ନଦୀକୁ ଡେଇଁଲେ ଯୁବତୀ, ବ୍ରିଜ୍ ଉପରେ ରହିଛି ସ୍କୁଟି-ଜୋତା-ମୋବାଇଲ୍

ଯାଜପୁର ୧୯।୦୯ : ଯାଜପୁର ଜିଲ୍ଲା ଖରସ୍ରୋତା ବ୍ରିଜ୍‌ ଉପରେ ଅଘଟଣ । ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଖବର ଅନୁଯାୟୀ, ଖରସ୍ରୋତା ବ୍ରିଜ୍‌ ଉପରେ ଜଣେ ଯୁବତୀ ସ୍କୁଟି, ଜୋତା ଏବଂ ମୋବାଇଲ୍‌ ଫୋନ୍‌ ରଖି ନଦୀକୁ ଡେଇଁପଡିଛନ୍ତି । କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ନଦୀକୁ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ଯୁବତୀ ନିଖୋଜ ରହିଛନ୍ତି । ସେପଟେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ବାକି ଅଗ୍ନିଶମ ବାହିନୀ ଖୁବଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବ ବୋଲି ସୂଚନା ମିଳିଛି। 

ନଦୀକୁ ଡେଇଁଲେ ଯୁବତୀ, ବ୍ରିଜ୍ ଉପରେ ରହିଛି ସ୍କୁଟି-ଜୋତା-ମୋବାଇଲ୍

ଯାଜପୁର ୧୯।୦୯ : ଯାଜପୁର ଜିଲ୍ଲା ଖରସ୍ରୋତା ବ୍ରିଜ୍‌ ଉପରେ ଅଘଟଣ । ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। 

ଖବର ଅନୁଯାୟୀ, ଖରସ୍ରୋତା ବ୍ରିଜ୍‌ ଉପରେ ଜଣେ ଯୁବତୀ ସ୍କୁଟି, ଜୋତା ଏବଂ ମୋବାଇଲ୍‌ ଫୋନ୍‌ ରଖି ନଦୀକୁ ଡେଇଁପଡିଛନ୍ତି । କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ନଦୀକୁ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ଯୁବତୀ ନିଖୋଜ ରହିଛନ୍ତି । 

ସେପଟେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ବାକି ଅଗ୍ନିଶମ ବାହିନୀ ଖୁବଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବ ବୋଲି ସୂଚନା ମିଳିଛି।