ନନ୍ଦନକାନନରେ ପଶି ଆକ୍ରମଣ ଏବଂ ଭଙ୍ଗାରୁଜା ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର ୩୦।୦୪ :  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡା ବୁଲାଇବା ସହ ଭଙ୍ଗାରୁଜା ଘଟଣା । ଏହି ଘଟଣାରେ ଦୁଇ ଏସିଏଫ୍‌ଙ୍କୁ ଆକ୍ରମଣ କରିଥିବା ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ନନ୍ଦନକାନନ ଥାନା ପୋଲିସ ।  ଖବର ଅନୁଯାୟୀ, ସୋମବାର ଦିନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ । ଏହାସହ ଦୁଇ ଏସିଏଫ୍‌ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ପରେ ସିସିଟିଭି ଫୁଟେଜକୁ ଆଧାର କରି ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ଦୁଇଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଆଉ ଶେଷରେ ଦୁଇ ଜଣଙ୍କ ଧରିବାରେ ସଫଳ ହୋଇଛି ପୋଲିସ ।  

ନନ୍ଦନକାନନରେ ପଶି ଆକ୍ରମଣ ଏବଂ ଭଙ୍ଗାରୁଜା ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର ୩୦।୦୪ :  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡା ବୁଲାଇବା ସହ ଭଙ୍ଗାରୁଜା ଘଟଣା । ଏହି ଘଟଣାରେ ଦୁଇ ଏସିଏଫ୍‌ଙ୍କୁ ଆକ୍ରମଣ କରିଥିବା ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ନନ୍ଦନକାନନ ଥାନା ପୋଲିସ ।  

ଖବର ଅନୁଯାୟୀ, ସୋମବାର ଦିନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ । ଏହାସହ ଦୁଇ ଏସିଏଫ୍‌ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ପରେ ସିସିଟିଭି ଫୁଟେଜକୁ ଆଧାର କରି ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ଦୁଇଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଆଉ ଶେଷରେ ଦୁଇ ଜଣଙ୍କ ଧରିବାରେ ସଫଳ ହୋଇଛି ପୋଲିସ ।