ପିକ୍ନିକ୍ ପାଇଁ ଯାଇଥିଲେ, ହ୍ରଦରେ ବୁଡ଼ିଗଲା ଡଙ୍ଗା
ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୧୩ ଜଣ ଛାତ୍ରଛାତ୍ରୀ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶିକ୍ଷକ ବି ପ୍ରାଣ ହରାଇଛନ୍ତି।
ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୧୩ ଜଣ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ବଡ଼ୋଦରାରେ ଏହି ଦୁର୍ଘଟଣା ଘଟିଛି।
ଡଙ୍ଗାଟିରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ମିଶାଇ ମୋଟ ୩୪ ଜଣ ଥିଲେ। ସମସ୍ତେ ନ୍ୟୁ ସନ୍ରାଇଜ ନାମକ ଏକ ଘରୋଇ ସ୍କୁଲର। ସ୍କୁଲ୍ ପକ୍ଷରୁ ସେମାନଙ୍କୁ ପିକ୍ନିକ୍ରେ ସେଠାକୁ ନିଆଯାଇଥିଲା। ତେବେ ଡଙ୍ଗାରେ ବସିଥିବା ବେଳେ ସେମାନେ କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ।
୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଶିକ୍ଷକ ଓ ଆଉ ୮ ଜଣ ଛାତ୍ରଛାତ୍ରୀ ନିଖୋଜ ଥିବା କୁହାଯାଉଛି। ଖବର ଲେଖାଯିବା ବେଳକୁ ହ୍ରଦରେ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏନ୍ଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
1 student is being reported dead while search is ON for others.
Prayers