ନଡ୍ଡା, ମାଲବ୍ୟଙ୍କୁ ବେଙ୍ଗାଲୁରୁ ପୋଲିସର ସମନ
ବେଙ୍ଗାଲୁରୁ, ୮।୫: ମୁସଲମାନ ସଂରକ୍ଷଣକୁ ନେଇ କର୍ନାଟକ ଭାଜପା ପକ୍ଷରୁ କରାଯାଇଥିବା ବିବାଦୀୟ ପୋଷ୍ଟ ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କୁ ସୋମବାର କର୍ନାଟକ ପୋଲିସ ସମନ ଜାରି ରଖିଛି। ସପ୍ତାହେ ମଧ୍ୟରେ ବେଙ୍ଗାଲୁରୁ ପୋଲିସ ନିକଟରେ ପଚରାଉଚରା ପାଇଁ ହାଜର ହେବାକୁ ଉଭୟ ନେତାଙ୍କୁ ସମନ ଜାରି ହୋଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ କର୍ନାଟକ ଭାଜପା ପକ୍ଷରୁ ଏକ୍ସ’ରେ ପୋଷ୍ଟ ହୋଇଥିବା ଏକ ଆନିମେଟେଡ୍ ଭିଡିଓରେ […] The post ନଡ୍ଡା, ମାଲବ୍ୟଙ୍କୁ ବେଙ୍ଗାଲୁରୁ ପୋଲିସର ସମନ appeared first on Dharitri Odia News.
ବେଙ୍ଗାଲୁରୁ, ୮।୫: ମୁସଲମାନ ସଂରକ୍ଷଣକୁ ନେଇ କର୍ନାଟକ ଭାଜପା ପକ୍ଷରୁ କରାଯାଇଥିବା ବିବାଦୀୟ ପୋଷ୍ଟ ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କୁ ସୋମବାର କର୍ନାଟକ ପୋଲିସ ସମନ ଜାରି ରଖିଛି। ସପ୍ତାହେ ମଧ୍ୟରେ ବେଙ୍ଗାଲୁରୁ ପୋଲିସ ନିକଟରେ ପଚରାଉଚରା ପାଇଁ ହାଜର ହେବାକୁ ଉଭୟ ନେତାଙ୍କୁ ସମନ ଜାରି ହୋଇଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ କର୍ନାଟକ ଭାଜପା ପକ୍ଷରୁ ଏକ୍ସ’ରେ ପୋଷ୍ଟ ହୋଇଥିବା ଏକ ଆନିମେଟେଡ୍ ଭିଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମେୟା ମୁସଲମାନ ସମ୍ପ୍ରଦାୟକୁ ଅଧିକ ପାଣ୍ଠି ଯୋଗାଉଥିବା ଦର୍ଶାଯାଇଥିଲା। ଏହି ଭିଡିଓ ବିରୋଧରେ କଂଗ୍ରେସ ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ(ଇସି)ଙ୍କ ନିକଟରେ ଅଭିଯୋଗ କରାଯିବା ସହ ବେଙ୍ଗାଲୁରୁରେ ମାମଲା ରୁଜୁ କରାଯାଇଥିଲା। ତେବେ ମଙ୍ଗଳବାର ଏହି ବିବାଦୀୟ ପୋଷ୍ଟକୁ ହଟାଇବାକୁ ଇସି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’କୁ ନିର୍ଦ୍ଦେଶ ଦେଇଥିଲେ।
The post ନଡ୍ଡା, ମାଲବ୍ୟଙ୍କୁ ବେଙ୍ଗାଲୁରୁ ପୋଲିସର ସମନ appeared first on Dharitri Odia News.