ବ୍ରହ୍ମପୁରରେ ବଡ଼ ଧରଣର ଚଢ଼ାଉ; ଖାଇବା ତେଲରେ ହେଉଥିଲା ଅପମିଶ୍ରଣ !

ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢାଉ ହୋଇଛି । ରାଇସ ବ୍ରାନ ଅଏଲରେ ଏସେନସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ପୁଣି ପ୍ୟାକିଙ୍ଗ କରାଯାଉଥିଲା । 

ବ୍ରହ୍ମପୁରରେ ବଡ଼ ଧରଣର ଚଢ଼ାଉ; ଖାଇବା ତେଲରେ ହେଉଥିଲା ଅପମିଶ୍ରଣ !

ବ୍ରହ୍ମପୁରରେ ପୁଣି ଥରେ ନକଲି ତେଲ ପ୍ୟାକିଂ ୟୁନିଟ । ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢାଉ ହୋଇଛି । ରାଇସ ବ୍ରାନ ଅଏଲରେ ଏସେନସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ପୁଣି ପ୍ୟାକିଙ୍ଗ କରାଯାଉଥିଲା । 

ବିଭିନ୍ନ ନକଲି ବ୍ରାଣ୍ଡ ନାଁ ଦେଇ ମାର୍କେଟକୁ ଛାଡୁଥିଲେ ତେଲ। ସୋରିଷ ତେଲ ସହ ରାଶି ତେଲ, ନଡ଼ିଆ ତେଲର ବିଭିନ୍ନ ବ୍ରାଣ୍ଡ କରି ବିକ୍ରି କରୁଥିଲେ। ଚଢାଉ ବେଳେ ଟ୍ରେଡ୍ ଲାଇସେନ୍ସ ସହ ଫୁଡ୍ ଲାଇସେନ୍ସ ବି ନକଲି ବୋଲି ଜଣାପଡିଛି।

 ବଡ ବଜାର ପୋଲିସ ଓ ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏକ କାଳୀନ ଚଢାଉ ହୋଇଥିଲା । ଘର ଭିତରେ ପ୍ୟାକିଙ୍ଗ ୟୁନିଟକୁ ନେଇ ବି ପ୍ରଶ୍ନ ଉଠିଛି। ଏସବୁର ତଦନ୍ତ କରାଯିବ ବୋଲି ପୋଲିସ କହିଛି । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ଜଗନ୍ନାଥ ସାହୁ । 

ଏପଟରେ କଟରେ ଅପମିଶ୍ରିତ କ୍ଷୀର ବିକ୍ରି ଅଭିଯୋଗରେ ରୋହିଣୀ କମ୍ପାନୀର ମାଲିକ ପ୍ରଦୀପ୍ତ ପରିଡାଙ୍କୁ ଗିରଫ କରିଛି ପୋଲିସ। ମହାରାଷ୍ଟ୍ରରୁ ଆସୁଥିବା ଶସ୍ତା କ୍ଷୀର ପାଉଡର ସହ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା କଷ୍ଟିକ ସୋଡାକୁ ଜଗତପୁରର ନଳକୂଅ ପାଣିରେ ଗୋଳାଇ ପ୍ରସ୍ତୁତ ହେଉଥିଲା ନକଲି କ୍ଷୀର। ଏହାସହ ପ୍ୟାକେଟ ପିଛା ମାତ୍ର ୮ରୁ ୧୦ ଟଙ୍କା ଖର୍ଚ୍ଚରେ ଏହି ଅପମିଶ୍ରଣ କ୍ଷୀରକୁ ଲିଟର ପିଛା ବଜାରରେ ୨୬ ଟଙ୍କାରେ ବିକ୍ରି କରାଯାଉଥିଲା  ବୋଲି ସୂଚନା ଦେଇଛି ପୋଲିସ। କେବଳ କ୍ଷୀର ନୁହେଁ ବରଂ ଦହି, ଲସି ରାବିଡି ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ ହେଉଥିଲା। ଏହି ଅପମିଶ୍ରିତ କ୍ଷୀରକୁ ଚୌଦ୍ୱାର , କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ବିକ୍ରି କରାଯାଉଥିବାରୁ ସେହି ସମସ୍ତ ଅଞ୍ଚଳରୁ ଏହି ଅପମିଶ୍ରିତ କ୍ଷୀର ଓ ସେଥିରୁ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ 
କରିଛି ପୋଲିସ । ଏହା ବ୍ୟତିତ ରୋହିଣୀ ବ୍ରାଣ୍ଡର ସାମଗ୍ରୀ ଗୁଡ଼ିକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ ଅପିଲ କରିଛି କମିଶନରେଟ ପୋଲିସ।