କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ…

ଭୁବନେଶ୍ୱର,୨୬।୩: ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବା ଅଭିଯୋଗ ଆଣି କଂଗ୍ରେସ ଗୃହ କମିଟି ଗଠନ ଦାବିରେ ଅଟଳ ରହିଛି। ଏହାକୁ ନେଇ ହଟ୍ଟଗୋଳ ଜାରି ରହିଥିବାରୁ ବାଚସ୍ପତି କଂଗ୍ରେସ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି। ବୁଧବାର ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, […] The post କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ… appeared first on Dharitri Odia News.

କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ…

ଭୁବନେଶ୍ୱର,୨୬।୩: ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବା ଅଭିଯୋଗ ଆଣି କଂଗ୍ରେସ ଗୃହ କମିଟି ଗଠନ ଦାବିରେ ଅଟଳ ରହିଛି। ଏହାକୁ ନେଇ ହଟ୍ଟଗୋଳ ଜାରି ରହିଥିବାରୁ ବାଚସ୍ପତି କଂଗ୍ରେସ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି।

ବୁଧବାର ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି, ତାଙ୍କ ପାଖରେ କହିବାକୁ ନାହିଁ। ଅଯଥା ଗୃହ କମିଟି ଦାବି କରୁଛନ୍ତି। ଏମତି କଣ ଘଟିଛି ଯେ ଗୃହ କମିଟି ଗଠନ କରାଯିବ। ସର୍ବଦଳୀୟ ବୈଠକରେ ବିଜେଡି ମଧ୍ୟ ପ୍ରଶ୍ନ କରିଛି ଆବଶ୍ୟକତା ନାହିଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ ନେଇ ଆଲୋଚନାକୁ ଆସନ୍ତୁ।

ସେହିଭଳି ସୁରକ୍ଷାକର୍ମୀ ବାଡାଇବା ଅଭିଯୋଗର ମଧ୍ୟ ଜବାବ ରଖି ସେ କହିଛନ୍ତି ,ସେମାନେ କେଉଁସ୍ତରର କର୍ମଚାରୀ ଯେ ବିଧାୟକଙ୍କୁ ବାଡାଇବେ। ମିଛ କହିବାର ଗୋଟିଏ ସୀମା ଅଛି, ପ୍ରଶ୍ନକାଳରେ ଭାଗ ନେଉ ନାହାନ୍ତି। ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

The post କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ… appeared first on Dharitri Odia News.