ନକ୍ସଲ ଦମନ ପାଇଁ ୧୦ ଜିଲ୍ଲାରେ ଗଠିତ ହେଲା ‘ଗ୍ରାମୋଦୟ’

ଭୁବନେଶ୍ୱର: ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ। ରାଜ୍ୟର ୧୦ ଜିଲ୍ଲାର ୫୮୩ଟି ଗ୍ରାମରେ ଏହି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ‘ଗ୍ରାମୋଦୟ’କୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷଣ କମିଟି ରହିବ। ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ରହିବ ପର୍ଯ୍ୟବେକ୍ଷଣ କମିଟି । ଜିଲ୍ଲା ସ୍ତରୀୟ କମିଟିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ କମିଟିରେ ବିଡିଓଙ୍କ ଅଧ୍ୟକ୍ଷତାରେ ସମସ୍ତ […]

ନକ୍ସଲ ଦମନ ପାଇଁ ୧୦ ଜିଲ୍ଲାରେ ଗଠିତ ହେଲା ‘ଗ୍ରାମୋଦୟ’
ନକ୍ସଲ ଦମନ ପାଇଁ ୧୦ ଜିଲ୍ଲାରେ ଗଠିତ ହେଲା ‘ଗ୍ରାମୋଦୟ’

ଭୁବନେଶ୍ୱର: ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ। ରାଜ୍ୟର ୧୦ ଜିଲ୍ଲାର ୫୮୩ଟି ଗ୍ରାମରେ ଏହି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ‘ଗ୍ରାମୋଦୟ’କୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷଣ କମିଟି ରହିବ। ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ରହିବ ପର୍ଯ୍ୟବେକ୍ଷଣ କମିଟି । ଜିଲ୍ଲା ସ୍ତରୀୟ କମିଟିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ କମିଟିରେ ବିଡିଓଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀଙ୍କ କମିଟି ଦ୍ବାରା ଏହି କାର୍ଯ୍ୟକ୍ରମର ତଦାରଖ ହେବ ।

ନକ୍ସଲ ପ୍ରଭାବିତ ୧୦ ଟି ଜିଲ୍ଲା ଯଥା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ୫୮୩ ଟି ଗ୍ରାମରେ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସାମିଲ କରାଯିବ । ସେମାନଙ୍କ ନିକଟରେ ସରକାରୀ ଯୋଜନା ଏବଂ ସମସ୍ତ ସୁବିଧା ପହଞ୍ଚାଯାଇବାକୁ ସଚେତନ କରାଯିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏହି କାର୍ଯ୍ୟକ୍ରମର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏହା ଅଧୀନରେ ଗ୍ରାମ/ଗୋଷ୍ଠୀକୁ ୩୧ଟି ସରକାରୀ ଯୋଜନା ଏବଂ ହିତାଧିକାରୀ/ପରିବାରକୁ ୪୪ଟି ସରକାରୀ ଯୋଜନାରେ ସମସ୍ତ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।‘ଗ୍ରାମୋଦୟ’ କାର୍ଯ୍ୟକାରୀ ପାଇଁ ଜନ ସଂପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା ଓ ଅଭିଯୋଗ ଶୁଣାଣି ଆଦିର ବ୍ୟବସ୍ଥା କରାଯାଇଛି।