ମୋଦୀ-ଟ୍ରୁଡୋ ଆଲୋଚନା ପରେ ଭାରତ ସହ ଆଲୋଚନା ନିମନ୍ତେ କାନାଡ଼ା ଆଗ୍ରହୀ
ଟରଣ୍ଟୋ: ଖଲିସ୍ତାନୀ ଆତଙ୍କବାଦକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ଝଡ଼ ଏବେ ଟିକେ ଥମିଛି ବୋଲି ଅନୁଭବ ହେଉଛି। ନିକଟରେ ଶେଷ ହୋଇଥିବା ଜି-୭ ସମ୍ମିଳନୀରେ ଭାରତ ଓ କାନାଡ଼ାର ପ୍ରଧାନମନ୍ତ୍ରୀ ପରସ୍ପରକୁ ଭେଟିଥିଲେ। ମୋଦୀଙ୍କ ସହ ସାକ୍ଷାତ ପରେ କାନାଡ଼ର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ଼ୋ ଭାରତ ସହ ସମ୍ପର୍କ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ଭାବେ ପ୍ରତ୍ୟାବର୍ତ୍ତନ ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ […]

ଟରଣ୍ଟୋ: ଖଲିସ୍ତାନୀ ଆତଙ୍କବାଦକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ଝଡ଼ ଏବେ ଟିକେ ଥମିଛି ବୋଲି ଅନୁଭବ ହେଉଛି। ନିକଟରେ ଶେଷ ହୋଇଥିବା ଜି-୭ ସମ୍ମିଳନୀରେ ଭାରତ ଓ କାନାଡ଼ାର ପ୍ରଧାନମନ୍ତ୍ରୀ ପରସ୍ପରକୁ ଭେଟିଥିଲେ। ମୋଦୀଙ୍କ ସହ ସାକ୍ଷାତ ପରେ କାନାଡ଼ର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ଼ୋ ଭାରତ ସହ ସମ୍ପର୍କ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ଭାବେ ପ୍ରତ୍ୟାବର୍ତ୍ତନ ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏକ ଉପଯୁକ୍ତ ସୁଯୋଗ ଆଣିବ ବୋଲି କହିଛନ୍ତି। ଟରଣ୍ଟୋ ଠାରେ ଏକ ଅନ୍ତର୍ଜାତୀୟ ଟେଲିଭିଜନ୍ ଚାନେଲ୍କୁ ଦେଇଥିବା ସାକ୍ଷାତକାରରେ ଟ୍ରୁଡ଼ୋ କହିଛନ୍ତି, ନରେନ୍ଦ୍ର ମୋଦୀ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୁନଃ ନିର୍ବାଚିତ ହୋଇ ଆସିଛନ୍ତି । ଦୁଇ ରାଷ୍ଟ୍ର ମଧ୍ୟରେ ଜାତୀୟ ସୁରକ୍ଷା, କାନାଡ଼ା ବାସିନ୍ଦାଙ୍କ ସୁରକ୍ଷା ଓ ଆଇନର ଶାସନ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ନିମନ୍ତେ ଏହା ଏକ ସୁଯୋଗ ଅଟେ। ଜି-୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ପ୍ରସଙ୍ଗରେ ଆଲୋଚନା କରି ଟ୍ରୁଡୁ କହିଛନ୍ତି ଯେ ଅନେକ ପ୍ରସଙ୍ଗରେ ସିଧାସଳଖ କଥାବାର୍ତ୍ତା ହେବାର ସୁଯୋଗ ମିଳିଲା। ନିର୍ଦ୍ଦିଷ୍ଟ ଭାବେ ଭାରତ ସହ କାନାଡ଼ାର ଲୋକଙ୍କ ବହୁଳ ବ୍ୟକ୍ତିଗତ ସମ୍ପର୍କ ରହିଛି। ଅନେକ ଗୁରୁତ୍ବପୂର୍ଣ୍ଣ ଅର୍ଥର୍ନୈତିକ ସମ୍ପର୍କ ମଧ୍ୟ ରହିଛି।