ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା, ଜାଣନ୍ତୁ କେଉଁ ରୋଗକୁ ଦୂର କରେ
ପୂର୍ବ ପୁରୁଷରୁ ହିଁ ଆମ ସୁସ୍ଥ ଶରୀର ପାଇଁ ନଡ଼ିଆ ପାଣିକୁ ପ୍ରାକୃତିକ ଔଷଧ ଭାବରେ ବ୍ୟବହାର କରାଯାଏ । ଯାହାକୁ ପିଇବା ଦ୍ବାରା ଆମ ଶରୀରରେ ଭଲ ପ୍ରଭାବ ପଡ଼ିଥାଏ । ଏହାର ଦୈନନ୍ଦିନ ବ୍ୟବହାର ଦ୍ୱାରା ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ । ଆମ ଶରୀର ପାଇଁ ନଡ଼ିଆ ପାଣି କିପରି ଲାଭଦାୟକ ହୋଇଥାଏ ଆସନ୍ତୁ ଜାଣିବା । ନଡ଼ିଆ ପାଣିରେ ଗ୍ଲୁକୋଜ଼, ଆମିନୋ ଏସିଡ୍, […] The post ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା, ଜାଣନ୍ତୁ କେଉଁ ରୋଗକୁ ଦୂର କରେ appeared first on KNews Odisha.

ପୂର୍ବ ପୁରୁଷରୁ ହିଁ ଆମ ସୁସ୍ଥ ଶରୀର ପାଇଁ ନଡ଼ିଆ ପାଣିକୁ ପ୍ରାକୃତିକ ଔଷଧ ଭାବରେ ବ୍ୟବହାର କରାଯାଏ । ଯାହାକୁ ପିଇବା ଦ୍ବାରା ଆମ ଶରୀରରେ ଭଲ ପ୍ରଭାବ ପଡ଼ିଥାଏ । ଏହାର ଦୈନନ୍ଦିନ ବ୍ୟବହାର ଦ୍ୱାରା ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ । ଆମ ଶରୀର ପାଇଁ ନଡ଼ିଆ ପାଣି କିପରି ଲାଭଦାୟକ ହୋଇଥାଏ ଆସନ୍ତୁ ଜାଣିବା ।
ନଡ଼ିଆ ପାଣିରେ ଗ୍ଲୁକୋଜ଼, ଆମିନୋ ଏସିଡ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଅନେକ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ । ନଡ଼ିଆ ପାଣି ଆମ ଶରୀର ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।
ହାର୍ଟ ରୋଗୀଙ୍କ ପାଇଁ ଲାଭଦାୟକ :
ପ୍ରତିଦିନ ନଡ଼ିଆ ପାଣି ପିଇବା ହାର୍ଟରୋଗୀଙ୍କ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ଶରୀରରେ କଣ ପ୍ରଭାବ ପକାଇଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ହାର୍ଟ ଜନିତ ସମସ୍ୟା ଭଳି ଆଶଙ୍କା ଦୂର ହୋଇଥାଏ। କ୍ୟାନ୍ସର ରୋଗୀଙ୍କ ପାଇଁ ଏଥିରେ ଭରପୁର ରୋଗପ୍ରତିରୋଧକ ଶକ୍ତି ରହିଛି । କ୍ୟାନ୍ସର ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ଲାଭପ୍ରଦ ହୋଇପାରିଛି ।
ରକ୍ତଚାପ ନିୟନ୍ତ୍ରଣ ଉପରେ ପଡେ ପ୍ରଭାବ :
ସୂଚନାନୁଯାୟୀ ପ୍ରତିଦିନ ନଡ଼ିଆ ପାଣି ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହେବା ସହିତ ଡାଇବେଟିସ ଭଳି ରୋଗ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ପେଟ ଜନିତ ସମସ୍ୟାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ, ଯାହାକି ବିଶେଷଜ୍ଞଙ୍କ ତରଫରୁ ପ୍ରମାଣ ମିଳିଛି ।
ମେଦବହୁଳତାକୁ ହ୍ରାସ କରିବାରେ ସାହାଯ୍ୟ କରେ ଏହି ପାଣି :
ଶରରରେ ମେଦବହୁଳତା ପାଇଁ ଅନେକ ସମସ୍ୟା ଉପୁଜିଥାଏ । ଯଦି ଆପଣ ମେଦବହୁଳତାକୁ କମାଇବାକୁ ଚାହୁଁଛନ୍ତି ତେବେ ଏହି ପାଣି ପିଇବା ଆରମ୍ଭ କରିଦିଅନ୍ତୁ । ଏହାକୁ ନିୟମିତ ପିଇବା ଫଳରେ ଏହା ଆମ ଶରୀରରେ ଥିବା ମେଟାବୋଲିଜିମ୍ ବୃଦ୍ଧି ହୋଇଥାଏ, ଯାହା ଓଜନ କମାଇବାର ଯାତ୍ରାକୁ ସଫଳ କରିବାରେ ସହାୟକ ହୋଇଥାଏ । ତେଣୁ ଏହା ଆମ ସମ୍ପୂର୍ଣ୍ଣ ଶରୀରର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ।
Also read :ଗୋଟିଏ ମାସ ପର୍ଯ୍ୟନ୍ତ ପିଅନ୍ତୁ ଏହି ଡ୍ରାଏଫ୍ରୁଟ୍ ପାଣି, ଦୂର ହେବ ଅନେକ ସ୍ୱାସ୍ଥ୍ୟ ସମସ୍ୟା
The post ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା, ଜାଣନ୍ତୁ କେଉଁ ରୋଗକୁ ଦୂର କରେ appeared first on KNews Odisha.