ବିଜେଡିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ କହିଲେ…

ଭୁବନେଶ୍ୱର, ୨୫।୧୧(ସୁନିତ୍‌ ମିଶ୍ର):ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ କରିବା ଉଚିତ ନୁହେଁ। ବିଜେଡି କେଉଁ ଅର୍ଥରେ ଏହାକୁ ସମର୍ଥନ କରୁଛି ତାହା ବୁଝାପଡ଼ୁନି। ସେମାନେ ଏହାକୁ ନିନ୍ଦା କରିବା ସହ ବିରୋଧ କରିବା ଆବଶ୍ୟକ। ପୂର୍ବରୁ ସେମାନେ ବହୁତ ବଡ଼ବଡ଼ କଥା କହୁଥିଲେ। ହେଲେ କ୍ଷମତା ଯିବା ପରେ ବିରୋଧୀ ହେବାକୁ ମାନସିକସ୍ତରରେ ପ୍ରସ୍ତୁତ ହୋଇନାହାନ୍ତି। ସେମାନଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ସେମାନେ ହିଂସା ରାସ୍ତା ପରିହାର କରନ୍ତୁ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ […] The post ବିଜେଡିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ କହିଲେ… appeared first on Dharitri Odia News.

ବିଜେଡିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ କହିଲେ…

ଭୁବନେଶ୍ୱର, ୨୫।୧୧(ସୁନିତ୍‌ ମିଶ୍ର):ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ କରିବା ଉଚିତ ନୁହେଁ। ବିଜେଡି କେଉଁ ଅର୍ଥରେ ଏହାକୁ ସମର୍ଥନ କରୁଛି ତାହା ବୁଝାପଡ଼ୁନି। ସେମାନେ ଏହାକୁ ନିନ୍ଦା କରିବା ସହ ବିରୋଧ କରିବା ଆବଶ୍ୟକ। ପୂର୍ବରୁ ସେମାନେ ବହୁତ ବଡ଼ବଡ଼ କଥା କହୁଥିଲେ। ହେଲେ କ୍ଷମତା ଯିବା ପରେ ବିରୋଧୀ ହେବାକୁ ମାନସିକସ୍ତରରେ ପ୍ରସ୍ତୁତ ହୋଇନାହାନ୍ତି। ସେମାନଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ସେମାନେ ହିଂସା ରାସ୍ତା ପରିହାର କରନ୍ତୁ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣା ନେଇ ରବିବାର ଗଣମାଧ୍ୟମକୁ ସୂଚନା ଦେଇ ମନମୋହନ କହିଛନ୍ତି, ଜଣେ ବ୍ୟକ୍ତି ତା’ ନିଜ ସ୍ବାର୍ଥ ପାଇଁ ସବୁକିଛି କରୁଛି। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏହା ପ୍ରାୟୋଜିତ ଗଣ୍ଡଗୋଳ ଭଳି ଜଣାପଡ଼ୁଛି। ତଦନ୍ତ ହେଲେ ସବୁକିଛି ସ୍ପଷ୍ଟ ହେବ।

The post ବିଜେଡିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ କହିଲେ… appeared first on Dharitri Odia News.