ନନ୍ଦନ କାନନରେ ପଶି ଯୁବକଙ୍କ ଉତ୍ପାତ, ଥାନାରେ ଅଟକ ରଖିଛି ପୁଲିସ
ଆଜି ସୋମବାର ଥିବାରୁ ନନ୍ଦନକାନନ ବନ୍ଦ ରହିଥିଲା। କିନ୍ତୁ ମାନସ ସାହୁ ଜୋର ଜବରଦସ୍ତ ନନ୍ଦନକାନନ ପରିସର ଭିତରେ ପ୍ରବେଶ କରିଥିଲେ।
କିଛି ଦିନ ବ୍ୟବଧାନ ପରେ ପୁଣି ନନ୍ଦନ କାନନରେ ଜୋର ଜବରଦସ୍ତ ପ୍ରବେଶ କରି ଆତଙ୍କ ଖେଳାଇଲେ ଜଣେ ଯୁବକ। ତାଙ୍କ ନାଁ ମାନସ ସାହୁ ଓରଫ୍ ବାପୁନି। ତାଙ୍କ ଘର ରଘୁନାଥପୁରରେ।
ଆଜି ସୋମବାର ଥିବାରୁ ନନ୍ଦନକାନନ ବନ୍ଦ ରହିଥିଲା। କିନ୍ତୁ ମାନସ ସାହୁ ଜୋର ଜବରଦସ୍ତ ନନ୍ଦନକାନନ ପରିସର ଭିତରେ ପ୍ରବେଶ କରିଥିଲେ। ବାପୁନି ନନ୍ଦନ କାନନର ବାଘ ଘର ଭିତରେ ବୁଲାବୁଲି କରୁଥିବା ସମୟରେ ସେଠାରେ ନିୟୋଜିତ ଥିବା ସିକ୍ୟୁରିଟି କର୍ମଚାରୀ ଆଜି ସୋମବାର ଓ ପ୍ରାଣୀ ଉଦ୍ୟାନ ବନ୍ଦ ଥିବା କହି ତାଙ୍କୁ ସେଠାରୁ ତୁରନ୍ତ ଚାଲିଯିବାକୁ କହିଥିଲେ। ଯାହାକୁ ନେଇ ବାପୁନି ରାଗିଯାଇଥିଲେ ଆଉ ଦାୟିତ୍ଵରେ ଥିବା କର୍ମଚାରୀ ମଳୟଙ୍କୁ ଧକ୍କା ମାରିରିବା ସହିତ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ସେଇ ସମୟରେ ଅନ୍ୟ କର୍ମଚାରୀ ମାନେ ପହଞ୍ଚି ଯୁବକଙ୍କୁ କାବୁ କରି ନନ୍ଦନ କାନନ ଥାନାରେ ଜିମା ଦେଇଥିଲେ। ତାଙ୍କୁ ସେଠାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।