ନିଶାରେ ଗାଡି ଡ୍ରାଇଭିଂ ପଡିଲା ମହଙ୍ଗା, କାର୍‌ ଧକ୍କାରେ ଓଲଟିଲା ହାଇଓ୍ୱା

ଭୁବନେଶ୍ୱର ୦୫।୧୦ : ନିଶାରେ ଗାଡି ଚଲାଇବା ପଡିଲା ମହଙ୍ଗା । ରିଭର୍ସ ରାଇଡିଂ କରୁଥିବା ବେଳେ ମାଟି ବୋଝେଇ ହାଇଓ୍ୱା ସହ ହେଲା ମୁହାଁମୁହିଁ ଧକ୍କା ।ଯେଉଁଥିରେ କାର୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହାଇଓ୍ୱା ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ମାଟି ବୋଝେଇ ହାଓ୍ୱା ଡମଣା ଛକରୁ ପଟିଆ ଯାଉଥିଲା । ଏହି ସମୟରେ ସେହି ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଜଣେ କାର୍‌ ଡ୍ରାଇଭର ଦ୍ରୁତ ଗତିରେ ଗାଡି ରିଭର୍ସ କରୁଥିଲେ । ଯାହାଫଳରେ କାର୍‌ଟି ଭାରସାମ୍ୟ ହରାଇ ହାଇଓ୍ୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏପିରିକି ଦୁର୍ଘଟଣା ପରେ ହାଇଓ୍ୱା ରାସ୍ତା ମଝିରେ ଓଲଟି ପଡିଥିଲା । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲା । ତେବେ ଏହି ଭୟଙ୍କର ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗୁରୁତର ରହିଥିବା ବେଳେ ହାଇଓ୍ୱା ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ପ୍ରଥମେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ନିଶାରେ ଗାଡି ଡ୍ରାଇଭିଂ ପଡିଲା ମହଙ୍ଗା, କାର୍‌ ଧକ୍କାରେ ଓଲଟିଲା ହାଇଓ୍ୱା

ଭୁବନେଶ୍ୱର ୦୫।୧୦ : ନିଶାରେ ଗାଡି ଚଲାଇବା ପଡିଲା ମହଙ୍ଗା । ରିଭର୍ସ ରାଇଡିଂ କରୁଥିବା ବେଳେ ମାଟି ବୋଝେଇ ହାଇଓ୍ୱା ସହ ହେଲା ମୁହାଁମୁହିଁ ଧକ୍କା ।ଯେଉଁଥିରେ କାର୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହାଇଓ୍ୱା ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଏକ ମାଟି ବୋଝେଇ ହାଓ୍ୱା ଡମଣା ଛକରୁ ପଟିଆ ଯାଉଥିଲା । ଏହି ସମୟରେ ସେହି ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଜଣେ କାର୍‌ ଡ୍ରାଇଭର ଦ୍ରୁତ ଗତିରେ ଗାଡି ରିଭର୍ସ କରୁଥିଲେ । ଯାହାଫଳରେ କାର୍‌ଟି ଭାରସାମ୍ୟ ହରାଇ ହାଇଓ୍ୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏପିରିକି ଦୁର୍ଘଟଣା ପରେ ହାଇଓ୍ୱା ରାସ୍ତା ମଝିରେ ଓଲଟି ପଡିଥିଲା । 

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲା । ତେବେ ଏହି ଭୟଙ୍କର ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗୁରୁତର ରହିଥିବା ବେଳେ ହାଇଓ୍ୱା ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ପ୍ରଥମେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।