୨୭ ବର୍ଷୀୟ ବକ୍ସରଙ୍କ ପଞ୍ଚରେ ଘାଇଲା ବିଶ୍ୱର ମହାନ ଯୋଦ୍ଧା, ପଲ୍ ଜିତିଲେ କୋଟି କୋଟିର ବାଜି

ଉତ୍ତରପ୍ରଦେଶ ୧୬/୧୧: ବିଶ୍ୱର ମହାନ ବକ୍ସର ମାଇକ ଟାଇସନ । ୧୭ ବର୍ଷୀୟ ବକ୍ସର ଜ୍ୟାକ୍‌ ପଲଙ୍କଠାରୁ ହାରିଲେ । ଐତିହାସିକ ମ୍ୟାଚରେ ଟାଇସନକୁ ପରାସ୍ତ କରିଛନ୍ତି ସେ । ଜ୍ୟାକ୍ ପଲ୍ ସମଗ୍ର ମ୍ୟାଚରେ ଟାଇସନ୍ ଉପରେ ଆରମ୍ଭରୁ ଜାହିର କରିଥିଲେ ଦବ୍‌ଦବା । ସେ ତାଙ୍କ ଶରୀର ଏବଂ ମୁହଁରେ ଅନେକ ଶକ୍ତିଶାଳୀ ପଞ୍ଚ ମାରି ୭୮-୭୪ରେ ମ୍ୟାଚ୍ ଜିତିଥିଲେ ।  ଶେଷରେ ପରାଜୟ ପରେ ପଲ ଟାଇସନଙ୍କ ଆଗରେ ନତମସ୍ତକ ହୋଇ ତାଙ୍କୁ ସମ୍ମାନ ଜଣାଇଲେ । ମ୍ୟାଚ୍ ଆରମ୍ଭରେ ୫୮ ବର୍ଷୀୟ ଭେଟେରାନ୍ ବକ୍ସର ଜବରଦସ୍ତ ଆରମ୍ଭ କରିଥିଲେ ।  କିନ୍ତୁ ପଲ ଚତୁରତାର ସହ ମ୍ୟାଚ୍‌କୁ ନିଜ କବ୍‌ଜା କରିଥିଲେ । ବାରମ୍ୱାର ଆଟାକ୍ ପରେ ସେ କ୍ଲାନ୍ତ ହୋଇପଡିଥିଲେ । ପରେ ସେ ଆଟାକ୍ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।ମାଇକ୍ ଟାଇସନ୍ ପ୍ରଥମ ରାଉଣ୍ଡରେ ସେ ପଲଙ୍କୁ ସବୁ ଦିଗକୁ ଆଟାକ୍ କରିଥିଲେ । ମାରିଚାଲିଥିଲେ ପଞ୍ଚ ପରେ ପଞ୍ଚ । Jake Paul bows to Mike Tyson at the end of the match. #PaulTyson pic.twitter.com/FUQGZVyADQ— Netflix (@netflix) November 16, 2024ପଲ୍ କିମ୍ବଦନ୍ତୀ ବକ୍ସରଙ୍କ ସାହସର ସହିତ ସାମ୍ନା କରିବାକୁ ଲାଗିଲେ । ତା’ପରେ ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହେଲା, ଯେଉଁଥିରେ ଟାଇସନ୍ ଦୁଇଟି ପଞ୍ଚ ମାରିଥିଲେ । ଏହା ପରେ, ପଲ୍ ରିଙ୍ଗରେ ବହୁତ କ୍ଷୀପ୍ର ଗତିରେ କମ୍‌ବ୍ୟାକ କରିଥିଲେ

୨୭ ବର୍ଷୀୟ ବକ୍ସରଙ୍କ ପଞ୍ଚରେ ଘାଇଲା ବିଶ୍ୱର ମହାନ ଯୋଦ୍ଧା, ପଲ୍ ଜିତିଲେ କୋଟି କୋଟିର ବାଜି

ଉତ୍ତରପ୍ରଦେଶ ୧୬/୧୧: ବିଶ୍ୱର ମହାନ ବକ୍ସର ମାଇକ ଟାଇସନ । ୧୭ ବର୍ଷୀୟ ବକ୍ସର ଜ୍ୟାକ୍‌ ପଲଙ୍କଠାରୁ ହାରିଲେ । ଐତିହାସିକ ମ୍ୟାଚରେ ଟାଇସନକୁ ପରାସ୍ତ କରିଛନ୍ତି ସେ । ଜ୍ୟାକ୍ ପଲ୍ ସମଗ୍ର ମ୍ୟାଚରେ ଟାଇସନ୍ ଉପରେ ଆରମ୍ଭରୁ ଜାହିର କରିଥିଲେ ଦବ୍‌ଦବା । ସେ ତାଙ୍କ ଶରୀର ଏବଂ ମୁହଁରେ ଅନେକ ଶକ୍ତିଶାଳୀ ପଞ୍ଚ ମାରି ୭୮-୭୪ରେ ମ୍ୟାଚ୍ ଜିତିଥିଲେ ।  

