ନନ୍ଦନକାନନକୁ ଆସିଲା ନୂଆ ଅତିଥି; ବାଘୁଣୀ ଅଙ୍କିତା ଓ ସୈଫଙ୍କ ଔରଷରୁ ବାଘ ଶାବକ ଜନ୍ମ

କନକ ବ୍ୟୁରୋ : ନନ୍ଦନକାନନରେ ନୂଆ ଅତିଥୀ । ବାଘୁଣୀ ଅଙ୍କିତା ଓ ସୈଫ ମିଳନରୁ ଜନ୍ମ ନେଇଛି ବାଘ ଶାବକ । ନନ୍ଦନକାନନର ଏହି ନୂଆ ଅତିଥିଙ୍କୁ ମିଶାଇ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ନନ୍ଦନକାନରରେ ଏବେ ବାଘ ସଂଖ୍ୟା ୧୬ ଓ ବାଘୁଣୀଙ୍କ ସଂଖ୍ୟା ୧୧ ରହିଛି । ବାଘୁଣୀ ଅଙ୍କିତା ଜନ୍ମ ଦେଇଥିବା ବାଘ ଶାବକର ଲିଙ୍ଗ ନିରୂପଣ ହୋଇନାହିଁ । ଏବେ ମାଆ ଅଙ୍କିତା ଓ ବାଘ ଶାବକକୁ ସିସିଟିଭି ସର୍ଭିଲାନ୍ସରେ ନନ୍ଦନକାନନରେ ଥିବା ବାଘ ଖୁଆଡରେ ରଖାଯାଇଛି ।

ନନ୍ଦନକାନନକୁ ଆସିଲା ନୂଆ ଅତିଥି; ବାଘୁଣୀ ଅଙ୍କିତା ଓ ସୈଫଙ୍କ ଔରଷରୁ ବାଘ ଶାବକ ଜନ୍ମ

କନକ ବ୍ୟୁରୋ : ନନ୍ଦନକାନନରେ ନୂଆ ଅତିଥୀ । ବାଘୁଣୀ ଅଙ୍କିତା ଓ ସୈଫ ମିଳନରୁ ଜନ୍ମ ନେଇଛି ବାଘ ଶାବକ । ନନ୍ଦନକାନନର ଏହି ନୂଆ ଅତିଥିଙ୍କୁ ମିଶାଇ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ନନ୍ଦନକାନରରେ ଏବେ ବାଘ ସଂଖ୍ୟା ୧୬ ଓ ବାଘୁଣୀଙ୍କ ସଂଖ୍ୟା ୧୧ ରହିଛି । ବାଘୁଣୀ ଅଙ୍କିତା ଜନ୍ମ ଦେଇଥିବା ବାଘ ଶାବକର ଲିଙ୍ଗ ନିରୂପଣ ହୋଇନାହିଁ । ଏବେ ମାଆ ଅଙ୍କିତା ଓ ବାଘ ଶାବକକୁ ସିସିଟିଭି ସର୍ଭିଲାନ୍ସରେ ନନ୍ଦନକାନନରେ ଥିବା ବାଘ ଖୁଆଡରେ ରଖାଯାଇଛି ।