ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ ପୁଇଁତୋଳାର ୪ ଜଣ ଏବଂ ତ୍ରିବେଣୀ ମଠ ଛକର ଜଣେ ନବବଧୂ ଆହତ ହୋଇଥିଲେ। ବୁଧବାର ପୁଣି ଜଣଙ୍କ ହାତକୁ କାମୁଡ଼ି ଦେଇଥିବା ଜଣାପଡ଼ିଛି। ଉକ୍ତ ପାତି ମାଙ୍କଡ଼ଟି ପାଗଳ ହୋଇଯାଇଥିବା ଆଲୋଚନା ହେଉଛି। ଏନେଇ ଖବର ପ୍ରସାରଣ ପରେ ଉକ୍ତ ପାତି ମାଙ୍କଡ଼କୁ କାବୁ କରିବାକୁ ବନ ବିଭାଗ […] The post ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ appeared first on Dharitri Odia News.

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ ପୁଇଁତୋଳାର ୪ ଜଣ ଏବଂ ତ୍ରିବେଣୀ ମଠ ଛକର ଜଣେ ନବବଧୂ ଆହତ ହୋଇଥିଲେ। ବୁଧବାର ପୁଣି ଜଣଙ୍କ ହାତକୁ କାମୁଡ଼ି ଦେଇଥିବା ଜଣାପଡ଼ିଛି। ଉକ୍ତ ପାତି ମାଙ୍କଡ଼ଟି ପାଗଳ ହୋଇଯାଇଥିବା ଆଲୋଚନା ହେଉଛି। ଏନେଇ ଖବର ପ୍ରସାରଣ ପରେ ଉକ୍ତ ପାତି ମାଙ୍କଡ଼କୁ କାବୁ କରିବାକୁ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ବୁଧବାର ବନବିଭାଗର ଏକ ପାଞ୍ଚ ଜଣିଆ ଟିମ ଜାଲ ନେଇ ପୁଇଁତୋଳା ଗ୍ରାମରେ ମାଙ୍କଡ଼ ଧରିବାକୁ ଯାଇ ନାକେଦମ ହେବାକୁ ପଡ଼ିଛି l ଉକ୍ତ ମାଙ୍କଡ଼ଟି ବନ କର୍ମଚାରୀଙ୍କୁ ଦେଖି ଗୋଟିଏ ସାହିରୁ ଗୋଟିଏ ସାହି ଓ ଛାତରୁ ଛାତ ଡ଼ିଆଁ ମାରୁଛି। ଫଳରେ ଖବର ଲେଖାହେବା ସୁଦ୍ଧା ମାଙ୍କଡ଼କୁ କାବୁ କରିବାରେ ସକ୍ଷମ ହୋଇପାରିନି ବନବିଭାଗ।

The post ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ appeared first on Dharitri Odia News.