙ୍କୁ ଖେଳାଳିମାନଙ୍କୁ ଜାଣିବାକୁ ହେବ। ଖେଳାଳି ମଧ୍ୟ ତାଙ୍କୁ ଜାଣିବେ। ସମ୍ପର୍କ ମଜଭୂତ ନ ହେଲେ ପ୍ରଦର୍ଶନ ଅସମ୍ଭବ।୨୦୦୬-୦୮ରେ ଯେବେ ଚାପେଲ କୋଚ୍‌ ଥିଲେ, ମୁଁ ଡ୍ରେସିଂ ରୁମ୍‌ର ଶୋଚନୀୟ ସ୍ଥିତି ଦେଖିଛି। ଏହା ପଛରେ ଖେଳାଳି ପରସ୍ପରକୁ ଦୋଷାରୋପ କରୁଥିଲେ। ଗଣମାଧ୍ୟମକୁ ଏତେ ସବୁ କିଭଳି ଜଣାପଡ଼ୁଥିଲା ବୋଲି ସେ କହିଛନ୍ତି।

The post ଭାରତୀୟ ଟିମ୍‌ରେ ଚାପେଲ ଯୁଗ ଭଳି ସ୍ଥିତି; ଡ୍ରେସିଂ ରୁମ୍‌ ଅବସ୍ଥା ଚିନ୍ତାଜନକ; ବର୍ଷିଲେ ହରଭଜନ… appeared first on Dharitri Odia News.