ସରିଲା ବିଜେଡିର ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା, ଶେଷ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋଙ୍କ ସରପ୍ରାଇଜ
ଭୁବନେଶ୍ୱର : ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ଶେଷ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନବୀନ ଦେଲେ ସବୁଠାରୁ ବଡ ସରପ୍ରାଇଜ। ଖଣ୍ଡପଡା ଆସନକୁ ନେଇ ସବୁ ରାଜନୈତିକ କଳ୍ପନାଜଳ୍ପନା ଭୁଲ ପ୍ରମାଣିତ କରିଦେଲେ ବିଜେଡି ସୁପ୍ରିମୋ। ସାବିତ୍ରୀ ପ୍ରଧାନଙ୍କ ନାଁ ଖଣ୍ଡପଡାରୁ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋରେଇରୁ ସଂଧ୍ୟାରାଣୀ ଦାସ,ନୀଳଗିରିରୁ ସୁକାନ୍ତ ନାୟକ ପ୍ରାର୍ଥୀ ହୋଇଛନ୍ତି । […] The post ସରିଲା ବିଜେଡିର ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା, ଶେଷ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋଙ୍କ ସରପ୍ରାଇଜ appeared first on KNews Odisha.

ଭୁବନେଶ୍ୱର : ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ଶେଷ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନବୀନ ଦେଲେ ସବୁଠାରୁ ବଡ ସରପ୍ରାଇଜ। ଖଣ୍ଡପଡା ଆସନକୁ ନେଇ ସବୁ ରାଜନୈତିକ କଳ୍ପନାଜଳ୍ପନା ଭୁଲ ପ୍ରମାଣିତ କରିଦେଲେ ବିଜେଡି ସୁପ୍ରିମୋ। ସାବିତ୍ରୀ ପ୍ରଧାନଙ୍କ ନାଁ ଖଣ୍ଡପଡାରୁ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋରେଇରୁ ସଂଧ୍ୟାରାଣୀ ଦାସ,ନୀଳଗିରିରୁ ସୁକାନ୍ତ ନାୟକ ପ୍ରାର୍ଥୀ ହୋଇଛନ୍ତି ।
ବରିଷ୍ଠ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ପତ୍ନୀ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା ସଂଧ୍ୟାରାଣୀ ଦାସ। ସ୍ବର୍ଗତ ଅଶୋକ ଦାସ ବହୁବର୍ଷ ଧରି କୋରେଇ ଆସନରୁ ପ୍ରତିନିଧିତ୍ବ କରି ଆସୁଥିଲେ। ଅଶୋକ ଦାସଙ୍କ ପରିବାର ସହ ଏହି ବିଧାନସଭା ଆସନର ଆବେଗ ଜଡ଼ିତ ରହିଛି। ଏହା ଭିତରେ କୋରେଇ ଆସନରୁ ବିଜେଡି ଛାଡି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସିନେଷ୍ଟାର ଆକାଶ ଦାସ ନାୟକ। ବିଜେଡିର ଗଡ ଭାବେ ପରିଚିତ ଏ ଆସନକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଂଧ୍ୟାରଣୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବୋଲି କୁହାଯାଇଛି।
ପୂର୍ବରୁ ଦେବଗଡ ଆସନରେ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି । ଦେବଗଡ ରାଣୀ ଅରୁନ୍ଧତୀ ଦେବୀଙ୍କ ବଦଳରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ରୋମାଞ୍ଚ ରଞ୍ଜନ ବିଶ୍ବାଳ । ୨୦୧୯ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ଉପରେ ପୁଣିଥରେ ଦଳ ଭରସା କରିଛି । ଅରୁନ୍ଧତୀ ଦେବୀଙ୍କ ବଦଳରେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି । କିନ୍ତୁ କାହିଁକି ବିଜେଡି ଅରୁନ୍ଧତୀ ଦେବୀଙ୍କ ବଦଳରେ ରୋମାଞ୍ଚ ରଞ୍ଜନଙ୍କୁ ପ୍ରାର୍ଥୀ କଲା ତାର କାରଣ ଅସ୍ପଷ୍ଟ ରହିଛି ।
ଗତଥର ଦେବଗଡ ବିଧାନସଭାରେ ବିଜେପି ପ୍ରାର୍ଥୀ ୭୪ ହଜାର ୩୫୪ ଖଣ୍ଡ ଭୋଟ ପାଇଥିବା ବେଳେ ରୋମାଞ୍ଚ ରଞ୍ଜନ ୬୭ ହଜାର ୨୪୯ ଖଣ୍ଡ ଭୋଟ ପାଇଥିଲେ । ୭ ହଜାର ୧୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀ । କିନ୍ତୁ ଗତଥର ଦେବଗଡ ବିଧାନସଭା ଆସନରୁ ଲୋକସଭା ନିର୍ବାଚନରେ ବିଜେଡି ଠାରୁ ୧୫ ହଜାର ୯୨୨ ଖଣ୍ଡ ଅଧିକ ଭୋଟ ପାଇଥିଲା ବିଜେପି । ଏଭଳିସ୍ଥିତିରେ ଅରୁନ୍ଧତୀ ଦେବୀଙ୍କ କଣ ରହିବ ପ୍ରଭାବ ତା ଉପରେ ନଜର ରହିଛି । ସେ ଯଦି ବିଜେଡି ସହ ରୁହନ୍ତି ତାହାହେଲେ ରୋମାଞ୍ଚ ବିଶ୍ବାଳଙ୍କ ପାଇଁ ଏହା ବେଶ ସହାୟକ ହେବ।
The post ସରିଲା ବିଜେଡିର ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା, ଶେଷ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋଙ୍କ ସରପ୍ରାଇଜ appeared first on KNews Odisha.