ଶେଷରେ ପରାଜୟ ପରେ ପଲ ଟାଇସନଙ୍କ ଆଗରେ ନତମସ୍ତକ ହୋଇ ତାଙ୍କୁ ସମ୍ମାନ ଜଣାଇଲେ । ମ୍ୟାଚ୍ ଆରମ୍ଭରେ ୫୮ ବର୍ଷୀୟ ଭେଟେରାନ୍ ବକ୍ସର ଜବରଦସ୍ତ ଆରମ୍ଭ କରିଥିଲେ ।  କିନ୍ତୁ ପଲ ଚତୁରତାର ସହ ମ୍ୟାଚ୍‌କୁ ନିଜ କବ୍‌ଜା କରିଥିଲେ । ବାରମ୍ୱାର ଆଟାକ୍ ପରେ ସେ କ୍ଲାନ୍ତ ହୋଇପଡିଥିଲେ । ପରେ ସେ ଆଟାକ୍ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।

ମାଇକ୍ ଟାଇସନ୍ ପ୍ରଥମ ରାଉଣ୍ଡରେ ସେ ପଲଙ୍କୁ ସବୁ ଦିଗକୁ ଆଟାକ୍ କରିଥିଲେ । ମାରିଚାଲିଥିଲେ ପଞ୍ଚ ପରେ ପଞ୍ଚ । 


ପଲ୍ କିମ୍ବଦନ୍ତୀ ବକ୍ସରଙ୍କ ସାହସର ସହିତ ସାମ୍ନା କରିବାକୁ ଲାଗିଲେ । ତା’ପରେ ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହେଲା, ଯେଉଁଥିରେ ଟାଇସନ୍ ଦୁଇଟି ପଞ୍ଚ ମାରିଥିଲେ । ଏହା ପରେ, ପଲ୍ ରିଙ୍ଗରେ ବହୁତ କ୍ଷୀପ୍ର ଗତିରେ କମ୍‌ବ୍ୟାକ କରିଥିଲେ ।  ଯୋଜନା ଅନୁଯାୟୀ, ଟାଇସନ୍ ଥକିଯିବା ପରେ ସେ ଭଲ ମୁଥ୍ ମାରିଥିଲେ । ତୃତୀୟ ରାଉଣ୍ଡ ଏବଂ ଚତୁର୍ଥ ରାଉଣ୍ଡରେ ଟାଇସନ୍ ଯଥେଷ୍ଟ ପ୍ରତିରକ୍ଷା ଦେଖାଯାଉଥିଲା । 

ତେବେ ଭେଟେରାନ ବକ୍ସର ପଞ୍ଚମ ରାଉଣ୍ଡରେ ପ୍ରତ୍ୟାବର୍ତ୍ତନ କରିଥିଲେ । 

ଉଭୟଙ୍କ ମଧ୍ୟରେ ଏକ ଜବରଦସ୍ତ ପ୍ରତିଯୋଗିତା ହୋଇଥିଲା । ଉଭୟ ଖେଳାଳି ଖେଳ ଶେଷ ପର୍ଯ୍ୟନ୍ତ ନେବାକୁ ସ୍ଥିର କଲେ। ଷଷ୍ଠ ରାଉଣ୍ଡ ପର୍ଯ୍ୟନ୍ତ କୌଣସି ନକ୍ଆଉଟ୍ ନଥିଲା । ଯଦିଓ ପଲ ଏଥିରୁ ଉପକୃତ ହୋଇଥିଲେ, ଟାଇସନ ତାଙ୍କ ବୟସ ଦ୍ୱାରା ପ୍ରଭାବିତ ହୋଇଥିଲେ । ଏହିପରି ଭାବରେ, ଶେଷରେ ସେ ସର୍ବସମ୍ମତି କ୍ରମେ ଏକ ଐତିହାସିକ ବିଜୟ ହାସଲ କଲେ । 

ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ପାଇଁ ଜ୍ୟାକ୍ ପଲ ୪୦ ମିଲିୟନ୍ ଆମେରିକୀୟ ଡଲାର୍ (୩୩୭ କୋଟି ଟଙ୍କା) ପାଇବେ। ଏଥି ସହିତ, ହାରିଯିବା ସତ୍ତ୍ୱେ ଟାଇସନଙ୍କୁ ୨୦ ନିୟୁତ ଆମେରିକୀୟ ଡଲାର (୧୬୮ କୋଟି ଟଙ୍କା) ପ୍ରଦାନ କରାଯିବ।