ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ଦୁଇ ଦିନ ହେଲା ନିଖୋଜ ଥିଲେ

ଯୁବକଜଣକ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି। 

ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ଦୁଇ ଦିନ ହେଲା ନିଖୋଜ ଥିଲେ

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ କାଶିନପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ରେବ ନଦୀରେ ଭାସୁଛି ଜଣେ ଯୁବକଙ୍କ ମୃତଦେହ। ଯୁବକଜଣକ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି। 

କାଶିନପୁର ପଞ୍ଚାୟତ ଗଣେଶ ପାଟଣା ଗ୍ରାମର ରଘୁନାଥ ମଳିକଙ୍କ ପୁଅ ବୈରାଗୀ ମଳିକ ଗତ ଦୁଇଦିନ ହେବ ନିଖୋଜ ଥିଲେ। ଆଜି କାଶିନପୁର ଶାସନ ଗ୍ରାମ ନିକଟ ରେବ ନଦୀରେ ଭାସୁଥିବା ମୃତଦେହ ବୈରାଗୀଙ୍କର ବୋଲି ଗ୍ରାମବାସୀ କହିଛନ୍ତି।

ସ୍ଥାନୀୟ ଲୋକେ ଶବକୁ ଚିହ୍ନଟ ପରେ ଏନେଇ ଧୁଷୁରୀ ଥାନାକୁ ଜଣାଇଥିଲେ। ଧୁଷୁରୀ ଥାନା ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।