ନିର୍ବାଚନ ସରିବା ପରେ ଜାମ୍ମୁ-କାଶ୍ମୀର ପୁଣି ଆତଙ୍କବାଦୀଙ୍କ ଆତଙ୍କ: ଦୁଇ ପ୍ରବାସୀଙ୍କ ଶ୍ରମିକଙ୍କୁ ଗୁଳି କଲେ
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ସରିବା ପରେ ଆତଙ୍କବାଦୀଙ୍କ ହିଂସାକାଣ୍ଡା ଆରମ୍ଭ ହୋଇଯାଇଛି। ବିଶେଷ କରି ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ। ଶୁକ୍ରବାର ବୁଡଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଦୁଇ ପ୍ରବାଶୀ ଶ୍ରମିକଙ୍କୁ ଗୁଳି କରି କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଉପରେ ଗତ ୧୨ ଦିନରେ ଏହା ଦ୍ୱିତୀୟ ଆକ୍ରମଣ। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ଦୁଇ ଶ୍ରମିକ ହେଲେ ସୋଫିଆନ ଓ ଉସମାନ ମଲ୍ଲିକ। ଉଭୟଙ୍କ ବୟସ ୨୫ ବର୍ଷ ହେବ। ଆହତ ଦୁଇ ଜଣଙ୍କୁ ଶ୍ରୀନଗରର ଜେଭିସି ହସ୍ପିଟାଲ ବେମିନାରେ ଭର୍ତ୍ତି କରାଯାଇଛି। ଉଭୟ ଉତ୍ତରପ୍ରଦେଶର ସାହାରନପୁରର ବାସିନ୍ଦା ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ ସୋଫିଆନ୍ ଏବଂ ଉସମାନ ଜଳ ଶକ୍ତି ବିଭାଗରେ ଦିନ ମଜୁରିଆ ଭାବେ କାମ କରନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆତଙ୍କବାଦୀ ଆକ୍ରମଣ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଗତ ୧୨ ଦିନ ତଳେ ଗନ୍ଦେରବାଲ ଜିଲ୍ଲାର ସୋନମର୍ଗ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏକ ନିର୍ମାଣ ସ୍ଥଳରେ ଜଣେ ଗୁଳି ମାଡ଼ କରି ଜଣେ ଡାକ୍ତରଙ୍କ ସମେତ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିଲେ ପାକିସ୍ତାନର ଆତଙ୍କବାଦୀ। ସେହିରି ଅକ୍ଟୋବର ୧୮ ତାରିଖରେ ଆତଙ୍କବାଦୀମାନେ ଶୋପିଆନ୍ ଜିଲ୍ଲାରେ ମଧ୍ୟ
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ସରିବା ପରେ ଆତଙ୍କବାଦୀଙ୍କ ହିଂସାକାଣ୍ଡା ଆରମ୍ଭ ହୋଇଯାଇଛି। ବିଶେଷ କରି ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ। ଶୁକ୍ରବାର ବୁଡଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଦୁଇ ପ୍ରବାଶୀ ଶ୍ରମିକଙ୍କୁ ଗୁଳି କରି କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଉପରେ ଗତ ୧୨ ଦିନରେ ଏହା ଦ୍ୱିତୀୟ ଆକ୍ରମଣ।
ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ଦୁଇ ଶ୍ରମିକ ହେଲେ ସୋଫିଆନ ଓ ଉସମାନ ମଲ୍ଲିକ। ଉଭୟଙ୍କ ବୟସ ୨୫ ବର୍ଷ ହେବ। ଆହତ ଦୁଇ ଜଣଙ୍କୁ ଶ୍ରୀନଗରର ଜେଭିସି ହସ୍ପିଟାଲ ବେମିନାରେ ଭର୍ତ୍ତି କରାଯାଇଛି। ଉଭୟ ଉତ୍ତରପ୍ରଦେଶର ସାହାରନପୁରର ବାସିନ୍ଦା ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ସୋଫିଆନ୍ ଏବଂ ଉସମାନ ଜଳ ଶକ୍ତି ବିଭାଗରେ ଦିନ ମଜୁରିଆ ଭାବେ କାମ କରନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆତଙ୍କବାଦୀ ଆକ୍ରମଣ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
ଏହା ପୂର୍ବରୁ ଗତ ୧୨ ଦିନ ତଳେ ଗନ୍ଦେରବାଲ ଜିଲ୍ଲାର ସୋନମର୍ଗ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏକ ନିର୍ମାଣ ସ୍ଥଳରେ ଜଣେ ଗୁଳି ମାଡ଼ କରି ଜଣେ ଡାକ୍ତରଙ୍କ ସମେତ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିଲେ ପାକିସ୍ତାନର ଆତଙ୍କବାଦୀ। ସେହିରି ଅକ୍ଟୋବର ୧୮ ତାରିଖରେ ଆତଙ୍କବାଦୀମାନେ ଶୋପିଆନ୍ ଜିଲ୍ଲାରେ ମଧ୍ୟ ବିହାରରୁ ଆସି କାମ କରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିଲେ।