ବେଙ୍ଗାଲୁରୁରେ ସକାଳୁ ଚାଲିବାକୁ ଯାଇଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ, ଜଣେ ଗିରଫ

ବେଙ୍ଗାଲୁରୁରେ ସକାଳ ଚାଲିବାକୁ ଯାଇଥିବା ୩୪ ବର୍ଷୀୟ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଏହା ପରେ ଲୋକମାନେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଉଥିଲେ । ତେବେ ବର୍ତ୍ତମାନ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ବେଙ୍ଗାଲୁରୁ ପୋଲିସ ସୂଚନା ଦେଇଛି । ସୋମବାର ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୋଲିସ କହିଛି । ଏହି ନିର୍ଯାତନା ଘଟଣା ଅଗଷ୍ଟ ୨ ରେ ସକାଳ […] The post ବେଙ୍ଗାଲୁରୁରେ ସକାଳୁ ଚାଲିବାକୁ ଯାଇଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ, ଜଣେ ଗିରଫ appeared first on KNews Odisha.

ବେଙ୍ଗାଲୁରୁରେ ସକାଳୁ ଚାଲିବାକୁ ଯାଇଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ, ଜଣେ ଗିରଫ
molesting woman

ବେଙ୍ଗାଲୁରୁରେ ସକାଳ ଚାଲିବାକୁ ଯାଇଥିବା ୩୪ ବର୍ଷୀୟ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଏହା ପରେ ଲୋକମାନେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଉଥିଲେ । ତେବେ ବର୍ତ୍ତମାନ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ବେଙ୍ଗାଲୁରୁ ପୋଲିସ ସୂଚନା ଦେଇଛି । ସୋମବାର ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୋଲିସ କହିଛି । ଏହି ନିର୍ଯାତନା ଘଟଣା ଅଗଷ୍ଟ ୨ ରେ ସକାଳ ୫ ଟା ସମୟରେ ଦକ୍ଷିଣ ବେଙ୍ଗାଲୁରୁର କୋନାନାକୁନ୍ତେ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା ।

ଭାଇରାଲ ଭିଡିଓରୁ ଜଣାପଡିଛି ଯେ ମହିଳା ଜଣକ ଘର ଆଗରେ ଅପେକ୍ଷା କରିଥିଲେ । ତା’ପରେ ହଠାତ୍ ଜଣେ ବ୍ୟକ୍ତି ପଛରୁ ଆସି ତାଙ୍କୁ ଧରିଥିଲେ । ଅଭିଯୁକ୍ତ ମହିଳାଙ୍କୁ ଧରି ତାଙ୍କୁ ଅସଦାଚରଣ କରିଥିଲା । ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରି ଖସିଯିବାକୁ ଚେଷ୍ଟ କରିଥିଲେ କିନ୍ତୁ ଅଭିଯୁକ୍ତ ତାଙ୍କୁ ଛାଡିନଥିଲେ । କିନ୍ତୁ ମହିଳା ଜଣକ ତାଙ୍କ କବଳରୁ ରକ୍ଷା ପାଇବାକୁ ଚେଷ୍ଟା କରିଥିଲେ । ତେବେ ଯେତେବେଳେ ମହିଳା ସାହାଯ୍ୟ ପାଇଁ ଚିତ୍କାର କରନ୍ତି, ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଯାଇଥିଲେ ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଦକ୍ଷିଣ ବେଙ୍ଗାଲୁରୁର କୋନାନାକୁନ୍ତେ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ନିର୍ଯାତନା ଘଟଣା ଘଟିଥିଲା ଯେତେବେଳେ ମହିଳା ଜଣକ ସକାଳେ ଚାଲିବା ପାଇଁ ଯିବାକୁ ପଡୋଶୀଙ୍କୁ ଅପେକ୍ଷା କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣା ରାସ୍ତାରେ ଥିବା ଏକ ଘରର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହା ପରେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ସୋମବାର ଅପରାଧୀଙ୍କୁ ଗିରଫ କରିଥିଲା । ସୂଚନାନୁସାରେ, ଅଭିଯୁକ୍ତ ଜଣେ କ୍ୟାବ ଡ୍ରାଇଭର ଏବଂ ସେ ପ୍ରାୟତଃ କର୍ପୋରେଟ୍ କର୍ମଚାରୀମାନଙ୍କୁ ନେବା ଆଣିବା କରନ୍ତି ।

 

The post ବେଙ୍ଗାଲୁରୁରେ ସକାଳୁ ଚାଲିବାକୁ ଯାଇଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ, ଜଣେ ଗିରଫ appeared first on KNews Odisha.