ନଦୀର ଭ୍ରମ ସୃଷ୍ଟି କରୁଛି ରାସ୍ତା
ଦାରିଙ୍ଗବାଡ଼ି,୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ରାଇକିଆ ପର୍ଯ୍ୟନ୍ତ ପ୍ରାୟ ୨୫ କି.ମି. ରାସ୍ତାରୁ ସିମନବାଡିଠାରୁ ସିକକେତା ଗ୍ରାମ ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ରବିବାର ଲଘୁଚାପଜନିତ ବର୍ଷା କାରଣରୁ ରାସ୍ତାରେ ଥିବା ଖାଲଖମାରେ ପାଣି ଜମି ନଦୀର ଭ୍ରମ ସୃଷ୍ଟି କରିଛି। ଲୋକଙ୍କ ଯାତାୟାତରେ ସମସ୍ୟା ହୋଇଛି। ଗତ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଉକ୍ତ ରାସ୍ତାରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟ ଅବଧି ୨ […] The post ନଦୀର ଭ୍ରମ ସୃଷ୍ଟି କରୁଛି ରାସ୍ତା appeared first on Dharitri Odia News.
ଦାରିଙ୍ଗବାଡ଼ି,୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ରାଇକିଆ ପର୍ଯ୍ୟନ୍ତ ପ୍ରାୟ ୨୫ କି.ମି. ରାସ୍ତାରୁ ସିମନବାଡିଠାରୁ ସିକକେତା ଗ୍ରାମ ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ରବିବାର ଲଘୁଚାପଜନିତ ବର୍ଷା କାରଣରୁ ରାସ୍ତାରେ ଥିବା ଖାଲଖମାରେ ପାଣି ଜମି ନଦୀର ଭ୍ରମ ସୃଷ୍ଟି କରିଛି। ଲୋକଙ୍କ ଯାତାୟାତରେ ସମସ୍ୟା ହୋଇଛି। ଗତ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଉକ୍ତ ରାସ୍ତାରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟ ଅବଧି ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ସରିଲାଣି। ତଥାପି ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିପାରିନି ପୂର୍ତ୍ତ ବିଭାଗ। ବିଭାଗୀୟ ଅବହେଳା ଯୋଗୁ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ଧନଜୀବନ ହାନି ହେଉଛି। ଏନେଇ ବିଭାଗ ବାରମ୍ବାର ଠିକା ସଂସ୍ଥାକୁ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେବା ସହ କାରଣ ଦର୍ଶାଅ ନୋଟିସ ଦେଇଥିବା କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କିଶୋର ସ୍ବାଇଁ କହିଛନ୍ତି। ଅନ୍ୟପକ୍ଷରେ ରାସ୍ତା କାମ ଶୀଘ୍ର ନ ସାରିଲେ ସିକକେତା ସମେତ ବାଡାବାଙ୍ଗା ପଞ୍ଚାୟତବାସୀ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବା ଯୁବ ମହାସଂଘ ଓ ଅନ୍ୟ ଯୁବ ସଙ୍ଗଠନର କର୍ମକର୍ତ୍ତା କହିଛନ୍ତି।
The post ନଦୀର ଭ୍ରମ ସୃଷ୍ଟି କରୁଛି ରାସ୍ତା appeared first on Dharitri Odia News.